।।। ଯାଜ୍ଞସେନୀ ।।। - ଡଃ ପ୍ରତିଭା ରାୟ ମୋ ମତରେ ଏହା କେବଳ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ସଖୀ ଦ୍ରୌପଦୀଙ୍କର ହୃଦୟର ବ୍ୟଥା ନୁହେଁ, ଏହା ଆଜି ପ୍ରତ୍ୟେକ ନାରୀ ର ଅନ୍ତରର ଗାଥା । ଏଇ ପୁରୁଷ ପ୍ରାଧାନ୍ୟ ସମାଜରେ କିଭଳି ଗୋଟିଏ ନାରୀର ଇଚ୍ଛା ଅବଦମିତ ହେଉଛି, ତାହା ଲେଖା ହୋଇଛି ଏ ବହିରେ । "ଦୁହିତା" ବୋଲି ଯେଉଁ ଶବ୍ଦଟି ଅଛି, ତାକୁ ସାର୍ଥକ କରିବା ପାଇଁ ଯାଇ ନାରୀ ଟିଏ କେମିତି ପ୍ରତି ମୂହୁର୍ତ୍ତରେ ତିଳ ତିଳ ହୋଇ ପତଙ୍ଗ ପରି ସମାଜର ନିଆଁରେ ଝାସ ଦିଏ ତଥା ହସି ହସି ନିଜ ଇଚ୍ଛା ଉଦ୍ଦୀପନାର ଜଳାଞ୍ଜଳି ଦିଏ ତାହା ଅଛି ଏ ବହିରେ । ଏ ବହିର ପ୍ରତ୍ୟେକଟି ପୃଷ୍ଠାରେ ମୁଁ ବିମୁଗ୍ଧ ହୋଇ ନିଜର ଶୁଦ୍ଧି-ବୁଦ୍ଧି ହରାଇ ପୁଣି ବହିରେ ମୋ ନିଜକୁ ଆବିଷ୍କାର କରିଛି । ଫଟୋ ସୌଜନ୍ୟ: Google ଦୁର୍ଭାଗ୍ୟବଶତଃ ମୋ ବହିଟି ଏବେ ମୋ ପାଖରେ ନାହିଁ , ଓଡିଶାରେ ମୋ ଘରେ ଅଛି ଓ ମୁଁ ମୋର କର୍ମକ୍ଷେତ୍ର, ଗୁଜୁରାଟ ରେ ଅଛି । ତେଣୁ ସେଲ୍ଫି ଦେବା ସମ୍ଭବ ହୋଇ ପାରିଲା ନାହିଁ । 😔😔 ।।। ଯାଜ୍ଞସେନୀ ।।। - ଡଃ ପ୍ରତିଭା ରାୟ ମୋ ମତରେ ଏହା କେବଳ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ସଖୀ ଦ୍ରୌପଦୀଙ୍କର ହୃଦୟର ବ୍ୟଥା ନୁହେଁ, ଏହା ଆଜି ପ୍ରତ୍ୟେକ ନାରୀ ର ଅନ୍ତରର ଗାଥା । ଏଇ ପୁରୁଷ ପ୍ରାଧାନ୍ୟ ସମାଜରେ କିଭଳି ଗୋଟିଏ ନାରୀର ଇଚ୍ଛା ଅବଦମିତ ହେଉଛି, ତାହା ଲେଖା ହୋଇଛି ଏ ବହିରେ । "ଦୁହିତା" ବୋଲି ଯେଉଁ ଶବ୍ଦଟି ଅଛି, ତାକୁ ସାର୍ଥକ କରିବା ପାଇଁ ଯାଇ ନାରୀ ଟିଏ କେମିତି ପ୍ରତି ମୂହୁର୍ତ୍ତରେ ତିଳ ତିଳ ହୋଇ ପତଙ୍ଗ ପରି ସମାଜର ନିଆଁରେ ଝାସ ଦିଏ ତଥା ହସି ହସି ନିଜ ଇଚ୍ଛା ଉଦ୍ଦୀପନାର ଜଳାଞ୍ଜଳି ଦିଏ ତାହା ଅଛି ଏ ବହିରେ । ଏ ବହିର ପ୍ରତ୍ୟେକଟି ପୃଷ୍ଠାରେ ମୁଁ ବିମୁଗ୍ଧ ହୋଇ ନିଜର ଶୁଦ୍ଧି-ବୁଦ୍ଧି ହରାଇ ପୁଣି ବହିରେ ମୋ ନିଜକୁ ଆବିଷ୍କାର କରିଛି ।