ASWINI DASH

ASWINI DASH Lives in Paralakhemundi, Odisha, India

i love to write and read

  • Popular Stories
  • Latest Stories

"जो सब है तो यहाँ इस दुनिया में, मैं तो पाया हूँ, न जाने क्या माँगता हूँ।"

जो सब है तो यहाँ इस दुनिया में,
मैं तो पाया हूँ, न जाने क्या माँगता हूँ।

 

11 Love
3 Share

"ମାନଚିତ୍ର --------- ମାନଚିତ୍ରରେ ହିଁ ବାଣ୍ଟି ହେଉଥାଏ ଦେଶ, ଦେଶର ସୀମାରେ ଆଜି ବି ମରନ୍ତି ସୈନିକ, ବୋମା ବିସ୍ଫୋରଣ ରେ ଭାଙ୍ଗି ଭାଙ୍ଗି ଯାଉଥାଏ ଧର୍ମର ମହିମା, ଖୋଜିବାକୁ ମିଳେ ନାହିଁ ମାପିବାକୁ ମନର ନକ୍ସା । କାହାକୁ କେମିତି ଚିହ୍ନିହେବ ଏଇ ଦେଶେ, ପ୍ରତି ମୁହୂର୍ତ୍ତରେ ନିଶାକ୍ତ ମନେ ହିଁ ଚଲାନ୍ତି ସାମ୍ରାଜ୍ୟ, କ୍ଷମତାର ଭୋକ, କାମନାର ଶୋଷ, ସେମାନଙ୍କ ରାସ୍ତାରେ ଚାଲିଥାଉ କେହି କେହି ଅନ୍ଧଭକ୍ତ । ମାଗଣାରେ ସବୁ ମିଳିଗଲା ପରେ ଚିନ୍ତା ବ କଣ! ପରିଶ୍ରମର ଭୋକ ତା ମରିସାରିଥାଏ କେତେ ବେଳୁ, ଆମ ପିଲାମାନେ ମୂର୍ଖ ରହନ୍ତୁ ବା ବେକାର, ଆମେ ତ ସାମିଲ ହେଇ ସାରିଛୁ ମୁକଙ୍କ ମେଳେ। କିଏ କଣ ଖୋଜିଛି, ଜୀବନର ପଥ କେତେ ଲମ୍ବା, କେଉଁଠି କେଉଁଠି ସରଲରେଖା, କମା, ପୂର୍ଣ୍ଣଛେଦ ଟଣା ସରିଥାଏ। ଆମେ ତ ପଢିଛୁ ଭୂଗୋଳ, ପ୍ରତି ଭୂମିରୁପର ରଙ୍ଗ,ଜଳର ରଙ୍ଗ, ଦେଶର ସମସ୍ତ ନଦୀ, ଦେଶର ସୀମା, ଏମିତି ବି ସବୁ ରାଜପଥ, ରେଲଗାଡି କେଉଁ ଆଡେ ଯାଏ, ଜାହାଜ କେଉଁଠି ଅଟକେ। ପୁରୁଣା କିଛି ମାନଚିତ୍ର ଚିରି ତ ପାରିବା, କିଛି ନକ୍ସା ତ ତିଆରି ପାରିବା ଆମେ, ଜୀବନକୁ ଜିଇଁବାର, ଧର୍ମ,ବିବେକ ଓ ଚେତନାର ପଥ, ଈଶ୍ୱରଙ୍କ ଆଡକୁ ରାସ୍ତା। Copy right Aswini Dash"

ମାନଚିତ୍ର
---------
ମାନଚିତ୍ରରେ ହିଁ ବାଣ୍ଟି ହେଉଥାଏ ଦେଶ,
ଦେଶର ସୀମାରେ ଆଜି ବି ମରନ୍ତି ସୈନିକ,
ବୋମା ବିସ୍ଫୋରଣ ରେ ଭାଙ୍ଗି ଭାଙ୍ଗି ଯାଉଥାଏ ଧର୍ମର ମହିମା,
ଖୋଜିବାକୁ ମିଳେ ନାହିଁ ମାପିବାକୁ ମନର ନକ୍ସା ।

