ପ୍ରଜାପତିର ଡେଣା-ଅଠର କାହିଁକି କାନ୍ଦୁଛୁ ପ୍ରଜାପତି , କ୍

"ପ୍ରଜାପତିର ଡେଣା-ଅଠର କାହିଁକି କାନ୍ଦୁଛୁ ପ୍ରଜାପତି , କ୍ଷତାକ୍ତ କାହିଁକି ତୁ , ଜର୍ଜରିତ ତୁ କେଉଁ ଯନ୍ତ୍ରଣାରେ ! ସେମାନେ ତ ଶୋଇଥିଲେ ନିଶ୍ଚିନ୍ତରେ , ଆଲୋକିତ ଥିଲା ଉପବନ ତୋର ଫୁଲଙ୍କ ବର୍ଣ୍ଣରେ, ତୋ ମନରେ ନିର୍ମାୟା ଆନନ୍ଦ , କାହିଁକି ତୁ ବାଣ୍ଟୁଥିଲୁ ଫୁଲଙ୍କ ଉପହାର ସେମାନଙ୍କୁ ? ତୋ ଦେହ ତ ଦେହ ନୁହେଁ ପକ୍ଷୀ , ତୁ ତ ବର୍ଣ୍ଣିଭା ଜ୍ୟୋତି , କାହିଁକି ବିଞ୍ଛୁଥିଲୁ ସୁଗନ୍ଧ ସେମାନଙ୍କ ପଥରେ , ପ୍ରାନ୍ତରେ , ଗୃହମାନଙ୍କରେ ! ସେମାନେ ତୋତେ ବିଗ୍ଧ କଲେ ଉପହାସେ , ମକଚି ଦେଲେ ତୋ ଉପହାର , ବିଳପି ଉଠିଲା କ୍ଷୁଦ୍ର ଡେଣା ତୋର , ଅପମାନର ଅଗ୍ନିରେ ପ୍ରଜ୍ଜ୍ଵଳିତ ହେଲୁ ତୁ । କେଉଁ ଭ୍ରମରେ ଭ୍ରମିତ ଥିଲୁ , ନିଶାସକ୍ତ ଥିଲେ ତ ସେମାନେ , ଉଦଭ୍ରାନ୍ତ ବି । ସେମାନେ ନିଜ ନିଜ ବାସ୍ନାରେ ବିଭୋର, ଅଭିମାନର ମଦିରା କେତେ ଭୟଙ୍କର କିଏ ଜାଣେ ! ସେମାନେ ତ ନିଜ ନିଜ ବନ୍ଧନରେ ବନ୍ଦୀ ! ବୋଝ ଥିଲା ତୋ ଡେଣା ସେମାନଙ୍କ ପାଇଁ, ବୋଝ ଥିଲା ତୋ ଉପହାର । ଫେରିଆ ଥରେ ସେଇ ଉପବନ , ଯେଉଁଠି ଆଜି ବି ଆଲୁଅ ଜଳେ । ସେମାନଙ୍କ ଗୃହ ବର॰ ଅନ୍ଧାର ଥାଉ , ବୋଝ ହେଉଥାଉ ରାତି ।"

ପ୍ରଜାପତିର ଡେଣା-ଅଠର

କାହିଁକି କାନ୍ଦୁଛୁ ପ୍ରଜାପତି ,
କ୍ଷତାକ୍ତ କାହିଁକି ତୁ ,
ଜର୍ଜରିତ ତୁ କେଉଁ ଯନ୍ତ୍ରଣାରେ !

ସେମାନେ ତ ଶୋଇଥିଲେ ନିଶ୍ଚିନ୍ତରେ ,
ଆଲୋକିତ ଥିଲା ଉପବନ ତୋର ଫୁଲଙ୍କ ବର୍ଣ୍ଣରେ,
ତୋ ମନରେ ନିର୍ମାୟା ଆନନ୍ଦ ,
କାହିଁକି ତୁ ବାଣ୍ଟୁଥିଲୁ ଫୁଲଙ୍କ ଉପହାର ସେମାନଙ୍କୁ ?

ତୋ ଦେହ ତ ଦେହ ନୁହେଁ ପକ୍ଷୀ ,
ତୁ ତ ବର୍ଣ୍ଣିଭା ଜ୍ୟୋତି ,
କାହିଁକି ବିଞ୍ଛୁଥିଲୁ ସୁଗନ୍ଧ ସେମାନଙ୍କ ପଥରେ ,
ପ୍ରାନ୍ତରେ , ଗୃହମାନଙ୍କରେ !

