Nojoto: Largest Storytelling Platform

ହତଭାଗା ମୁଁ ଯେ ଅଲୋଡ଼ା ପଥର ପଡ଼ିଅଛି ନଈ

ହତଭାଗା ମୁଁ ଯେ               ଅଲୋଡ଼ା  ପଥର 
ପଡ଼ିଅଛି ନଈ କୂଳେ 
ସୁଖରେ ଗଢିଛୁ       ତୋ ଘର  ସଂସାର 
ବବଲୁ ଖେଳୁଛି ତୋରି କୋଳେ 

କଥା ଥିଲା କେତେ             ରହିବାକୁ ସତେ 
ସାଥି ହୋଇ ସବୁଦିନ 
ସବୁ କଥା ତୋର           ମାଟି ହୋଇଗଲା 
ଭୁଲିଗଲୁ ଯଉଦିନ 

କେମିତି କହିବି             ହୃଦୟ ବେଦନା 
କହିଲେ ହସିବେ ଲୋକ 
ପ୍ରେମ ପାହାଚରେ          ଭିକାରି ମୁଁ ଆଜି 
ମାଗୁଆଛି ପ୍ରେମ ଭିକ 

ସ୍ୱାର୍ଥପର  ହୋଇ              ଚାଲିଗଲୁ ସିନା 
ଭାଙ୍ଗି ଦେଇ ମୋ ହୃଦୟ 
ଯାହା ମନେ ଥିଲା            ଦୟାର  ପ୍ରାସାଦ 
ଆଜି କାହିଁ ଏତେ ନିର୍ଦୟ... 

ଶାୟର -------- ଦିଲ୍ଲୀପ କୁମାର ନାଏକ ଶୁଭ ସନ୍ଧ୍ୟା
ହତଭାଗା ମୁଁ ଯେ               ଅଲୋଡ଼ା  ପଥର 
ପଡ଼ିଅଛି ନଈ କୂଳେ 
ସୁଖରେ ଗଢିଛୁ       ତୋ ଘର  ସଂସାର 
ବବଲୁ ଖେଳୁଛି ତୋରି କୋଳେ 

କଥା ଥିଲା କେତେ             ରହିବାକୁ ସତେ 
ସାଥି ହୋଇ ସବୁଦିନ 
ସବୁ କଥା ତୋର           ମାଟି ହୋଇଗଲା 
ଭୁଲିଗଲୁ ଯଉଦିନ 

କେମିତି କହିବି             ହୃଦୟ ବେଦନା 
କହିଲେ ହସିବେ ଲୋକ 
ପ୍ରେମ ପାହାଚରେ          ଭିକାରି ମୁଁ ଆଜି 
ମାଗୁଆଛି ପ୍ରେମ ଭିକ 

ସ୍ୱାର୍ଥପର  ହୋଇ              ଚାଲିଗଲୁ ସିନା 
ଭାଙ୍ଗି ଦେଇ ମୋ ହୃଦୟ 
ଯାହା ମନେ ଥିଲା            ଦୟାର  ପ୍ରାସାଦ 
ଆଜି କାହିଁ ଏତେ ନିର୍ଦୟ... 

ଶାୟର -------- ଦିଲ୍ଲୀପ କୁମାର ନାଏକ ଶୁଭ ସନ୍ଧ୍ୟା

ଶୁଭ ସନ୍ଧ୍ୟା #Shayari