Nojoto: Largest Storytelling Platform

।।। ବର୍ଷା ଓ ସ୍ମୃତି ।।। ଝିପିଝିପି ବର୍ଷା ରେ ଆଜି ମନେ

।।। ବର୍ଷା ଓ ସ୍ମୃତି ।।।


ଝିପିଝିପି ବର୍ଷା ରେ ଆଜି ମନେପଡେ 
ସେଇ ନୁଆଁଣିଆ ଚାଳ ଘର,
ଆଉ ଚାଳରୁ ଝରୁଥିବା
ସେଇ ଈଷତ୍ ନାଲି ବର୍ଷା ପାଣି ।

ମନେପଡେ ସେଇ କାଗଜ ଡଙ୍ଗା,
ପାଣିର ସ୍ରୋତ କୁ କାଟି କେମିତି ବହି ଯାଏ,
ପୁଣି ଅଧାରୁ ଓଦା ହୋଇ ପେଟେଇ ପଡେ ,
ଆଉ ତା ପଛକୁ ମୁଁ,
କୁନି କୁନି ପାଦରେ ଗୋଡାଇ ଚାଲୁଥାଏ
ଓଦା ଜୁଡୁବୁଡୁ ହୋଇ ।

ଭିଜା ମାଟିର ବାସ୍ନା,
ଆଜି ପାଗଳ ପ୍ରାୟ କରେ,
ମନ ହୁଏ ଫେରି ଯିବାକୁ,
ସେଇ ପୁରୁଣା ଦିନକୁ,
ସେଇ ନୁଆଁଣିଆ ଚାଳ ଘର ,
ସେଇ ଗାଆଁ ମୁଣ୍ଡ,
ସେଇ କାଦୁଅ ସର ସର ଶଗଡ ଦାଣ୍ଡି କୁ।

ଆଜି ସବୁ ବଦଳିଛି,
ଚାଳଘର ସାଜୁଛି ଆଜି ସୁଉଚ୍ଚ ପ୍ରାସାଦ,
ଛପର ଓଳିର ସେଇ ଟୋପା ଟୋପା,
ବର୍ଷା ପାଣି ର ଶୀତଳତା,
ଦେଇ ପାରୁନାହିଁ ଆଜି,
ଏ ଆଧୁନିକ ବାଲ୍କୋନି ।

ଫେରାଇ ପାରୁନାହିଁ ସେ ଅନୁଭୂତି,
ଗାଆଁ ଦାଣ୍ଡରେ ଧୂଳି ଖେଳ ର,
ଆଜି ଏ ସିମେଣ୍ଟ ଛାତ ।

ମନ ହୁଏ ଫେରି ଯିବାକୁ,
ସୁଦୂର ହୋଇ ମଧ୍ୟ ମନର ଅତି ନିକଟସ୍ଥ,
ମୋ ଗାଆଁ କୁ। #yqbaba #YQOdia  #YQBhaina #MunOdia #anubhuti


।।। ବର୍ଷା ଓ ସ୍ମୃତି ।।।


ଝିପିଝିପି ବର୍ଷା ରେ ଆଜି ମନେପଡେ 
ସେଇ ନୁଆଁଣିଆ ଚାଳ ଘର,
।।। ବର୍ଷା ଓ ସ୍ମୃତି ।।।


ଝିପିଝିପି ବର୍ଷା ରେ ଆଜି ମନେପଡେ 
ସେଇ ନୁଆଁଣିଆ ଚାଳ ଘର,
ଆଉ ଚାଳରୁ ଝରୁଥିବା
ସେଇ ଈଷତ୍ ନାଲି ବର୍ଷା ପାଣି ।

ମନେପଡେ ସେଇ କାଗଜ ଡଙ୍ଗା,
ପାଣିର ସ୍ରୋତ କୁ କାଟି କେମିତି ବହି ଯାଏ,
ପୁଣି ଅଧାରୁ ଓଦା ହୋଇ ପେଟେଇ ପଡେ ,
ଆଉ ତା ପଛକୁ ମୁଁ,
କୁନି କୁନି ପାଦରେ ଗୋଡାଇ ଚାଲୁଥାଏ
ଓଦା ଜୁଡୁବୁଡୁ ହୋଇ ।

ଭିଜା ମାଟିର ବାସ୍ନା,
ଆଜି ପାଗଳ ପ୍ରାୟ କରେ,
ମନ ହୁଏ ଫେରି ଯିବାକୁ,
ସେଇ ପୁରୁଣା ଦିନକୁ,
ସେଇ ନୁଆଁଣିଆ ଚାଳ ଘର ,
ସେଇ ଗାଆଁ ମୁଣ୍ଡ,
ସେଇ କାଦୁଅ ସର ସର ଶଗଡ ଦାଣ୍ଡି କୁ।

ଆଜି ସବୁ ବଦଳିଛି,
ଚାଳଘର ସାଜୁଛି ଆଜି ସୁଉଚ୍ଚ ପ୍ରାସାଦ,
ଛପର ଓଳିର ସେଇ ଟୋପା ଟୋପା,
ବର୍ଷା ପାଣି ର ଶୀତଳତା,
ଦେଇ ପାରୁନାହିଁ ଆଜି,
ଏ ଆଧୁନିକ ବାଲ୍କୋନି ।

ଫେରାଇ ପାରୁନାହିଁ ସେ ଅନୁଭୂତି,
ଗାଆଁ ଦାଣ୍ଡରେ ଧୂଳି ଖେଳ ର,
ଆଜି ଏ ସିମେଣ୍ଟ ଛାତ ।

ମନ ହୁଏ ଫେରି ଯିବାକୁ,
ସୁଦୂର ହୋଇ ମଧ୍ୟ ମନର ଅତି ନିକଟସ୍ଥ,
ମୋ ଗାଆଁ କୁ। #yqbaba #YQOdia  #YQBhaina #MunOdia #anubhuti


।।। ବର୍ଷା ଓ ସ୍ମୃତି ।।।


ଝିପିଝିପି ବର୍ଷା ରେ ଆଜି ମନେପଡେ 
ସେଇ ନୁଆଁଣିଆ ଚାଳ ଘର,