Nojoto: Largest Storytelling Platform

ସହରର ଭିଡକୁ ଆଡେଇ ଜୀବନକୁ ଜଞ୍ଜାଳଠୁ କଢେଇ କିଛି ମୂହୁର୍

ସହରର ଭିଡକୁ ଆଡେଇ 
ଜୀବନକୁ ଜଞ୍ଜାଳଠୁ କଢେଇ 
କିଛି ମୂହୁର୍ତ୍ତ ପାଇଁ ପଛେ 
ସବୁକିଛି ପଛରେ ପକାଇ 
ଆଗେଇ ଚାଲିଛି ମୁଁ ।
ସାଥୀ ସାଜିଛି ଏବେ ମୋର ଏଇ ମୋଟର ସାଇକେଲ 
ଆଉ ଅଧା ଛଡା ଚୂନ ଲିପା ରାଜରାସ୍ତା ।
ସତରେ,
କେତେ ହାଲକା ଲାଗୁଛି 
କେତେ ଭଲ ଲାଗୁଛି ମୋ ଏକାକୀତ୍ୱ ଆଜି
ସହରର ଭିଡ ଭରା ଶୂନ୍ୟତା ଠାରୁ ।
ରାସ୍ତା କଡ ବର୍ଷା ହୋଟେଲ ରେ ଢୁଳାଇ ପଡିଛି ବଟ ନନା 
ନବ ଗ୍ୟାରେଜ୍ ରୁ ଭାସି ଆସୁଛି ରେଞ୍ଚି-ପେଚକସ୍ ର ଶବ୍ଦ 
ସେଇ ଫାଷ୍ଟ୍ ଫୁଡ୍ ଦୋକାନର ଆନନ୍ଦ ଭାଇ ହାତ ଠାରି ଡାକୁଛି
ଆଉ ସେଇ ବରଗଛ ତଳେ ସବୁଦିନ ପରି
ବସିଛି ଉକୁଣିମୁଣ୍ଡି ମିଲି ବାଇଆଣି 
ମୋତେ ଦେଖି ଦାନ୍ତ ନିକୁଟି ହସୁଛି ।
ହେଲେ, ଆଜି ସମସ୍ତଙ୍କଠୁ ଦୂରେଇ ଯିବାରେ ଶାନ୍ତି 
ମୋ ମନ କହୁଛି
ମୃଦୁ ମଳୟ ବି ସତେ ଯେମିତି ବାଟ କଢାଇ ନେଉଛି ।
ଆଜି ସତେ ପକ୍ଷୀରାଜ ଘୋଡା ସାଜି 
ମୋଟର ସାଇକେଲ ମୋର ବେଗ ବଢାଇ ଦେଇଛି।
ଏଇତ, ପହଞ୍ଚି ଗଲି ଆସି
ହେଭେନ୍ ଇଜ୍ ହିଅର କଫି ସପ୍ ରେ
କଫି କପ୍ ରୁ ସୁଡୁକେ ସୁଡୁକେ ନେଉ ନେଉ
ମୋ ହାଲଚାଲ ପଚାରୁଛନ୍ତି 
ପାଖ କଲୋନୀର ବେହେରା ବାବୁ ଓ ହୋତା ବାବୁ 
ଆଉ ଦୋକାନୀ ମୋତେ ଦେଖି ଗଡ ଜିତିଲା ହସ ହସୁଛି ।
ସତେ ଯେମିତି ସେ ମୋତେ ବିଦ୍ରୁପ କରୁଛି 
ଆସିଗଲା ଆଉ ଗୋଟିଏ ବକରା ମୋ କଫିରେ ହଲାଲ୍ ହେବାକୁ । #yqbaba #YQdidi #filmwriter2 
#YQBhaina 
#MunOdia #yourquoteodia 
#yqfilm #yqfilms
ସହରର ଭିଡକୁ ଆଡେଇ 
ଜୀବନକୁ ଜଞ୍ଜାଳଠୁ କଢେଇ 
କିଛି ମୂହୁର୍ତ୍ତ ପାଇଁ ପଛେ 
ସବୁକିଛି ପଛରେ ପକାଇ 
ଆଗେଇ ଚାଲିଛି ମୁଁ ।
ସାଥୀ ସାଜିଛି ଏବେ ମୋର ଏଇ ମୋଟର ସାଇକେଲ 
ଆଉ ଅଧା ଛଡା ଚୂନ ଲିପା ରାଜରାସ୍ତା ।
ସତରେ,
କେତେ ହାଲକା ଲାଗୁଛି 
କେତେ ଭଲ ଲାଗୁଛି ମୋ ଏକାକୀତ୍ୱ ଆଜି
ସହରର ଭିଡ ଭରା ଶୂନ୍ୟତା ଠାରୁ ।
ରାସ୍ତା କଡ ବର୍ଷା ହୋଟେଲ ରେ ଢୁଳାଇ ପଡିଛି ବଟ ନନା 
ନବ ଗ୍ୟାରେଜ୍ ରୁ ଭାସି ଆସୁଛି ରେଞ୍ଚି-ପେଚକସ୍ ର ଶବ୍ଦ 
ସେଇ ଫାଷ୍ଟ୍ ଫୁଡ୍ ଦୋକାନର ଆନନ୍ଦ ଭାଇ ହାତ ଠାରି ଡାକୁଛି
ଆଉ ସେଇ ବରଗଛ ତଳେ ସବୁଦିନ ପରି
ବସିଛି ଉକୁଣିମୁଣ୍ଡି ମିଲି ବାଇଆଣି 
ମୋତେ ଦେଖି ଦାନ୍ତ ନିକୁଟି ହସୁଛି ।
ହେଲେ, ଆଜି ସମସ୍ତଙ୍କଠୁ ଦୂରେଇ ଯିବାରେ ଶାନ୍ତି 
ମୋ ମନ କହୁଛି
ମୃଦୁ ମଳୟ ବି ସତେ ଯେମିତି ବାଟ କଢାଇ ନେଉଛି ।
ଆଜି ସତେ ପକ୍ଷୀରାଜ ଘୋଡା ସାଜି 
ମୋଟର ସାଇକେଲ ମୋର ବେଗ ବଢାଇ ଦେଇଛି।
ଏଇତ, ପହଞ୍ଚି ଗଲି ଆସି
ହେଭେନ୍ ଇଜ୍ ହିଅର କଫି ସପ୍ ରେ
କଫି କପ୍ ରୁ ସୁଡୁକେ ସୁଡୁକେ ନେଉ ନେଉ
ମୋ ହାଲଚାଲ ପଚାରୁଛନ୍ତି 
ପାଖ କଲୋନୀର ବେହେରା ବାବୁ ଓ ହୋତା ବାବୁ 
ଆଉ ଦୋକାନୀ ମୋତେ ଦେଖି ଗଡ ଜିତିଲା ହସ ହସୁଛି ।
ସତେ ଯେମିତି ସେ ମୋତେ ବିଦ୍ରୁପ କରୁଛି 
ଆସିଗଲା ଆଉ ଗୋଟିଏ ବକରା ମୋ କଫିରେ ହଲାଲ୍ ହେବାକୁ । #yqbaba #YQdidi #filmwriter2 
#YQBhaina 
#MunOdia #yourquoteodia 
#yqfilm #yqfilms