Nojoto: Largest Storytelling Platform
ilishimeher4717
  • 10Stories
  • 209Followers
  • 121Love
    0Views

Ilishi Meher

create own self 😎 Nature lover 🌲🏞️🌳 writer ✍️

  • Popular
  • Latest
  • Video
c40098cf18e55edb54421eabe3d4cb1d

Ilishi Meher

ତୁମେ ଅନ୍ଧାର ରାତିର ପୁନେଇ ତିଥି
ଜହ୍ନ ରାଇଜର ବିଜୁଳି ବତି।।
ହଜିଲା ସ୍ବପ୍ନର ଖୋଜିଲା ସାଥି
ପ୍ରେମ ନଉକାର ତୁମେ ନାଉରୀ।।
ଗୁଣରେ ତୁମର କିଏବା ସରି
ରୂପରେ ସତେ ଲାବଣ୍ୟବତୀ।।
ଆକାରରେ କାହିଁ ଅତି ନଗନ୍ୟ
କୀଟ ହୋଇ ତୁମେ ଅଟ ଅଗ୍ରଣ୍ୟ।।
ଅନ୍ଧକାରକୁ ଯେ ଦୂରୀଭୂତ କରି
ଆସ ରାଣୀ ତୁମେ ଆଲୋକ ଧରି।।
ଜହ୍ନ ଶୋଇଗଲେ ଦୃଶ୍ୟମାନ ହୋଇ
ଜ୍ଞାନର ଚକ୍ଷୁ ଦେଇଯାଅ ଖୋଲି।।
କୀଟସମ ହୋଇ ଦେଇଯାଅ ବଳି
ନିଜ ଜୀବନକୁ ଦେଇ ଉତ୍ସର୍ଗି।।
ଦେଖିଲେ ତୁମକୁ ମନହୁଏ ସ୍ଫୁର୍ତ୍ତି
ଯେପରି ନୂତନ ସମ୍ପର୍କ ଆପେଯାଏ ଗଢି।।
 ଗଗନ ବି କହେ ତୁମକୁ ମଲ୍ଲିକା
ପ୍ରେମିକ ବି ସଜେ ଆଜି ତୁମ ପ୍ରେମିକା।।
ଆସିବକି ସେ ଦିନସବୁ ଫେରି
ତୁମାସଥେ କରିଥିବା କେତେଯେ ଅଲି।।
ଆଜିବି ତୁମେ ଆକାଶର ରାଣୀ
ମୁଁ ତୁମର ସେ ଅଫେରା ସ୍କୃତି।।

©Ilishi Meher love with insect
#Light

love with insect #Light #କବିତା

10 Love

c40098cf18e55edb54421eabe3d4cb1d

Ilishi Meher

ତୁମେ ଅନ୍ଧାର ରାତିର ପୁନେଇ ତିଥି
ଜହ୍ନ ରାଇଜର ବିଜୁଳି ବତି।।
ହଜିଲା ସ୍ବପ୍ନର ଖୋଜିଲା ସାଥି
ପ୍ରେମ ନୌକାର ତୁମେ ନାଉରି।।
ଗୁଣରେ ତୁମର କିଏବା ସରି 
ରୂପରେ ସତେ ଲାବଣ୍ୟବତୀ।।

