Nojoto: Largest Storytelling Platform

କେବେ କେବେ ମଣିଷ ହାରି ଯାଏ ନିଜ ଠୁ, ସମାଜ ଠୁ, ସାରା ଦୁନି

କେବେ କେବେ ମଣିଷ ହାରି ଯାଏ ନିଜ ଠୁ, ସମାଜ ଠୁ, ସାରା ଦୁନିଆ ଠୁ, ନିଜ ପରିଜନ ଠୁ, ତ କେବେ ସବୁ ଠାରୁ ବେଶି ଭଲ ପାଉଥିବା ମଣିଷ ଠୁ।
କହି ବାକୁ ତ ତାର ଦୁନିଆ ରେ ସବୁ ଅଛନ୍ତି, କିନ୍ତୁ ରାତି ଅଧିଆ ତା ଆଖି ଖୋଲିଲେ ସେ ନିଜ କୁ ପାଏ ସମ୍ପୂର୍ଣ୍ଣ ଏକାକୀ। ସତେ ଯେମିତି ଭିଡ଼ ଭିତରେ ସେ ପୁରା ଏକୁଟିଆ। କଥା ହୁଏ, ରାଗ ବି କରେ ଆଉ ରୁଷେ ବି କିନ୍ତୁ ଆଉ କାହା ଉପରେ ନୁହେଁ, କେବଳ ନିଜ ମନ ଉପରେ। ରାତ୍ରିର ଅନ୍ଧକାର ତାର ଯେମିତି ଭାରୀ ପ୍ରିୟ। କାରଣ ସେହି ଅନ୍ଧକାର ଭିତରେ ତା ଲୁହ କାହାକୁ ଦେଖା ଯାଏନି କି ନା ତାକୁ ସେ ମିଛି ମିଚ୍ଛିଆ ହସ ହସିବାକୁ ପଡ଼େ। ସବୁ ଦିନ ରାତିରେ ସେ ମୋ ପାଇଁ ସାଇତି ରଖିଥାଏ ଅନେକ ଗୁଡାଏ ପ୍ରଶ୍ନ ବାଣ, ଯାହାର ଆଘାତ ରେ ଶରୀର ହୁଏ କ୍ଷତାକ୍ତ ଆଉ ମନ ହୁଏ ବ୍ୟାକୁଳ। ସବୁ ରାତି ମୁଁ ହାରିଯାଏ ତା ପ୍ରଶ୍ନ ଆଗରେ ଆଉ ପ୍ରତିଶୃତି ଦିଏ ଯେ ତୋ ପ୍ରଶ୍ନ ର ଉତ୍ତର ତତେ ମିଳିବ , ଅପେକ୍ଷା କର ଆଉ ଧର୍ଯ୍ୟ ଧର। #ଓଡ଼ିଆ #odia #poem #shyari