ପ୍ରଜାପତିର ଡେଣା-ଅଠର କାହିଁକି କାନ୍ଦୁଛୁ ପ୍ରଜାପତି , କ୍ଷତାକ୍ତ କାହିଁକି ତୁ , ଜର୍ଜରିତ ତୁ କେଉଁ ଯନ୍ତ୍ରଣାରେ ! ସେମାନେ ତ ଶୋଇଥିଲେ ନିଶ୍ଚିନ୍ତରେ , ଆଲୋକିତ ଥିଲା ଉପବନ ତୋର ଫୁଲଙ୍କ ବର୍ଣ୍ଣରେ, ତୋ ମନରେ ନିର୍ମାୟା ଆନନ୍ଦ , କାହିଁକି ତୁ ବାଣ୍ଟୁଥିଲୁ ଫୁଲଙ୍କ ଉପହାର ସେମାନଙ୍କୁ ? ତୋ ଦେହ ତ ଦେହ ନୁହେଁ ପକ୍ଷୀ , ତୁ ତ ବର୍ଣ୍ଣିଭା ଜ୍ୟୋତି , କାହିଁକି ବିଞ୍ଛୁଥିଲୁ ସୁଗନ୍ଧ ସେମାନଙ୍କ ପଥରେ , ପ୍ରାନ୍ତରେ , ଗୃହମାନଙ୍କରେ ! ସେମାନେ ତୋତେ ବିଗ୍ଧ କଲେ ଉପହାସେ , ମକଚି ଦେଲେ ତୋ ଉପହାର , ବିଳପି ଉଠିଲା କ୍ଷୁଦ୍ର ଡେଣା ତୋର , ଅପମାନର ଅଗ୍ନିରେ ପ୍ରଜ୍ଜ୍ଵଳିତ ହେଲୁ ତୁ । କେଉଁ ଭ୍ରମରେ ଭ୍ରମିତ ଥିଲୁ , ନିଶାସକ୍ତ ଥିଲେ ତ ସେମାନେ , ଉଦଭ୍ରାନ୍ତ ବି । ସେମାନେ ନିଜ ନିଜ ବାସ୍ନାରେ ବିଭୋର, ଅଭିମାନର ମଦିରା କେତେ ଭୟଙ୍କର କିଏ ଜାଣେ ! ସେମାନେ ତ ନିଜ ନିଜ ବନ୍ଧନରେ ବନ୍ଦୀ ! ବୋଝ ଥିଲା ତୋ ଡେଣା ସେମାନଙ୍କ ପାଇଁ, ବୋଝ ଥିଲା ତୋ ଉପହାର । ଫେରିଆ ଥରେ ସେଇ ଉପବନ , ଯେଉଁଠି ଆଜି ବି ଆଲୁଅ ଜଳେ । ସେମାନଙ୍କ ଗୃହ ବର॰ ଅନ୍ଧାର ଥାଉ , ବୋଝ ହେଉଥାଉ ରାତି । #ଓଡ଼ିଆ