©Ilishi Meher
c40098cf18e55edb54421eabe3d4cb1d

Ilishi Meher

ମହାଲିଙ୍ଗ ସନସାଇନର ମହିଳା ଅଧ୍ୟକ୍ଷା
ସତ୍ୟ ଅହିଂସାର ଅଟେ ସେ ମମିତା।।
ନିଜ ଜୀବନକୁ ଲଗାଇ ବାଜି
ଖୋଲିବାକୁ ଯାଇ ପାପର ପେଡ଼ି।।
ସ୍କୁଲ ମାଲିକ ଯେ ଗୋବିନ୍ଦ ସାହୁ
ଖୋଲିଲା କେଲେଙ୍କାରୀ ଗୁମର ସବୁ।।
ସ୍କୁଲ ନାରେ ଚଳାଏ ସେକ୍ସ ରାକେଟ
ଝିଅଙ୍କୁ ନେଇ କରେ ତା ମାର୍କେଟ।।
ମାନବ ନୁହେଁ ସେ ନର ରାକ୍ଷସ
ନିରୀହ ଜୀବନକୁ କଲା ସର୍ବନାଶ।।
ନେତାମନ୍ତ୍ରିଙ୍କ ହାତରେ ହାତ ଛନ୍ଦି
କରୁଥିଲା ଗୋବିନ୍ଦ ପରକୀୟା ପିରତି।।
ମନ୍ତ୍ରୀ ଭୁଲିଗଲା ନୈତିକତା ଜ୍ଞାନ
ଛାତ୍ରୀଙ୍କୁ ଦେଲା ଯୌନ ନିର୍ଯାତନ।।
ଆଭା ମାମ୍ ଥିଲେ ମେଡିଏଟର
ଝିଅ ହୋଇ କରେ ଝିଅ ବେପାର।।
ଛାତ୍ରୀଙ୍କୁ ଦେଖାଇ ମାର୍କର ଚିନ୍ତା
ଜହ୍ଲାଦ କରେ ଦୈହିକ ଧନ୍ଦା।।
ଗାଇପରି ପିଲାଙ୍କୁ କରି ଶାସନ
ଝିଅମାନଙ୍କୁ ଥିଲା ମାର୍କ ପ୍ରଲୋଭନ।।
ସବୁ ଜାଣି ଗୋବିନ୍ଦ ନର ରାକ୍ଷସ
ନୃଶଂସ ଭାବେ ସତ୍ୟକୁ କଲାଯେ ଶେଷ।।
ସତ୍ୟ ଆଗରେ ଆଜି ଭଗବାନ ନମଇ
ତୁମେ କିଏ ହୋ ଜହ୍ଲାଦ ଗୋ ସାଇଁ।।
ମମିତା ଆତ୍ମ ର ସଦ୍‌ଗତି ଶାନ୍ତି
ସମସ୍ତଙ୍କ ବିଚାରେ କଠୋର ଶାସ୍ତି।।
ତୁମ ଆତ୍ମା ହେଉ ଚିର ଅମର
ରହିବ ଇତିହାସେ ନାମ ତୁମର।।
ମିଲିଯାଉ ଗୋଦର ପାପୀ କୁ ଫାଶୀ
ସ୍ଵର୍ଗ ରେ ମଧ୍ୟ ପାଇବେ ଖୁସି।।
ଏକସ୍ୱରେ ଆଜି ଗୋଟିଏ ବାର୍ତ୍ତା
ନ୍ୟାୟ ପାଉ ଆମ ଦିଦି ମମିତା।।

