Safar ଆଉ ଥରେ-21 ମୁଁ ଆଉ ଲେଖିବିନି କଣ ଲେଖିବି ସାମନାରେ କିଛି ସ୍ବପ୍ନ, କିଛି ସ୍ୱୀକୃତି କିଛି ଆଶା କିଛି ଆତ୍ମପ୍ରବଂଚନା ଭିତରେ ଝୁଲୁଥିବା ଜୀବନ ଭିଜା ଆଖି, ହାଡୁଆ ମୁହଁ, ଖାତା, ପେନସିଲ, ରବର ଆଉ ଅମରତ୍ୱ ପଛରେ ଧାଉଁଥିବା ବର୍ତ୍ତମାନ ଭିନ୍ନ ଏକ ସେତୁବନ୍ଧ ବାନ୍ଧିବାର ଅଦମ୍ୟ ଆକାଂକ୍ଷା ଭିତରେ ହଜିଯାଇଥିଵା ଆଦ୍ୟ ଆଷାଢ଼ର ରିମଝିମ ବର୍ଷା, ସକାଳର ଭିଜା କାକର, ମୋ ମା ହାତ ରନ୍ଧା ତାରକାରୀର ବାସ୍ନା, ମୋ ବାପଙ୍କ ଖଁ ଖଁ କାଶ, ମୋ ପିଲାର ହସ କାନ୍ଦ, ମୋ ସ୍ତ୍ରୀକୁ ଦେଇଥିବା କିଛି କେବେ ପୂରଣ ନହଉଥିବା ପ୍ରତିଶୃତି, ମୋ ବିଗତ ପ୍ରେମିକାର ବ୍ରଣଭର୍ତି ଗାଲ ଆଉ ମୋ ଗତାୟୁ ଅତୀତ, ଅନାଗତ ଭବିଷ୍ୟତ ଆଉ ପଙ୍ଗୁ ବର୍ତ୍ତମାନ ଲେଖିବାପାଇଁ ଭାରି ଇଛା କିନ୍ତୁ କଣ ଲେଖିବି ଲେଖିବା ପାଇଁ ଅଛି କଣ ଯେ ଅଧାଗଢା ମନ୍ଦିର ଆଉ ଦରଭଙ୍ଗା ମୁଖଶାଳର ଇତିହାସ ଭାଙ୍ଗିଯାଉଥିବ ସମ୍ପର୍କର ସେତୁ, ଅବକ୍ଷୟ ସାମାଜିକ ମୂଲ୍ୟବୋଧ ବଳାତ୍କାର, ବଧୂ ନିର୍ଯାତନା, ବଢ଼ି ଚାଲିଥିବା ତାପମାତ୍ରା, ଅର୍ଥନୈତିକ ପ୍ରଗତି ପାଇଁ ବଳି ପଡୁଥିବା ହଳଦିଆ ଜଙ୍ଗଲ ନା ହ୍ଵାଟ୍ସଆପରୁ ଆରମ୍ଭ ହଉଥିବା ସୁର୍ୟୋଦୟ ମଧ୍ୟ୍ୟ ରାତିର ପ୍ରେୟସୀ ର ବାହୁ ବଳୟ ଭିତରୁ ସାଉଁଟା ହଉଥିବା ପସନ୍ଦ ଆଉ ମନ୍ତବ୍ୟ ମାନଙ୍କର ମିଠା ମିଠା କାହାଣୀ ମୁଁ ଆଉ ଲେଖିବିନି ଏକ ନିଷ୍ଫଳ ଜୀବନର ଅଲୋଡ଼ା କାହାଣୀ ବରଂ ସାଉଁଟିବି ନିଜେ ନିଜକୁ ସେତୁବନ୍ଧର ମୁଠା ମୁଠା ବାଲିରୁ ମୋ ସ୍ତ୍ରୀର ନିସ୍ତେଜ ଆଖିରୁ, ମୋ ପୁଅର ଅସଂପୂର୍ଣ୍ଣ ଶୈଶବରୁ ମୋ ବାପାଙ୍କ ଅସହାୟ ବାର୍ଦ୍ଧକ୍ୟରୂ କଣ ହେବ ଆଉ ଗୋଟାଏ ରାମାୟଣ ଯେଉଁଠି ବର୍ତ୍ତମାନ ହଜିଯାଏ ଭବିଷ୍ୟତର ଘନ ଅନ୍ଧାରରେ ବାସ୍ତବତା ନିଜସ୍ୱ ହରାଏ ସ୍ତିତିହୀନ କଳ୍ପନାରେ ସ୍ମୃତି ରଞ୍ଜନ ମହାନ୍ତି© #ଆଉ ଥରେ-21 ମୁଁ ଆଉ ଲେଖିବିନି କଣ ଲେଖିବି ସାମନାରେ କିଛି ସ୍ବପ୍ନ, କିଛି ସ୍ୱୀକୃତି କିଛି ଆଶା କିଛି ଆତ୍ମପ୍ରବଂଚନା ଭିତରେ ଝୁଲୁଥିବା ଜୀବନ