ତୁ କହିଥିଲୁ ଜଗା ,ତୁ କହିଥିଲୁ.... ଭାଙ୍ଗି ଯାଇଥିଲେ ଗଢାଇଦେବୁ...ହଜି ଯାଇଥିଲେ ଖୋଜି ଆଣିବୁ। ଜୀବନର ରାହା ଭୁଲି ମୁଁ ଗଲେ...ବଂଚିବାର ରାହା ଶିଖେଇଦେବୁ।। ତୁ କହିଥିଲୁ ଜଗା ,ତୁ କହିଥିଲୁ.... ହାତ ଧରି ମୋର ସଦା ଚାଲିବୁ...ଆଖି ପଲକରେ ବସାଇଥିବୁ। ଅବାଟ ରେ ପାଦ ଦେଲେ ମୁଁ ଯଦି...ହାତ ଧରି ମୋର ଟାଣି ଆଣିବୁ।। ଆଜି କାହିଁ ଅଟେ ସବୁ ବିପରୀତ...ତୋ କଥାରୁ ତୁ ପୁଣି କେନ୍ହେ ବିଚ୍ୟୁତ। କାନ୍ଦୁନି ଆଖି ମୋ କାନ୍ଦୁଛି ଚିତ୍ତ...କେମିତି ବସିଛୁ ହୋଇ ଅଜ୍ଞାତ।୧। ତୁ କହିଥିଲୁ ଜଗା ,ତୁ କହିଥିଲୁ.... ରାଗି ଗଲେ ମୁ ଯେ ମନାଉଥିବୁ...ହସରେ କାନ୍ଦରେ ସଦା ରହିବୁ। ଜୀବନ ର ବାଜି ହାରିଗଲେ ମୁହିଁ...ଜିତିବାର ମନ୍ତ୍ର ଶିଖେଇଦେବୁ।। ତୁ କହିଥିଲୁ ଜଗା ,ତୁ କହିଥିଲୁ.... ଲୁହ ଜକେଇଲେ ହସେଇଦେବୁ...ଭାଙ୍ଗିି ପଡିଲେ ମୋ ସାହାରା ହେବୁ।ଜୀବନ ସଙ୍ଘର୍ଷେ ଏକା ପଡିଗଲେ...ସଦା ତୋ କୋଳରେ କୋଳେଇ ନେବୁ।। ତୁ କହିଥିଲୁ ଜଗା ,ତୁ କହିଥିଲୁ.... ଯେବେ ମୁଁ ଡାକିବି ସଦା ଶୁଣିବୁ...ହୃଦୟରେ ମୋର ସଦା ରହିବୁ। ଡ଼ାକିବା ପୂର୍ବରୁ ମନେ ପକେଇଲେ...ମୋ ଆଗରେ ଉଭା ହୋଇ ତୋ ଯିବୁ।। ତୁ କହିଥିଲୁ ଜଗା ,ତୁ କହିଥିଲୁ.... ଆଜି କାହିଁ ଅଟେ ସବୁ ବିପରୀତ...ତୋ କଥାରୁ ତୁ ପୁଣି କେନ୍ହେ ବିଚ୍ୟୁତ। କାନ୍ଦୁନି ଆଖି ମୋ କାନ୍ଦୁଛି ଚିତ୍ତ...କେମିତି ବସିଛୁ ହୋଇ ଅଜ୍ଞାତ।୨। ଜଗା🙏❤️🥺 ©S.Sangeeta #Jaga