©Ilishi Meher #NirbhayaJustice
c40098cf18e55edb54421eabe3d4cb1d

Ilishi Meher

ବାର ମାସେ ପୁଣି ତେର ପର୍ବ
ପ୍ରଗତି ପଥେ ଚାଲେ ଓଡ଼ିଶା ଗୌରବ।।
ଆସୁଛି ନୂଆଖାଇ ଗଣ ପରବ
ଉତଫୁଲିତ ଆଜି ମନର ଗରବ।।
ଦୂରେ ଥିଲେ ମଧ୍ୟ ଫେରନ୍ତି ସମସ୍ତେ
ସେହି ଜନ୍ମଭୂମି କର୍ମଭୂମି କୁ ସୁଖେ।।
ଗାଁ ମାଟି ସବୁ ନୁଆ ନୁଆ ଲାଗେ
ଏହି ନୂଆଖାଇ ପାର୍ବଣେ।।
ପ୍ରତି ଘରେ ଘରେ ଲିପାପୋଛା ଚାଲେ
କାହିଁ କେତେ ଦିନୁ ଆନନ୍ଦେ।।
ଆରିସା ପିଠାର  ମହକ ଯେ ବାସେ
ଘରେ ଘରେ ପୁରେ ପୁରେ।।
ଖୁସିର ଲହରି ଝଲସି ଯେ ଉଠେ
ପ୍ରତି ଗାଁ ଗଣ୍ଡା ସହରେ।।
ସମଲେଇ ମାଁ ପାଖେ ନୂଆଧାନଚୁଡ଼ା ପରସି
ସବୁ ମିଳିମିଶି ମାନମୁ ଆମର ତିହାର ନୂଆଖାଇ।।
କିଛି ଭେଦ ଭାବ ନ ରଖି ତହିଁରେ
ଉଚ୍ଚ ନୀଚ୍ଚ ଧନୀ ଦ ଏକାଠି କରାଏ।।
ନବାନ୍ନ ଭକ୍ଷଣ କରି ଯେ ଆମେ
ମାରୁ ମୁଣ୍ଡିଆ ଗୁରୁଜନ ପାଖେ।।
ଭୁଲିଯାଇ ରାଗରୁଶା ଅଭିମାନ
ଭାଇଚାରା ପର୍ବ କୁ ଦେବା ସମ୍ମାନ।।
ଖିରି ପୁରି ମଡା ଆରିସା ପିଠାରେ
ଚତୁର୍ଦ୍ଦିଗ ସତେ ମହକି ଯାଏ।।
ଚହଳ ଉଠେ ଆଜି ଗାଁ ଦାଣ୍ଡ ଭୂଇଁ
ସବୁଜ ବସନେ ଧରିତ୍ରୀ ମାଁ ହୋଇ ସଜାଇ।।
ପଶ୍ଚିମ ଓଡ଼ିଶା ନାଚି ଉଠେ ଯେବେ
ଡାଲଖାଇ ଆଉ ରସରକେଲି ତାଳେ।।
ଇଏତ ପର୍ବ ଆମ ଭାବ ବନ୍ଧନର
ସମସ୍ତଙ୍କୁ ମୋର ନୂଆଖାଇ ଜୁହାର।।

©Ilishi Meher

9 Love

c40098cf18e55edb54421eabe3d4cb1d

Ilishi Meher

ରାକ୍ଷୀ ନୁହେଁ ସିଏ ରକ୍ଷା କବଚ
ଭାଇ ଭଉଣୀର ଅତୁଟ ବନ୍ଧନ।। 
ଭଉଣୀ ବାନ୍ଧେ ରାକ୍ଷୀ ହୋଇ ସରସ
ଭରିଦିଅ ଭାଇ ଭଉଣୀ ମୁହେଁ ହସ।।
କେତେ ଯେ ପବିତ୍ର ରାକ୍ଷୀର ଡୋର
ସମ୍ପର୍କକୁ କରେ ଅତି ମଧୁର।।
ଭାଇ ହୁଏ ଭଉଣୀର ଦମ୍ଭ ସାହାସ
ପୁଣି ସାଜେ ଢାଲ ଟିଏ ତାର।। 
ଧୂପ ଦୀପ ପୂଜା ଥାଳିଟି ସଜାଇ
 ବସିଥାଏ ଭଉଣୀ ଭାଇ ବାଟ ଚାହିଁ।।
ବନ୍ଧିବିଲୋ ଭାଇ ତୋତେ ମୁ ରାକ୍ଷୀ
ରହିଥିବ ଚିରଦିନର ସାକ୍ଷୀ।।
ଜନ୍ମ ଜନ୍ମର ଏ ସମ୍ପର୍କ ଆମର
 ସବୁଠାରୁ ଗେହ୍ଲା ଭାଇ ତୁ ମୋର।।
ଛାଇଁ ହୋଇ ମୁ ଯେ ରହିବି ତୋ ପାଖେ
କୌଣସି ବିପଦ ଛୁଇଁବନି ତୋତେ।।
ତୋ ଚଲାପଥରେ ଫୁଲଟିଏ ହୋଇ
ଜୀବନ ସାରା ଖୁସି ବୁଣିଦେବି।।
ରକ୍ଷୀର କେବଳ ରଖିବୁ ଯେ ମାନ
ସାଇତି ରଖିବୁ ହୃଦୟେ ତୋର।।
ଭଗବାନଙ୍କୁ ମୋର ଏତିକି ପ୍ରାର୍ଥନା
ପୂରଣ ହେଉ ମୋ ଭାଇର କାମନା।।

