Nojoto: Largest Storytelling Platform

।।। ଶୂନ୍ୟତା ।।। ନିସ୍ତବ୍ଧ, ନୀରବ ଆଜି ଏ ହୃଦୟ, ଲାଗିଥି

।।। ଶୂନ୍ୟତା ।।।

ନିସ୍ତବ୍ଧ, ନୀରବ ଆଜି ଏ ହୃଦୟ,
ଲାଗିଥିଲା ମେଳା ଦିନେ ଯେଉଁଠି,
ତୁମ ମିଠା କଥାର,
ତୁମ ମନ ଖୋଲା ହସର,
ଆଉ ତୁମର ପରିପୁରକ ପ୍ରତିଟି ଭାବର ।
ସତେ ଯେମିତି ମୋ ହୃଦୟର ଅନ୍ଧାରି ମୁଲକେ 
ଉଦିତ ହୋଇ ଥିଲା
କୁଢ କୁଢ ଆଶାର ସୂରୁଜ,
ଅଜସ୍ର ସ୍ୱପ୍ନର ଜହ୍ନ ତାରା ।
ହେଲେ ପ୍ରେମାନ୍ଧ ଏ ମନ ମୋର,
ଠଉରାଇ ପାରିଲା ନାହିଁ 
ତୁମ ଭାବାବେଗ ର ଅର୍ଥ ।
ଯାହାକୁ ମନେ କରିଥିଲା ତୃଷ୍ଣା ର ଜଳ,
ତାହା ଆଖି ପିଛୁଳାକେ ପାଲଟିଥିଲା ମରୀଚିକା।
ମୁଁ ତ କରିଥିଲି ତୁମ ପାଖରେ ସମର୍ପଣ,
ମୋ ତନୁମନ , ମୋ ସାରା ଜୀବନ ।
ହେଲେ ତୁମେ ଦେଖିପାରିଲ ନାହିଁ ସାଥୀ,
ମୋ ହୃଦୟର ପବିତ୍ରତା,
ମୋ ଆତ୍ମାର ଦିବ୍ୟତା ।
ମାପି ପାରିଲ ନାହିଁ ମୋ ପ୍ରେମର ଗଭୀରତା ,
ଆଉ ଭରିଦେଇ ଗଲ ମୋ ହୃଦୟରେ 
ପୂର୍ବ ପ୍ରାୟ ପୁଳାଏ ଶୂନ୍ୟତା । #ପ୍ରେମ #ସମର୍ପଣ #ମରୀଚିକା # ହୃଦୟ #ମନ #ଦିବ୍ୟ #ଶୂନ୍ୟତା #YQdidi #yqbaba #yourquote #BoostThyself #odia #YQBhaina #YQOdia #MunOdia #YoPoWriMo #Poem #poetry #dibya
।।। ଶୂନ୍ୟତା ।।।

ନିସ୍ତବ୍ଧ, ନୀରବ ଆଜି ଏ ହୃଦୟ,
ଲାଗିଥିଲା ମେଳା ଦିନେ ଯେଉଁଠି,
ତୁମ ମିଠା କଥାର,
ତୁମ ମନ ଖୋଲା ହସର,
ଆଉ ତୁମର ପରିପୁରକ ପ୍ରତିଟି ଭାବର ।
ସତେ ଯେମିତି ମୋ ହୃଦୟର ଅନ୍ଧାରି ମୁଲକେ 
ଉଦିତ ହୋଇ ଥିଲା
କୁଢ କୁଢ ଆଶାର ସୂରୁଜ,
ଅଜସ୍ର ସ୍ୱପ୍ନର ଜହ୍ନ ତାରା ।
ହେଲେ ପ୍ରେମାନ୍ଧ ଏ ମନ ମୋର,
ଠଉରାଇ ପାରିଲା ନାହିଁ 
ତୁମ ଭାବାବେଗ ର ଅର୍ଥ ।
ଯାହାକୁ ମନେ କରିଥିଲା ତୃଷ୍ଣା ର ଜଳ,
ତାହା ଆଖି ପିଛୁଳାକେ ପାଲଟିଥିଲା ମରୀଚିକା।
ମୁଁ ତ କରିଥିଲି ତୁମ ପାଖରେ ସମର୍ପଣ,
ମୋ ତନୁମନ , ମୋ ସାରା ଜୀବନ ।
ହେଲେ ତୁମେ ଦେଖିପାରିଲ ନାହିଁ ସାଥୀ,
ମୋ ହୃଦୟର ପବିତ୍ରତା,
ମୋ ଆତ୍ମାର ଦିବ୍ୟତା ।
ମାପି ପାରିଲ ନାହିଁ ମୋ ପ୍ରେମର ଗଭୀରତା ,
ଆଉ ଭରିଦେଇ ଗଲ ମୋ ହୃଦୟରେ 
ପୂର୍ବ ପ୍ରାୟ ପୁଳାଏ ଶୂନ୍ୟତା । #ପ୍ରେମ #ସମର୍ପଣ #ମରୀଚିକା # ହୃଦୟ #ମନ #ଦିବ୍ୟ #ଶୂନ୍ୟତା #YQdidi #yqbaba #yourquote #BoostThyself #odia #YQBhaina #YQOdia #MunOdia #YoPoWriMo #Poem #poetry #dibya