Nojoto: Largest Storytelling Platform

ତୋ ଘର ଚଉରା ମୋ ପାଇଁ କି ମନା ମୋ ଘର ଚଉରା ଲୁହରେ ଭିଜେ, ତ

ତୋ ଘର ଚଉରା ମୋ ପାଇଁ କି ମନା
ମୋ ଘର ଚଉରା ଲୁହରେ ଭିଜେ,
ତୋ ପାଇଁ ସିନ୍ଦୁର ଅପବାଦ କହେ
ମୋ ପାଇଁ ସିନ୍ଦୁର ନିୟମ ସାଜେ ।

ନୀତି ଅନୀତି ର ଉର୍ଦ୍ଧରେ ଏ ଭାବ
ଭାବରେ ଭାବ କୁ ବୁଝୁଛି କିଏ,
ଦୁନିଆଁ ସଯାଏ ଫମ୍ପା ମାଠିଆ କୁ
ଭରା କଳସୀ ଯେ ଭାର ରେ ଜୁଝେ ।

ତଥାପି ଏ ଭାବେ ଭାବର ଠାକୁର
ନିତି ହୃଦୟରେ କଥା କୁହନ୍ତି,
ମୁଁ ପରା ଅଟଇ ତୋର ପ୍ରିୟ ସହି
ହୃଦୟେ ହୃଦୟ କଥା ଦେଉଛି ।

©Kalpalata Kanungo 🌹ହୃଦୟ ଗୀତି🌹

#Sky
ତୋ ଘର ଚଉରା ମୋ ପାଇଁ କି ମନା
ମୋ ଘର ଚଉରା ଲୁହରେ ଭିଜେ,
ତୋ ପାଇଁ ସିନ୍ଦୁର ଅପବାଦ କହେ
ମୋ ପାଇଁ ସିନ୍ଦୁର ନିୟମ ସାଜେ ।

ନୀତି ଅନୀତି ର ଉର୍ଦ୍ଧରେ ଏ ଭାବ
ଭାବରେ ଭାବ କୁ ବୁଝୁଛି କିଏ,
ଦୁନିଆଁ ସଯାଏ ଫମ୍ପା ମାଠିଆ କୁ
ଭରା କଳସୀ ଯେ ଭାର ରେ ଜୁଝେ ।

ତଥାପି ଏ ଭାବେ ଭାବର ଠାକୁର
ନିତି ହୃଦୟରେ କଥା କୁହନ୍ତି,
ମୁଁ ପରା ଅଟଇ ତୋର ପ୍ରିୟ ସହି
ହୃଦୟେ ହୃଦୟ କଥା ଦେଉଛି ।

©Kalpalata Kanungo 🌹ହୃଦୟ ଗୀତି🌹

#Sky

🌹ହୃଦୟ ଗୀତି🌹 #Sky #କବିତା