Nojoto: Largest Storytelling Platform

ଦଇବ ଦେଇଛି ଜନମ ମୋତେ ଯେ ସମୟ ହାତେ ଦଉଡ଼ି ପିଲା ଦିନ ଅବା

ଦଇବ ଦେଇଛି ଜନମ ମୋତେ ଯେ
ସମୟ ହାତେ ଦଉଡ଼ି
ପିଲା ଦିନ ଅବା ଏତେ ଶୀଘ୍ର କାଇଁ
ଚାଲି ଗଲା ମତେ ଛାଡ଼ି।

ଆରେ ହେ ସମୟ! ଏତେ ବା ନିଷ୍ଠୁର
କିବା ପାଇଁ ତୁହି ହେଲୁ?
ସେ ବାଲ୍ୟ କାଳ କୁ ମୋ ହସ୍ତ ମୁଠାରୁ 
ଛଡେଇ କିମ୍ପାଇଁ ନେଲୁ?

ସ୍ୱର୍ଣିମ ଦିନ ଯେ ଥିଲା ସେ ମୋହର
ନଥିଲା ଦାୟିତ୍ୱ ଭାର,
ନିଜର ମୁଣ୍ଡକୁ ହାତ ନ ପାଅଇ
ଥିଲି ଦାୟିତ୍ଵ କାହାର।

ବାଲ୍ୟ କାଳ ମୋର ସରି ଗଲା ଯେବେ
ସରିଲା ମୋ ବାଲି ଖେଳ,
କେ ଅବା ପାରିବ ଲେଉଟାଇ ମତେ
ମୋର ସେ ଅଝଟ ବେଳ?

©Swetapadma Pattanayak #parent
ଦଇବ ଦେଇଛି ଜନମ ମୋତେ ଯେ
ସମୟ ହାତେ ଦଉଡ଼ି
ପିଲା ଦିନ ଅବା ଏତେ ଶୀଘ୍ର କାଇଁ
ଚାଲି ଗଲା ମତେ ଛାଡ଼ି।

ଆରେ ହେ ସମୟ! ଏତେ ବା ନିଷ୍ଠୁର
କିବା ପାଇଁ ତୁହି ହେଲୁ?
ସେ ବାଲ୍ୟ କାଳ କୁ ମୋ ହସ୍ତ ମୁଠାରୁ 
ଛଡେଇ କିମ୍ପାଇଁ ନେଲୁ?

ସ୍ୱର୍ଣିମ ଦିନ ଯେ ଥିଲା ସେ ମୋହର
ନଥିଲା ଦାୟିତ୍ୱ ଭାର,
ନିଜର ମୁଣ୍ଡକୁ ହାତ ନ ପାଅଇ
ଥିଲି ଦାୟିତ୍ଵ କାହାର।

ବାଲ୍ୟ କାଳ ମୋର ସରି ଗଲା ଯେବେ
ସରିଲା ମୋ ବାଲି ଖେଳ,
କେ ଅବା ପାରିବ ଲେଉଟାଇ ମତେ
ମୋର ସେ ଅଝଟ ବେଳ?

©Swetapadma Pattanayak #parent