ଜୀବନ ଚର୍ଚ୍ଚା ……………….. ମଣିଷ ଜୀବନେ ପାପ-ପୁଣ୍ୟ ଭାର, ବୋହିବାକୁ ହୁଏ ମୃତ୍ୟୁଯାଏ | ମୃତ୍ୟୁର କଳ୍ପନା ଯା' ହୃଦେ ରହେ, ସେ ଏକାନ୍ତରେ କାନ୍ଦେ ଭୟେ | ବିଧିର କଳନା କିଏ ବା ଜାଣିଛି, କେବେ ହେବ କା'ର ଅନ୍ତ ? କାହିଁ ଭୟକର ଜୀବନକୁ ପ୍ରିୟ, କରିଦିଅ ହୃଦ ଶାନ୍ତ ! ଯାହା ହେବା କଥା ନିଶ୍ଚୟ ହୋଇବ, ଆଜି ନ ହେଲେ ବି କାଲି | ଏ ମର୍ତ୍ତ୍ୟମଣ୍ଡଳେ ଜୀବନ ଧାରିଚ୍ଛ, ବିତାଅ ଭୁଲିଯାଇ ଗତକାଲି ! ସମୟ ର ଗତି ନବଦଳେ କେବେ, ଅପେକ୍ଷା କଲେ ବି ଫେରେ ନାହିଁ କେବେ, ବିତିଲା ଦିନ କୁ ଭୁଲିଯାଅ ଏବେ, କର ଯାହା ତୁମ ଇଚ୍ଛା ! ସମୟ କୁ ଆଉ ନକରି ଭରସା, ଆଗେଇ ଯାଅ ସେ ସ୍ବପ୍ନ ର ପଥେ, ସାକାର ହୋଇବ ନିଶ୍ଚୟ ଜୀବନ, ଯାହା ତୁମ ହୃଦେ ଇଚ୍ଛା ! ଜୀବନ ର ନାହିଁ କିଛି ଭରସା, ଛାଡ଼ିଯିବ କ୍ଷଣେ ଯେବେ ହେବ ତାର ଇଚ୍ଛା | -ସୌମ୍ୟ ରଞ୍ଜନ ମିଶ୍ର #ଜୀବନଚର୍ଚ୍ଚା #life #lifequotes #yourquotebhaina #success #dreams #yqodia