ସେମାନେ ତୋତେ ବିଗ୍ଧ କଲେ ଉପହାସେ ,
ମକଚି ଦେଲେ ତୋ ଉପହାର ,
ବିଳପି  ଉଠିଲା କ୍ଷୁଦ୍ର ଡେଣା ତୋର ,
ଅପମାନର ଅଗ୍ନିରେ ପ୍ରଜ୍ଜ୍ଵଳିତ ହେଲୁ ତୁ ।

କେଉଁ ଭ୍ରମରେ ଭ୍ରମିତ ଥିଲୁ ,
ନିଶାସକ୍ତ ଥିଲେ ତ ସେମାନେ ,
ଉଦଭ୍ରାନ୍ତ ବି ।

ସେମାନେ ନିଜ ନିଜ ବାସ୍ନାରେ ବିଭୋର,
ଅଭିମାନର ମଦିରା କେତେ ଭୟଙ୍କର କିଏ ଜାଣେ !
ସେମାନେ ତ ନିଜ ନିଜ ବନ୍ଧନରେ ବନ୍ଦୀ !

ବୋଝ ଥିଲା ତୋ ଡେଣା ସେମାନଙ୍କ ପାଇଁ,
ବୋଝ ଥିଲା ତୋ ଉପହାର ।

ଫେରିଆ ଥରେ ସେଇ ଉପବନ ,
ଯେଉଁଠି ଆଜି ବି ଆଲୁଅ ଜଳେ ।

ସେମାନଙ୍କ ଗୃହ ବର॰ ଅନ୍ଧାର ଥାଉ ,
ବୋଝ ହେଉଥାଉ ରାତି ।

ପ୍ରଜାପତିର ଡେଣା-ଅଠର କାହିଁକି କାନ୍ଦୁଛୁ ପ୍ରଜାପତି , କ୍ଷତାକ୍ତ କାହିଁକି ତୁ , ଜର୍ଜରିତ ତୁ କେଉଁ ଯନ୍ତ୍ରଣାରେ ! ସେମାନେ ତ ଶୋଇଥିଲେ ନିଶ୍ଚିନ୍ତରେ , ଆଲୋକିତ ଥିଲା ଉପବନ ତୋର ଫୁଲଙ୍କ ବର୍ଣ୍ଣରେ, ତୋ ମନରେ ନିର୍ମାୟା ଆନନ୍ଦ , କାହିଁକି ତୁ ବାଣ୍ଟୁଥିଲୁ ଫୁଲଙ୍କ ଉପହାର ସେମାନଙ୍କୁ ? ତୋ ଦେହ ତ ଦେହ ନୁହେଁ ପକ୍ଷୀ , ତୁ ତ ବର୍ଣ୍ଣିଭା ଜ୍ୟୋତି , କାହିଁକି ବିଞ୍ଛୁଥିଲୁ ସୁଗନ୍ଧ ସେମାନଙ୍କ ପଥରେ , ପ୍ରାନ୍ତରେ , ଗୃହମାନଙ୍କରେ ! ସେମାନେ ତୋତେ ବିଗ୍ଧ କଲେ ଉପହାସେ , ମକଚି ଦେଲେ ତୋ ଉପହାର , ବିଳପି ଉଠିଲା କ୍ଷୁଦ୍ର ଡେଣା ତୋର , ଅପମାନର ଅଗ୍ନିରେ ପ୍ରଜ୍ଜ୍ଵଳିତ ହେଲୁ ତୁ । କେଉଁ ଭ୍ରମରେ ଭ୍ରମିତ ଥିଲୁ , ନିଶାସକ୍ତ ଥିଲେ ତ ସେମାନେ , ଉଦଭ୍ରାନ୍ତ ବି । ସେମାନେ ନିଜ ନିଜ ବାସ୍ନାରେ ବିଭୋର, ଅଭିମାନର ମଦିରା କେତେ ଭୟଙ୍କର କିଏ ଜାଣେ ! ସେମାନେ ତ ନିଜ ନିଜ ବନ୍ଧନରେ ବନ୍ଦୀ ! ବୋଝ ଥିଲା ତୋ ଡେଣା ସେମାନଙ୍କ ପାଇଁ, ବୋଝ ଥିଲା ତୋ ଉପହାର । ଫେରିଆ ଥରେ ସେଇ ଉପବନ , ଯେଉଁଠି ଆଜି ବି ଆଲୁଅ ଜଳେ । ସେମାନଙ୍କ ଗୃହ ବର॰ ଅନ୍ଧାର ଥାଉ , ବୋଝ ହେଉଥାଉ ରାତି ।

#ଓଡ଼ିଆ

People who shared love close

More like this