Nojoto: Largest Storytelling Platform

ନିତି ଚାହେଁ ଝରକା ଫାଙ୍କରୁ, ଢଳ ଢଳ ଦୁଇ ଆଖି ତା'ର, ସତେ କ

ନିତି ଚାହେଁ ଝରକା ଫାଙ୍କରୁ,
ଢଳ ଢଳ ଦୁଇ ଆଖି ତା'ର,
ସତେ କେତେ କଥା କହିଦିଏ ।
ମନର ଗଭୀର ଯନ୍ତ୍ରଣା ସବୁ ବଖାଣି ଦିଏ।
ତା'ର ସେଇ ଦୁଇ ଆଖି,
କେତେ ନୀରିହ ସତେ।
କୁହନ୍ତି କାନ୍ଥ ବାଡ ର କାନ ଅଛି,
ସେ ଲାଗି ବୋଧ ହୁଏ,
ଓଠ ତାର ନୀରବ ।
କିଛି ନ କହି ସବୁ ଯନ୍ତ୍ରଣା କୁ,
ଲୁହ ସାଥେ ପିଇଯାଏ ।
ଖେଳଣା ଧରିବା ବୟସରେ,
ତାର ଟିକି ଟିକି ହାତରେ ଝାଡୁ ଧରି,
ନିଜର ସବୁ ଇଚ୍ଛା କୁ ଝାଡିଝୁଡି ବାହାରକୁ ଫିଙ୍ଗି ପକାଏ।
ନିଜର ନିଦ ରୁ ବାସନ ମାଜିଲା ପରି,
ଘଷି ମାଜି ସଫା କରିଦିଏ ସବୁ ସ୍ୱପ୍ନ ର ଦାଗ । 
କାଳେ ତାର ସ୍ୱପ୍ନ ଦେଖିବାର ଅଧିକାର ନାହିଁ ।
ଏବେ ବି ବିଳମ୍ବ ହୋଇ ନାହିଁ,
ତା'ର ଜୀବନ ଏବେ ବି ଅଛି, ଗୋଟିଏ ସଫା କାଗଜ।
ଚାଲ , ଆମେ ଭରିଦେବା ସେ କାଗଜ କୁ,
ଶିକ୍ଷା ର ରଂଗ ତୂଳୀ ନେଇ ।
ଫେରାଇ ଦେବା ତାକୁ ତାର ପିଲାଦିନ,
ସେ ବି ଦେଖିବ ତା'ର ସୁନ୍ଦର ଭବିଷ୍ୟତ ର ସ୍ୱପ୍ନ । #BoostThyself #yqbaba #YQdidi #yourquote #YQBhaina #YQOdia #MunOdia #stopchildlabour #education #dream
ସଫା କାଗଜ 

ନିତି ଚାହେଁ ଝରକା ଫାଙ୍କରୁ,
ଢଳ ଢଳ ଦୁଇ ଆଖି ତା'ର,
ସତେ କେତେ କଥା କହିଦିଏ ।
ମନର ଗଭୀର ଯନ୍ତ୍ରଣା ସବୁ ବଖାଣି ଦିଏ।
ତା'ର ସେଇ ଦୁଇ ଆଖି,
ନିତି ଚାହେଁ ଝରକା ଫାଙ୍କରୁ,
ଢଳ ଢଳ ଦୁଇ ଆଖି ତା'ର,
ସତେ କେତେ କଥା କହିଦିଏ ।
ମନର ଗଭୀର ଯନ୍ତ୍ରଣା ସବୁ ବଖାଣି ଦିଏ।
ତା'ର ସେଇ ଦୁଇ ଆଖି,
କେତେ ନୀରିହ ସତେ।
କୁହନ୍ତି କାନ୍ଥ ବାଡ ର କାନ ଅଛି,
ସେ ଲାଗି ବୋଧ ହୁଏ,
ଓଠ ତାର ନୀରବ ।
କିଛି ନ କହି ସବୁ ଯନ୍ତ୍ରଣା କୁ,
ଲୁହ ସାଥେ ପିଇଯାଏ ।
ଖେଳଣା ଧରିବା ବୟସରେ,
ତାର ଟିକି ଟିକି ହାତରେ ଝାଡୁ ଧରି,
ନିଜର ସବୁ ଇଚ୍ଛା କୁ ଝାଡିଝୁଡି ବାହାରକୁ ଫିଙ୍ଗି ପକାଏ।
ନିଜର ନିଦ ରୁ ବାସନ ମାଜିଲା ପରି,
ଘଷି ମାଜି ସଫା କରିଦିଏ ସବୁ ସ୍ୱପ୍ନ ର ଦାଗ । 
କାଳେ ତାର ସ୍ୱପ୍ନ ଦେଖିବାର ଅଧିକାର ନାହିଁ ।
ଏବେ ବି ବିଳମ୍ବ ହୋଇ ନାହିଁ,
ତା'ର ଜୀବନ ଏବେ ବି ଅଛି, ଗୋଟିଏ ସଫା କାଗଜ।
ଚାଲ , ଆମେ ଭରିଦେବା ସେ କାଗଜ କୁ,
ଶିକ୍ଷା ର ରଂଗ ତୂଳୀ ନେଇ ।
ଫେରାଇ ଦେବା ତାକୁ ତାର ପିଲାଦିନ,
ସେ ବି ଦେଖିବ ତା'ର ସୁନ୍ଦର ଭବିଷ୍ୟତ ର ସ୍ୱପ୍ନ । #BoostThyself #yqbaba #YQdidi #yourquote #YQBhaina #YQOdia #MunOdia #stopchildlabour #education #dream
ସଫା କାଗଜ 

ନିତି ଚାହେଁ ଝରକା ଫାଙ୍କରୁ,
ଢଳ ଢଳ ଦୁଇ ଆଖି ତା'ର,
ସତେ କେତେ କଥା କହିଦିଏ ।
ମନର ଗଭୀର ଯନ୍ତ୍ରଣା ସବୁ ବଖାଣି ଦିଏ।
ତା'ର ସେଇ ଦୁଇ ଆଖି,