©Ilishi Meher #RakshaBandhan2021
c40098cf18e55edb54421eabe3d4cb1d

Ilishi Meher

ଗାଁ ଟି ମୋର ଅଟେ ସୁନ୍ଦର
ତା ବଣ ନଈ କେଡେ ମନୋହର।।
ଗଣ୍ଡାବାହାଲି ଛୋଟ ଗାଁ ଟିଏ ମୋର
ପରିବେଶ ଅତି ନିର୍ମଳ ତାର।।
ଚତୁପାର୍ଶ୍ଵ ଶାଲିଖେତ୍ରରେ ପୂରଣ
କରିନିଏ ଅନ୍ୟକୁ ଚିତାକର୍ଷଣ।।
ଗାଁ ମଝିରେ ଶିବ ମନ୍ଦିର ଟ ଟିଏ
ପରିବାର ପିଲାଛୁଆଙ୍କ ସୁଖ ମନାନ୍ତି ସଭିଏ।।
ଗାଁ ପ୍ରାନ୍ତରେ ଉଦନ୍ତୀ ନଦୀ
ରହିଅଛି ତାର କେତେ କିମ୍ବଦନ୍ତୀ।।
ନବନିଲିମାରେ ଆଜି ଗାଁ ଟି ଶୋଭିତ
ଏଠାକାର କୃଷକ ସମସ୍ତେ ପରିଶ୍ରମିକ।।
ହିଂସା ଅହଙ୍କାରରେ ନ ହୁଅ କିଏ ଭୂଷିତ
ସମ୍ପର୍କ ସେତୁରେ ସମସ୍ତେ ଜଡ଼ିତ।।
ସାହାଯ୍ୟ ବେଲାରେ ବଢାନ୍ତି ଯେ ହାତ
 ନ ଦେଇ ପଛଘୁଞ୍ଚା କେହିକାହା ସହିତ।।
ଗାଁ ଶେଷରେ ଶ୍ମଶାଣି ଘାଟ
ସମସ୍ତେ ସେଇଠି ହେବୁ ସମାପ୍ତ।।
ଜଳିବ ମୋର ଚିତା ନିଆଁ ଏଇଠି
ଛୋଟ ମୋର ଗାଆଟି ।।

