FRIEND SHIP DAY wish: ରାଜା ସେଦିନ କଲେଜ ରୁ ଫେରି ଘରେ ପହଂଚି ଫୋନ ଦେଖିଲା !ତା best friend ପୂଜା ଗୋଟେ msg କରିଛି | frndship day ର wish ଜଣେଇଛି |କଲେଜ ରେ ସାରାଦିନ ବେସ୍ତ ଥିବାରୁ ଫୋନ ଦେଖି ପାରିନଥିଲା ରାଜା |ସେଇ msg ଟିକୁ ଦେଖିଲା ଓ ହଜିଗଲା ଭାବନା ର କେଉଁ ଅଜଣା ଦୁନିଆ ରେ |ପୂଜା ସହ ତାର ପ୍ରଥମ frndship day ପାଳନ ବିଷୟରେ ଭାବୁଥିଲା ରାଜା |"ସ୍କୁଲ ରେ ଷଷ୍ଠ ଶ୍ରେଣୀ ରେ ପଢିଲା ବେଳେ ତାର ଓ ପୂଜା ର ପ୍ରଥମେ ବନ୍ଧୁତା ହେଇଥିଲା | ସେଦିନ ପୂଜା ପ୍ରଥମେ ସ୍କୁଲ ଆସି ଅପେକ୍ଷା କରିଥିଲା ରାଜା କୁ |ଆଉ ରାଜା ସ୍କୁଲ ଆସିବା କ୍ଷଣି, ଆଉ କେହି କହିବା ଆଗରୁ ପ୍ରଥମେ ସେ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଜଣେଇଥିଲା ;ଗୋଟେ ଚକୋଲେଟ ସହିତ | ଏମିତି କଟିଗଲା ସ୍କୁଲ ଜୀବନଟା | ଆଉ ତାପରେ ଆରମ୍ଭ ହେଲା କଲେଜ ଜୀବନ |ଦୁହେଁ ଅଲଗା ଅଲଗା କଲେଜ ରେ ପଢିଲେ |ରାଜା ନିଜ ଗାଁ କଲେଜ ରେ ଆଉ ପୂଜା ସହରରେ |+2ଦୁଇ ବର୍ଷ କେହି କାହାରି contact ରେ ରହିପାରିଲେନି |+2ସରିବାକୁ ଆଉ ମାତ୍ର ଦୁଇ ମାସ ଥାଏ ;ଥରେ ପୂଜା, ରାଜାକୁ facebook ରେ ପାଇଗଲା | ଆଉ ତାପରେ ଦୁହିଁଙ୍କ ଭିତରେ ଚାଲିଲା chatting, no. exchange, ଆଉ ସପ୍ତାହ କୁ ଥରେ ଲେଖାଏଁ call". ଏଥର frndship day ରେ ସକାଳୁ ରାଜା, ପୂଜା ର call କୁ ଅପେକ୍ଷା କରି କ ରି clg ଗଲା ସିନା ;ହେଲେ କୌଣସି ବି call ଆସିନଥିଲା...., ଆସିଥିଲା କେବଳ ଗୋଟେ msg...... !!! Frndship day wish......