Nojoto: Largest Storytelling Platform

ବାପା ତୁମେ ଆଉ ତୁମର ତ୍ୟାଗ, ବର୍ଣ୍ଣିବାକୁ ମୁଁ ଅପାରଗ....

ବାପା ତୁମେ ଆଉ ତୁମର ତ୍ୟାଗ,
ବର୍ଣ୍ଣିବାକୁ ମୁଁ ଅପାରଗ....
ତୁମ ପରି ଛାଇ ଟିଏ,
ପାଇନି ମୁଁ ଆଜିଯାଏଁ....
ଆଉ ଜାଣିଛି କେବେ ବି,
ମିଳିବେନି ଯେତେ ଖୋଜିଲେ ବି...
ତୁମ ଠୁ ଶିଖିଛି,
ତୁମ ଠୁ ଜାଣିଛି...
ଜୀବନ କୁ ଜୀଇଁବାର ଉପାୟ...
ମୁଁ ଆଜି ନିଶବ୍ଦ ଆଉ ନିରୁପାୟ ବି..
କାରଣ ବେଳେ ବେଳେ,
ତୁମ ଉପରେ ଅଭିମାନ କରିଛି..
ଆଉ କେବେ ବି..
ବୁଝିବାକୁ ଚେଷ୍ଟା କରିନି କି..
ମୁଁ ତ ଅଭିମାନ କରୁଛି..
କାଇଁ ତମେ ତ କେବେ..
ମୋ 'ପରେ ଅଭିମାନ କରିନ...
ଆଜି ପାଇଗଲି ସେଇ ଉତ୍ତର,
ଖୋଜି ପାଇଗଲି ନିଜକୁ ସତ୍ତ୍ୱର..
ତୁମ ପାଦ ତଳେ ନତମସ୍ତକ ମୁଁ ସର୍ବଦା,
ଜୀବନରେ ମୁଁ ହେବି ଆଜି ଜଗତଜିତା...
କାରଣ ତମ ଭଳି ଛାଇ ପ୍ରଦାନକାରୀ ଦ୍ରୁମ,
ମୋ ପାଖରେ ଆଶିଷ ସାଜିଛି ତୁମ ପ୍ରେମ ...
ଆଜି ତେଜିଦେବି ମନୁ ସମସ୍ତ ଭ୍ରମ,
ତୁମ ପ୍ରେମ ଆଉ ଆଶିଷ ସର୍ବଦା ଅଛି ଉପରେ ମମ...







 #ବାପାଙ୍କ ଭଳି ଛାଇ
#ବାପା 
#yqbhainaa
#yqodia
#munodia
ବାପା ତୁମେ ଆଉ ତୁମର ତ୍ୟାଗ,
ବର୍ଣ୍ଣିବାକୁ ମୁଁ ଅପାରଗ....
ତୁମ ପରି ଛାଇ ଟିଏ,
ପାଇନି ମୁଁ ଆଜିଯାଏଁ....
ଆଉ ଜାଣିଛି କେବେ ବି,
ମିଳିବେନି ଯେତେ ଖୋଜିଲେ ବି...
ତୁମ ଠୁ ଶିଖିଛି,
ତୁମ ଠୁ ଜାଣିଛି...
ଜୀବନ କୁ ଜୀଇଁବାର ଉପାୟ...
ମୁଁ ଆଜି ନିଶବ୍ଦ ଆଉ ନିରୁପାୟ ବି..
କାରଣ ବେଳେ ବେଳେ,
ତୁମ ଉପରେ ଅଭିମାନ କରିଛି..
ଆଉ କେବେ ବି..
ବୁଝିବାକୁ ଚେଷ୍ଟା କରିନି କି..
ମୁଁ ତ ଅଭିମାନ କରୁଛି..
କାଇଁ ତମେ ତ କେବେ..
ମୋ 'ପରେ ଅଭିମାନ କରିନ...
ଆଜି ପାଇଗଲି ସେଇ ଉତ୍ତର,
ଖୋଜି ପାଇଗଲି ନିଜକୁ ସତ୍ତ୍ୱର..
ତୁମ ପାଦ ତଳେ ନତମସ୍ତକ ମୁଁ ସର୍ବଦା,
ଜୀବନରେ ମୁଁ ହେବି ଆଜି ଜଗତଜିତା...
କାରଣ ତମ ଭଳି ଛାଇ ପ୍ରଦାନକାରୀ ଦ୍ରୁମ,
ମୋ ପାଖରେ ଆଶିଷ ସାଜିଛି ତୁମ ପ୍ରେମ ...
ଆଜି ତେଜିଦେବି ମନୁ ସମସ୍ତ ଭ୍ରମ,
ତୁମ ପ୍ରେମ ଆଉ ଆଶିଷ ସର୍ବଦା ଅଛି ଉପରେ ମମ...







 #ବାପାଙ୍କ ଭଳି ଛାଇ
#ବାପା 
#yqbhainaa
#yqodia
#munodia