କାହାକୁ କେମିତି ଚିହ୍ନିହେବ ଏଇ ଦେଶେ,
ପ୍ରତି ମୁହୂର୍ତ୍ତରେ ନିଶାକ୍ତ ମନେ ହିଁ ଚଲାନ୍ତି ସାମ୍ରାଜ୍ୟ,
କ୍ଷମତାର ଭୋକ, କାମନାର ଶୋଷ,
ସେମାନଙ୍କ ରାସ୍ତାରେ ଚାଲିଥାଉ କେହି କେହି ଅନ୍ଧଭକ୍ତ ।

ମାଗଣାରେ ସବୁ ମିଳିଗଲା ପରେ ଚିନ୍ତା ବ କଣ!
ପରିଶ୍ରମର ଭୋକ ତା ମରିସାରିଥାଏ କେତେ ବେଳୁ,
ଆମ ପିଲାମାନେ ମୂର୍ଖ ରହନ୍ତୁ ବା ବେକାର,
ଆମେ ତ ସାମିଲ ହେଇ ସାରିଛୁ ମୁକଙ୍କ ମେଳେ।

କିଏ କଣ ଖୋଜିଛି,
ଜୀବନର ପଥ କେତେ ଲମ୍ବା,
କେଉଁଠି କେଉଁଠି ସରଲରେଖା, କମା, ପୂର୍ଣ୍ଣଛେଦ ଟଣା ସରିଥାଏ।

ଆମେ ତ ପଢିଛୁ ଭୂଗୋଳ,
ପ୍ରତି ଭୂମିରୁପର ରଙ୍ଗ,ଜଳର ରଙ୍ଗ, ଦେଶର ସମସ୍ତ ନଦୀ, ଦେଶର ସୀମା,
ଏମିତି ବି ସବୁ ରାଜପଥ, ରେଲଗାଡି କେଉଁ ଆଡେ ଯାଏ, ଜାହାଜ କେଉଁଠି ଅଟକେ।

ପୁରୁଣା କିଛି ମାନଚିତ୍ର ଚିରି ତ ପାରିବା,
କିଛି ନକ୍ସା ତ ତିଆରି ପାରିବା ଆମେ,
ଜୀବନକୁ ଜିଇଁବାର,
ଧର୍ମ,ବିବେକ ଓ ଚେତନାର ପଥ,
 ଈଶ୍ୱରଙ୍କ ଆଡକୁ ରାସ୍ତା।

Copy right Aswini Dash

Nidhi Dehru Leelawati Sharma Nitesh Kumar Poonam Farooque Ansari Anjan Roy

10 Love
1 Share

"ନିସଙ୍ଗେ ବିତଇ ଦିବସ ରଜନୀ, ନଥାଏ ସମୟ ନଥାନ୍ତି ସଜନୀ।"

ନିସଙ୍ଗେ ବିତଇ ଦିବସ ରଜନୀ,
ନଥାଏ ସମୟ ନଥାନ୍ତି ସଜନୀ।

@Kalyani Shukla @Nidhi Dehru @Leelawati Sharma @Nitesh Kumar @Bijuna @Poonam

9 Love
1 Share

"ଯାଦୁଗର ମୋ ଦେହରେ ବିଚିତ୍ର ବର୍ଣ୍ଣ, ଜାଣେନି କେମିତି ଅଚାନକ ତିଆରି ହେଲା, ମୁଁ ଶବ୍ଦ ଖୋଜିଲି, ତମେ ଭାଙ୍ଗିଦେଲ ମୋ ପ୍ରଶ୍ୱାସ, ଝୁଣ୍ଟି ପଡିଲି , କେହି ଉଠାଇଲେ ନାହିଁ, ତମେ କିନ୍ତୁ ମୁରୁକି ହସିଲ । ସର୍ବଶ୍ରେଷ୍ଠ ଯାଦୁଗର ତମେ! ଦୁନିଆ ଖୋଜିଛି ତମକୁ, ପାଇନାହିଁ, କେବେ କେବେ କେହି ଦେଖିପାରିଛି ତମକୁ ହୃଦୟର ସ୍ପନ୍ଦନରେ, ଦେହ ତ ଭଗ୍ନ ଶିଳା ପରି, ତମେ ମୋତେ ତିଆରି କରୁଛ ଆଉ ବଦଳି ଯାଉଛି ଧୀରେ ଧୀରେ, ଶିଶୁରୁ ଯୁବକ, ପୁଣି ବୃଦ୍ଧ ହେବାଯାଏ ଗତି ମୋର। ପ୍ରିୟ ଯାଦୁଗର! କେବେ ଅଦୃଶ୍ୟ ହେଇଯିବି ତୁମ ଯାଦୁ ବାଡ଼ିରେ।"

ଯାଦୁଗର

ମୋ ଦେହରେ ବିଚିତ୍ର ବର୍ଣ୍ଣ,
ଜାଣେନି କେମିତି ଅଚାନକ ତିଆରି ହେଲା,
ମୁଁ ଶବ୍ଦ ଖୋଜିଲି, ତମେ ଭାଙ୍ଗିଦେଲ ମୋ ପ୍ରଶ୍ୱାସ,
ଝୁଣ୍ଟି ପଡିଲି , କେହି ଉଠାଇଲେ ନାହିଁ,
ତମେ କିନ୍ତୁ ମୁରୁକି ହସିଲ ।

ସର୍ବଶ୍ରେଷ୍ଠ ଯାଦୁଗର ତମେ!
ଦୁନିଆ ଖୋଜିଛି ତମକୁ, ପାଇନାହିଁ,
କେବେ କେବେ କେହି ଦେଖିପାରିଛି ତମକୁ
ହୃଦୟର ସ୍ପନ୍ଦନରେ,
ଦେହ ତ ଭଗ୍ନ ଶିଳା ପରି,
ତମେ ମୋତେ ତିଆରି କରୁଛ
ଆଉ ବଦଳି ଯାଉଛି ଧୀରେ ଧୀରେ,
ଶିଶୁରୁ ଯୁବକ, ପୁଣି ବୃଦ୍ଧ ହେବାଯାଏ ଗତି ମୋର।

ପ୍ରିୟ ଯାଦୁଗର!
 କେବେ ଅଦୃଶ୍ୟ ହେଇଯିବି 
ତୁମ ଯାଦୁ ବାଡ଼ିରେ।

 

9 Love

"ପ୍ରଜାପତିର ଡେଣା-ଅଠର କାହିଁକି କାନ୍ଦୁଛୁ ପ୍ରଜାପତି , କ୍ଷତାକ୍ତ କାହିଁକି ତୁ , ଜର୍ଜରିତ ତୁ କେଉଁ ଯନ୍ତ୍ରଣାରେ ! ସେମାନେ ତ ଶୋଇଥିଲେ ନିଶ୍ଚିନ୍ତରେ , ଆଲୋକିତ ଥିଲା ଉପବନ ତୋର ଫୁଲଙ୍କ ବର୍ଣ୍ଣରେ, ତୋ ମନରେ ନିର୍ମାୟା ଆନନ୍ଦ , କାହିଁକି ତୁ ବାଣ୍ଟୁଥିଲୁ ଫୁଲଙ୍କ ଉପହାର ସେମାନଙ୍କୁ ? ତୋ ଦେହ ତ ଦେହ ନୁହେଁ ପକ୍ଷୀ , ତୁ ତ ବର୍ଣ୍ଣିଭା ଜ୍ୟୋତି , କାହିଁକି ବିଞ୍ଛୁଥିଲୁ ସୁଗନ୍ଧ ସେମାନଙ୍କ ପଥରେ , ପ୍ରାନ୍ତରେ , ଗୃହମାନଙ୍କରେ ! ସେମାନେ ତୋତେ ବିଗ୍ଧ କଲେ ଉପହାସେ , ମକଚି ଦେଲେ ତୋ ଉପହାର , ବିଳପି ଉଠିଲା କ୍ଷୁଦ୍ର ଡେଣା ତୋର , ଅପମାନର ଅଗ୍ନିରେ ପ୍ରଜ୍ଜ୍ଵଳିତ ହେଲୁ ତୁ । କେଉଁ ଭ୍ରମରେ ଭ୍ରମିତ ଥିଲୁ , ନିଶାସକ୍ତ ଥିଲେ ତ ସେମାନେ , ଉଦଭ୍ରାନ୍ତ ବି । ସେମାନେ ନିଜ ନିଜ ବାସ୍ନାରେ ବିଭୋର, ଅଭିମାନର ମଦିରା କେତେ ଭୟଙ୍କର କିଏ ଜାଣେ ! ସେମାନେ ତ ନିଜ ନିଜ ବନ୍ଧନରେ ବନ୍ଦୀ ! ବୋଝ ଥିଲା ତୋ ଡେଣା ସେମାନଙ୍କ ପାଇଁ, ବୋଝ ଥିଲା ତୋ ଉପହାର । ଫେରିଆ ଥରେ ସେଇ ଉପବନ , ଯେଉଁଠି ଆଜି ବି ଆଲୁଅ ଜଳେ । ସେମାନଙ୍କ ଗୃହ ବର॰ ଅନ୍ଧାର ଥାଉ , ବୋଝ ହେଉଥାଉ ରାତି ।"

ପ୍ରଜାପତିର ଡେଣା-ଅଠର

କାହିଁକି କାନ୍ଦୁଛୁ ପ୍ରଜାପତି ,
କ୍ଷତାକ୍ତ କାହିଁକି ତୁ ,
ଜର୍ଜରିତ ତୁ କେଉଁ ଯନ୍ତ୍ରଣାରେ !

ସେମାନେ ତ ଶୋଇଥିଲେ ନିଶ୍ଚିନ୍ତରେ ,
ଆଲୋକିତ ଥିଲା ଉପବନ ତୋର ଫୁଲଙ୍କ ବର୍ଣ୍ଣରେ,
ତୋ ମନରେ ନିର୍ମାୟା ଆନନ୍ଦ ,
କାହିଁକି ତୁ ବାଣ୍ଟୁଥିଲୁ ଫୁଲଙ୍କ ଉପହାର ସେମାନଙ୍କୁ ?

ତୋ ଦେହ ତ ଦେହ ନୁହେଁ ପକ୍ଷୀ ,
ତୁ ତ ବର୍ଣ୍ଣିଭା ଜ୍ୟୋତି ,
କାହିଁକି ବିଞ୍ଛୁଥିଲୁ ସୁଗନ୍ଧ ସେମାନଙ୍କ ପଥରେ ,
ପ୍ରାନ୍ତରେ , ଗୃହମାନଙ୍କରେ !

ସେମାନେ ତୋତେ ବିଗ୍ଧ କଲେ ଉପହାସେ ,
ମକଚି ଦେଲେ ତୋ ଉପହାର ,
ବିଳପି  ଉଠିଲା କ୍ଷୁଦ୍ର ଡେଣା ତୋର ,
ଅପମାନର ଅଗ୍ନିରେ ପ୍ରଜ୍ଜ୍ଵଳିତ ହେଲୁ ତୁ ।

କେଉଁ ଭ୍ରମରେ ଭ୍ରମିତ ଥିଲୁ ,
ନିଶାସକ୍ତ ଥିଲେ ତ ସେମାନେ ,
ଉଦଭ୍ରାନ୍ତ ବି ।

ସେମାନେ ନିଜ ନିଜ ବାସ୍ନାରେ ବିଭୋର,
ଅଭିମାନର ମଦିରା କେତେ ଭୟଙ୍କର କିଏ ଜାଣେ !
ସେମାନେ ତ ନିଜ ନିଜ ବନ୍ଧନରେ ବନ୍ଦୀ !

ବୋଝ ଥିଲା ତୋ ଡେଣା ସେମାନଙ୍କ ପାଇଁ,
ବୋଝ ଥିଲା ତୋ ଉପହାର ।

ଫେରିଆ ଥରେ ସେଇ ଉପବନ ,
ଯେଉଁଠି ଆଜି ବି ଆଲୁଅ ଜଳେ ।

ସେମାନଙ୍କ ଗୃହ ବର॰ ଅନ୍ଧାର ଥାଉ ,
ବୋଝ ହେଉଥାଉ ରାତି ।

#ଓଡ଼ିଆ

9 Love
2 Share