ମହାଲିଙ୍ଗ ସନସାଇନର ମହିଳା ଅଧ୍ୟକ୍ଷା
ସତ୍ୟ ଅହିଂସାର ଅଟେ ସେ ମମିତା।।
ନିଜ ଜୀବନକୁ ଲଗାଇ ବାଜି
ଖୋଲିବାକୁ ଯାଇ ପାପର ପେଡ଼ି।।
ସ୍କୁଲ ମାଲିକ ଯେ ଗୋବିନ୍ଦ ସାହୁ
ଖୋଲିଲା କେଲେଙ୍କାରୀ ଗୁମର ସବୁ।।
ସ୍କୁଲ ନାରେ ଚଳାଏ ସେକ୍ସ ରାକେଟ
ଝିଅଙ୍କୁ ନେଇ କରେ ତା ମାର୍କେଟ।।
ମାନବ ନୁହେଁ ସେ ନର ରାକ୍ଷସ
ନିରୀହ ଜୀବନକୁ କଲା ସର୍ବନାଶ।।
ନେତାମନ୍ତ୍ରିଙ୍କ ହାତରେ ହାତ ଛନ୍ଦି
କରୁଥିଲା ଗୋବିନ୍ଦ ପରକୀୟା ପିରତି।।
ମନ୍ତ୍ରୀ ଭୁଲିଗଲା ନୈତିକତା ଜ୍ଞାନ
ଛାତ୍ରୀଙ୍କୁ ଦେଲା ଯୌନ ନିର୍ଯାତନ।।
ଆଭା ମାମ୍ ଥିଲେ ମେଡିଏଟର
ଝିଅ ହୋଇ କରେ ଝିଅ ବେପାର।।
ଛାତ୍ରୀଙ୍କୁ ଦେଖାଇ ମାର୍କର ଚିନ୍ତା
ଜହ୍ଲାଦ କରେ ଦୈହିକ ଧନ୍ଦା।।
ଗାଇପରି ପିଲାଙ୍କୁ କରି ଶାସନ
ଝିଅମାନଙ୍କୁ ଥିଲା ମାର୍କ ପ୍ରଲୋଭନ।।
ସବୁ ଜାଣି ଗୋବିନ୍ଦ ନର ରାକ୍ଷସ
ନୃଶଂସ ଭାବେ ସତ୍ୟକୁ କଲାଯେ ଶେଷ।।
ସତ୍ୟ ଆଗରେ ଆଜି ଭଗବାନ ନମଇ
ତୁମେ କିଏ ହୋ ଜହ୍ଲାଦ ଗୋ ସାଇଁ।।
ମମିତା ଆତ୍ମ ର ସଦ୍ଗତି ଶାନ୍ତି
ସମସ୍ତଙ୍କ ବିଚାରେ କଠୋର ଶାସ୍ତି।।
ତୁମ ଆତ୍ମା ହେଉ ଚିର ଅମର
ରହିବ ଇତିହାସେ ନାମ ତୁମର।।
ମିଲିଯାଉ ଗୋଦର ପାପୀ କୁ ଫାଶୀ
ସ୍ଵର୍ଗ ରେ ମଧ୍ୟ ପାଇବେ ଖୁସି।।
ଏକସ୍ୱରେ ଆଜି ଗୋଟିଏ ବାର୍ତ୍ତା
ନ୍ୟାୟ ପାଉ ଆମ ଦିଦି ମମିତା।।
©Ilishi Meher
Ilishi Meher
😍 😍 😍 😍