Anniversary Gift ଏହି ସପ୍ତାହରେ ରଘୁଆର ୪ର୍ଥ ବିବାହ ବାର୍ଷିକୀ । Anniversary କୁ ନେଇ ସେ ଭାରି ଉତ୍ସାହିତ । ଆଜି ସକାଳେ ତାର ମୋର ଦେଖା । ମିଠା ସ୍ବରରେ କହିଲେ- ଭାଇ , ଏହି ସପ୍ତାହ ଶେଷରେ ମୋର marriage anniversary ଅଛି । ମୁଁ ଭାବିଲି ଭୋଜି ପାଇଁ ନିମନ୍ତ୍ରଣ ଦେଉଛନ୍ତି । ସୁଆଦିଆ ଖାଦ୍ୟ ଚାଖିବାର ସୁଯୋଗ ମିଳିବ । କିନ୍ତୁ କଥାଟି ଟିକିଏ ଅଲଗା ଥିଲା । ସ୍ତ୍ରୀଙ୍କୁ କଣ ଉପହାର ଦେବେ ବୋଲି ମୋର ପରାମର୍ଶ ଲୋଡିଥିଲେ । ଆଛା ଅନୁଜ ଭାଇ କହିଲ , ଏମିତି କି ଉପହାର ଦେଲେ ମୋ ସ୍ତ୍ରୀ ଖୁସି ହୋଇଯିବ । ଜୀବନ ସାରା ମନେ ରଖିବ । ମୁଁ ଟିକେ ହସିଦେଲି ଓ କହିଲି ମଦ ଛାଡିପାରିବ ? ଯଦି ଏତିକିବି କରିଦେବ ସ୍ତ୍ରୀ ବହୁତ ଖୁସି ହେବ । ୟାଠାରୁ ବଡ ଉପହାର କ'ଣ ବା ହୋଇପାରେ । ଏହି ନିଆରା ଉପହାର ଶୁଣି ରଘୁଆ ଛାନିଆ । ***ଆପଣଙ୍କ ଅନୁଜ*** #anniversary