Nojoto: Largest Storytelling Platform
saishraddhaanand3876
  • 1Stories
  • 7Followers
  • 23Love
    0Views

Sai Shraddha Anand

  • Popular
  • Latest
  • Video
3f74af6574faeb625a92fdcc8a8fd023

Sai Shraddha Anand

ପ୍ରତାରଣା
                                *******
ନିଜ ରାଇଜରେ ନିଜେ ମୁଁ ଅଚିହ୍ନା
                                             ତୁମରି ପ୍ରେମରେ ପଡି,
ପ୍ରତାରଣା ଦେଇ ଚାଲିଗଲ ପ୍ରିୟା
                                                                                       ଅଧା ବାଟେ ହାତ ଛାଡ଼ି ‌।                 
ତୁମ ପାଇଁ ପ୍ରିୟା ଛାଡ଼ି ଦେଇଥିଲି
                                                          ଭାଇ ବନ୍ଧୁ ବାପା ମାଆ,
ତୁମେ ଗଲା ପରେ ଏକୁଟିଆ ଏବେ
                                                        କେହି ନାହିଁ ଆଉ ସାହା।
ଜାଣି ପାରିଲିନି ତୁମ ଛଳନା କୁ
                                                        ପ୍ରେମରେ ହୋଇଲି ଅନ୍ଧ,
ତୁମ ହାତଧରି ଚାଲି ଆସିଥିଲି
                                                                          ଭାଙ୍ଗି ସମ୍ପର୍କର ବନ୍ଧ  ।                 
 ଜୀବନକୁ ମୋର ନର୍କ କରିଦେଇ 
                                                                                  କି ସୁଖ ପାଇଲ ପ୍ରିୟା,                    
ତୁମେ ଗଲା ପରେ ଆଉ କି ଫେରିବ
                                                                          ମୋର ପୁରୁଣା ଦୁନିଆ।                
 ଆସିଲ କାହିଁକି ମୋର ଜୀବନରେ
                                                               ସମ୍ପର୍କ ଗୋଟିଏ ନେଇ,
ଯଦି ବା ଆସିଲ ମଝି ଦରିଆରେ
                                                                  ଛାଡ଼ି ଚାଲିଗଲ କାହିଁ।        
ନା ହେଲି ଏ କୂଳ ନା ହେଲି ସେ କୂଳ
                                                         ଦୁଇ ନାବେ ଆଜି ଠିଆ,
ମନେ ପଡିଗଲେ ପଛକଥା ସବୁ
                                                     ଜାଗେ ପ୍ରତିଶୋଧ ନିଆଁ।
ଖେଳନା ଭାବିକି ଖେଳିଦେଲ ପ୍ରିୟା      
                                                       ମୋ ନୀରିହ ହୃଦୟ ସହ,
ଯେଉଁଠି ବି ଥାଅ ଯେମିତି ବି ଥାଅ
                                                           ସବୁବେଳେ ଖୁସି ରୁହ।
ମାୟାବୀ ଆଖିର ସ୍ୱାର୍ଥପରତା କୁ 
                                                          ଭାବି ନେଇଥିଲି ପ୍ରେମ,
ଛଳନା କୁ ତୁମ ପ୍ରେମ ଭାବିବାଟା
                                                            ଥିଲା ବୋଧେ ମୋର ଭ୍ରମ।      
ଦେଲ ମୋ ପ୍ରେମର ଭଲ ଉପହାର
                                                        ମଲାଯାଏ ମନେ ରହିବ,
ତଥାପି ତୁମକୁ ଗ୍ରହଣ କରିବି
                                                     ଯେବେ ତୁମେ ଫେରିଆସିବ।
 ଭଲ ମୁଁ ପାଉଛି ଭଲ ପାଉଥିବି
                                                          ମୋ ଶେଷ ନିଃଶ୍ୱାସ ଯାଏ,
ଶୁଭଚିନ୍ତକ ମୁଁ ତୁମ କାମନା ର
                                                            ସ୍ଵାର୍ଥପର କେବେ ନୁହେଁ।
 ତୁମ ପ୍ରତିକ୍ଷା ରେ ରହିଲି ଆଜିଠୁ
                                                            ଜାଣେ ତୁମେ ଫେରିଆସିବ,
ତୁମପାଇଁ ସଦା ମୋ ଦୁଆର ଖୋଲା
                                                             ରହିଥିଲା ଆଉ ରହିବ। wrote by Anand Aruk.

wrote by Anand Aruk.

23 Love


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile