ମାନଚିତ୍ର --------- ମାନଚିତ୍ରରେ ହିଁ ବାଣ୍ଟି ହେଉଥାଏ ଦେଶ, ଦେଶର ସୀମାରେ ଆଜି ବି ମରନ୍ତି ସୈନିକ, ବୋମା ବିସ୍ଫୋରଣ ରେ ଭାଙ୍ଗି ଭାଙ୍ଗି ଯାଉଥାଏ ଧର୍ମର ମହିମା, ଖୋଜିବାକୁ ମିଳେ ନାହିଁ ମାପିବାକୁ ମନର ନକ୍ସା । କାହାକୁ କେମିତି ଚିହ୍ନିହେବ ଏଇ ଦେଶେ, ପ୍ରତି ମୁହୂର୍ତ୍ତରେ ନିଶାକ୍ତ ମନେ ହିଁ ଚଲାନ୍ତି ସାମ୍ରାଜ୍ୟ, କ୍ଷମତାର ଭୋକ, କାମନାର ଶୋଷ, ସେମାନଙ୍କ ରାସ୍ତାରେ ଚାଲିଥାଉ କେହି କେହି ଅନ୍ଧଭକ୍ତ । ମାଗଣାରେ ସବୁ ମିଳିଗଲା ପରେ ଚିନ୍ତା ବ କଣ! ପରିଶ୍ରମର ଭୋକ ତା ମରିସାରିଥାଏ କେତେ ବେଳୁ, ଆମ ପିଲାମାନେ ମୂର୍ଖ ରହନ୍ତୁ ବା ବେକାର, ଆମେ ତ ସାମିଲ ହେଇ ସାରିଛୁ ମୁକଙ୍କ ମେଳେ। କିଏ କଣ ଖୋଜିଛି, ଜୀବନର ପଥ କେତେ ଲମ୍ବା, କେଉଁଠି କେଉଁଠି ସରଲରେଖା, କମା, ପୂର୍ଣ୍ଣଛେଦ ଟଣା ସରିଥାଏ। ଆମେ ତ ପଢିଛୁ ଭୂଗୋଳ, ପ୍ରତି ଭୂମିରୁପର ରଙ୍ଗ,ଜଳର ରଙ୍ଗ, ଦେଶର ସମସ୍ତ ନଦୀ, ଦେଶର ସୀମା, ଏମିତି ବି ସବୁ ରାଜପଥ, ରେଲଗାଡି କେଉଁ ଆଡେ ଯାଏ, ଜାହାଜ କେଉଁଠି ଅଟକେ। ପୁରୁଣା କିଛି ମାନଚିତ୍ର ଚିରି ତ ପାରିବା, କିଛି ନକ୍ସା ତ ତିଆରି ପାରିବା ଆମେ, ଜୀବନକୁ ଜିଇଁବାର, ଧର୍ମ,ବିବେକ ଓ ଚେତନାର ପଥ, ଈଶ୍ୱରଙ୍କ ଆଡକୁ ରାସ୍ତା। Copy right Aswini Dash Nidhi Dehru Leelawati Sharma Nitesh Kumar Poonam Farooque Ansari Anjan Roy