ନିତି ଚାହେଁ ଝରକା ଫାଙ୍କରୁ, ଢଳ ଢଳ ଦୁଇ ଆଖି ତା'ର, ସତେ କେତେ କଥା କହିଦିଏ । ମନର ଗଭୀର ଯନ୍ତ୍ରଣା ସବୁ ବଖାଣି ଦିଏ। ତା'ର ସେଇ ଦୁଇ ଆଖି, କେତେ ନୀରିହ ସତେ। କୁହନ୍ତି କାନ୍ଥ ବାଡ ର କାନ ଅଛି, ସେ ଲାଗି ବୋଧ ହୁଏ, ଓଠ ତାର ନୀରବ । କିଛି ନ କହି ସବୁ ଯନ୍ତ୍ରଣା କୁ, ଲୁହ ସାଥେ ପିଇଯାଏ । ଖେଳଣା ଧରିବା ବୟସରେ, ତାର ଟିକି ଟିକି ହାତରେ ଝାଡୁ ଧରି, ନିଜର ସବୁ ଇଚ୍ଛା କୁ ଝାଡିଝୁଡି ବାହାରକୁ ଫିଙ୍ଗି ପକାଏ। ନିଜର ନିଦ ରୁ ବାସନ ମାଜିଲା ପରି, ଘଷି ମାଜି ସଫା କରିଦିଏ ସବୁ ସ୍ୱପ୍ନ ର ଦାଗ । କାଳେ ତାର ସ୍ୱପ୍ନ ଦେଖିବାର ଅଧିକାର ନାହିଁ । ଏବେ ବି ବିଳମ୍ବ ହୋଇ ନାହିଁ, ତା'ର ଜୀବନ ଏବେ ବି ଅଛି, ଗୋଟିଏ ସଫା କାଗଜ। ଚାଲ , ଆମେ ଭରିଦେବା ସେ କାଗଜ କୁ, ଶିକ୍ଷା ର ରଂଗ ତୂଳୀ ନେଇ । ଫେରାଇ ଦେବା ତାକୁ ତାର ପିଲାଦିନ, ସେ ବି ଦେଖିବ ତା'ର ସୁନ୍ଦର ଭବିଷ୍ୟତ ର ସ୍ୱପ୍ନ । #BoostThyself #yqbaba #YQdidi #yourquote #YQBhaina #YQOdia #MunOdia #stopchildlabour #education #dream ସଫା କାଗଜ ନିତି ଚାହେଁ ଝରକା ଫାଙ୍କରୁ, ଢଳ ଢଳ ଦୁଇ ଆଖି ତା'ର, ସତେ କେତେ କଥା କହିଦିଏ । ମନର ଗଭୀର ଯନ୍ତ୍ରଣା ସବୁ ବଖାଣି ଦିଏ। ତା'ର ସେଇ ଦୁଇ ଆଖି,