©Ilishi Meher #village

12 Love

c40098cf18e55edb54421eabe3d4cb1d

Ilishi Meher

Alone    ମନେପଡେ ଆଜିବି ସେ ଟ୍ୟୁସନର ମଜା 
ଦାଶ ଆଜ୍ଞାଙ୍କର ଥିଲା କେତେଯେ ସଜା।।
ତନ୍ଦୁରୁଟି ସହ ଚନ୍ଦ୍ରାବତି ମାଡ଼
ଥିଲା ତାଙ୍କର ଫେବରାଇଟ ଡାଇଲକ୍।।
ସବୁକ୍ଷେତ୍ରରେ ଯେ ସିଏ ନିପୁଣ
ଥିଲୁ ଆମେ ସଭିଏ ତାଙ୍କ ପ୍ରୀୟଭାଜନ।।
ଆନନ୍ଦ ମେଳାରେ ଶିକ୍ଷା ଗ୍ରହଣ କରି
ତିନିବର୍ଷ ଅଧିନ ସମୟ ବିତାଇ।।
ଗୁରୁମାଙ୍କ ପୁଣି ଗୁରୁବାର ପ୍ରସାଦ
ତାହା ଖାଇ ଆମେ ହେଉଁ ଆନନ୍ଦ।।
ଲିପ୍ସାର ସବୁ ଅଖାଡୁଆ ପ୍ରଶ୍ନ
ସଭିଙ୍କ ମନକୁ କରେ ଆକର୍ଷଣ।।
ପାର୍ଥ ରାହୁଲର ସେହି ମଶାମରା ପରୀକ୍ଷା
ତାହା ଦେଖି ମିଳେ ଅନେକ ଶିକ୍ଷା।।
ଅଙ୍କନ ଦିନର ଅଙ୍କନ ବାକ୍ସ ନ ନେଇ
ଖାଉଥିଲୁ କେତେ ଅମୃତ ରୂପକ ଗାଲି।।
ଫିକ୍ସ ଥିଲା ଆମ ସଭିଙ୍କ ଜାଗା
ତାପାଇଁ ହେଉଁ ଆମେ ଟଣାଉଟରା
ଗଣିତ ବିଜ୍ଞାନ ବହି ନ ଆଣି
ଦେଖିବାକୁ ମିଳେ ଆଜ୍ଞାଙ୍କ ଚନ୍ଦ୍ରବଦନି।।
ମନେହୁଏ ଆଜି ହୁଅନ୍ତିକି ଛୋଟ
ପୁଣି ଯାଇ ବସେ ସିଲଟ ଖଡ଼ି ସହିତ।।
କାହିଁ ଲାଗେ ଆଜି ଫେରନ୍ତା କି ସେଦିନ
ସେହି ତାଙ୍କ ପାଦ ପଦ୍ମେ ବିତିଯାଉ ଜୀବନ।।
ଭୁଲିପାରିବିନି ଅଭୁଲା ଶ୍ରୁତି ସବୁକୁ
ରଖିଥିବି ଚିରମାନସରେ ଘୋଡାଇତାକୁ।।
ଚିର ରୁଣି ସେହି ଗୁରୁଙ୍କ ଠାରେ
ତାଙ୍କରି ଆଶିଷେ ଯାଉଁ ସତ୍ୟର ଗାରେ।।

©Ilishi Meher #friends

9 Love

c40098cf18e55edb54421eabe3d4cb1d

Ilishi Meher

ଆସିଲୁ ଯେବେ ମନର ନାୟକ ସାଜି
ଆଙ୍କିଦେଲୁ କେତେ ରଙ୍ଗର ପ୍ରତିଛବି।
ପ୍ରେମର ରଙ୍ଗରେ ରଙ୍ଗୀନ କରି
ରହିଗଲୁ ସାଥି ହୃଦୟେ ସାଇତି।
ତୋ ପ୍ରେମ କାଳିରେ କେବେ ବୋଲିଦେଲୁୁ
ଅଧିନିଆ ଅତିଥି ରୂପେ ଜାଗାଦେଲୁ।
ଅଜଣା ବ୍ୟକ୍ତିରୁ ବନ୍ଧୁଟିଏ ହୋଇ
ଯିବୁ ନାହିଁ କେବେ ମୋତେ ପରକରି।
ରହିବି ରହିଥିବି ନିଃଶ୍ୱାସ ଥିବାଯାଏ
ତୋ ଜୀବନ ର ହୋଇ ସାଥୀଟିଏ।
ବନ୍ଧୁତାର ବନ୍ଧୁତ୍ୱ ପ୍ରତିମୁହୁର୍ତରେ ଲିଭାଇ
ରଖିଥିବି ତତେ ଛାଇଁ ଆଲୁଅରେ ଘୋଡାଇ।
ଦୁଃଖ ବଦଳରେ ଆଣିଦେବି ଖୁସି
ତୋ ପାଦ ପଦ୍ମେ ଦେବି ମୁଁ ଅଜାଡ଼ି।
ଥିବାଯାଏ ମୁଁ ସାଜିବି ଢାଲଟିଏ ତୋର
କୌଣସି ବିପଦ କରିବନି ନିଜର।
ଜୀବନ ଥିବାଯାଏ ରହିବି ରକ୍ଷାକବଚ ତୋର
ଚଳାପଥେ ପୁଣି ବୁଣିଦେବି ଖୁସିର ଲହର।
ସ୍ବପ୍ନ ରାଇଜରେ ରହିବି ନାୟିକା
ବାସ୍ତବ ଜଗତେ କରିବୁ ପ୍ରେମିକା।
ପ୍ରତିମୁହୁର୍ତ୍ତରେ ଧରିବୁ ମୋ ହାତ 
ଚାଲିଯିବୁ ନାହିଁ ସାଥି ଛଳନା କରି ମୋ ସହିତ।
ସପ୍ତରଙ୍ଗି ଆକାଶ ତଳେ ପକ୍ଷିଟେ ସାଜି
ଯିବାଉଡ଼ି ଦୁହେଁ ଡେଣା ମେଲାଇ।।

