White ଅତିଥି ହେଇ ଆସି ଜୀବନେ ତୁମେ ମୋ ମନେ ଗୋଲାପ ଫୁଟେଇ ଦେଲ, କେତେ ଯତନେ ରଖିଥିଲି ସାଇତି ଏ ମନକୁ ତୁମେ ଚୋରେଇ ନେଲ । ତୁମ ସପନ ସହରେ ହଜେଇ ବସିଲି ଏ ମନଟା କୁ ମୋର, ମୋ ମନ ମନ୍ଦିର ରେ ତୋଳିଛି ମୁଁ ଯେ ତୁମ ପାଇଁ ଘର । ଚଞ୍ଚଳ ଥିଲା ଏଇ ମନ ବନ୍ଦୀ କଲ ଯେ ଦେଇ ତୁମ ଭଲ ପାଇବା ର ନିୟମ, ସାଥେ ଆଣି କଲମ ଏ ହୃଦୟର ଖାଲି କାଗଜେ ଲେଖି ଦେଲ ନାଁ ତୁମ । ପ୍ରେମ ଯେ ଅତର ସେ ତୋ ଦିନେ ନା ଦିନେ ଫୁଟିକି ବାସିବ, ଏ ପ୍ରେମର ମହକ କୁ ତୁମେ କୋଉ ସିନ୍ଧୁକ ରେ ଲୁଚେଇ ରଖିବ । ©Lili Dey #ପ୍ରେମ