©Ilishi Meher #Love

10 Love

c40098cf18e55edb54421eabe3d4cb1d

Ilishi Meher

ନୂତନ ସୂର୍ଯ୍ୟର ଉଦୟ ଏହା 
ନବ ବର୍ଷ ରଶ୍ମି ରେ ପ୍ରଖରେ ତାହା।।
ପୁରୁଣା ବର୍ଷର ଦୁଃଖ କଷ୍ଟ ଯେ ସହି
ନୂତନ ବର୍ଷକୁ ଆଡମ୍ବନା ସହ ସ୍ବାଗତ କରି।।
ଭୁଲିଯିବା ଆଜି ଅଭୁଲା ସ୍ମୃତି କୁ
ଯାହାକି ବ୍ୟାହିତ ନ କରୁ ଅତୀତକୁ।।
ନୂତନ ଚିନ୍ତାର ହୋଇବା ମୁଗ୍ଧ
ସତ୍ୟ ଅହିଂସା ପଥିକର ଦଗ୍ଧ।।
ନ ରଖି ରାଗ ରୋଷା ଅହଙ୍କାର ସକଳ
ହାତକୁ ହାତ ଛନ୍ଦି ରହିବା ସଦକାଳ।।
ଜୀବନକୁ କରି ସଫଳତାର ଆବିଷ୍କାର
 ନ ହୋଇ ଜଞ୍ଜାଳଗ୍ରସ୍ତ ସୁଖମୟ ହେଉ ସାରସଂସାର।।
ଭୁଲିଯାଇ ଜାତି ବର୍ଣ୍ଣ ଭାବ ଆଦି  
ବସୁଦୈବକୁଟୁମ୍ବକମ୍ ସମସ୍ତଙ୍କୁ ମାନି।।
ବଞ୍ଚିଥିବା ଯାଏଁ ବିଳାସ ବ୍ୟାସନ ଆନନ୍ଦମୟେ
ଜୀବନକୁ କରି ସଜ୍ଜିତ ଲୌକିକଜ୍ଞାନରେ।।
ଏତିକି ଗୁହାରି ପ୍ରଭୁ ଶ୍ରୀ ଜଗନ୍ନାଥ ପାଖରେ
ନୂତନ ବର୍ଷରେ ସମସ୍ତେ ରୁହନ୍ତୁ ସୁଖ ସମୃଦ୍ଧି ସହକାରେ।।
ଏହା ହେଉ ଆଲୋକିକ ଜୀବନ
ସମସ୍ତଙ୍କୁ ଦୁଇହଜାର ଏକୋଇଶି ର ଅଭିନନ୍ଦନ।।

©Ilishi Meher #2021Wishes
c40098cf18e55edb54421eabe3d4cb1d

Ilishi Meher

ONE GLASS WATER AND ONE GLASS BEER O MY DEAR FRIEND HAPPY NEW YEAR

©Ilishi Meher

7 Love

loader
Home
Explore
Events
Notification
Profile