Nojoto: Largest Storytelling Platform

।। ଚିଠି ଆଜି କାନ୍ଦୁଛି ।। ବିରହି ପ୍ରେମିକ ସାଜି ଚିଠି ଆ

।। ଚିଠି ଆଜି କାନ୍ଦୁଛି ।।

ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି,
ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି,
ହୃଦୟର ବ୍ୟଥା ଅବା କହିବ କାହାକୁ,
ଖୋଜୁଛି ମାଧ୍ୟମଟିଏ 
ପୁଣି ଥରେ ସାତ ସାଗର ପାରେ ଯିବାକୁ,
ଉଆଁସର ଚାନ୍ଦ ସାଜି ଚିଠି ଆଜି କାନ୍ଦୁଛି ।

ସତେ ଆସିଗଲା ବାର୍ଦ୍ଧକ୍ୟ ତାର,
ଆଉ ନାହିଁ କଣ ସେ ଉନ୍ମାଦନା ଚିଠି ଲେଖାରେ,
ତାର ବାସ୍ନାରୁ କଣ ହଜିଯାଇଛି 
ପ୍ରେମର ସୁମଧୁର ସୁରଭି,
ଭଗ୍ନ ଏକ ସ୍ତୁପ ସାଜି ଚିଠି ଆଜି କାନ୍ଦୁଛି ।

ଶୋଇଛି ଯେମିତି ଗମ୍ଭୀରି ଘରେ
ମନରେ ଅନେକ ପ୍ରଶ୍ନ,
ସତେ କଣ ଦୁନିଆରେ ପ୍ରେମ ଆଉ କରୁନି କେହି,
ପ୍ରେମର ପହିଲି ଚିଠି ରେ ଆଉ କଣ ମଜା ନାହିଁ,
ମନେପଡେ ତାର,
ପାଉଡର ବୋଳା ସେହି ପାଠ ବହିର ପୃଷ୍ଠା,
ଚିଠି ପଢି କାନ୍ଦିଲା ବେଳର ସେଇ ଓଦା ତକିଆ ,
ସେଇ ପ୍ରେମିକର ସାହସ ଆଉ ପ୍ରେମିକାର ଲାଜ,
ସେହି ସ୍ମୃତି ସବୁକୁ ସାଉଣ୍ଟି,
ପୁଣି ଥରେ ଜିଇଁବାର ଆଶା ନେଇ,
ଅସୁସ୍ଥ ଏକ ରୋଗୀ ସାଜି ଚିଠି ଆଜି କାନ୍ଦୁଛି ।

ରାତିର ଅନ୍ଧାର ରେ ଚାରିଦିଗେ ବିଚ୍ଛୁରିତ,
ଜହ୍ନର ଜ୍ୟୋସ୍ନା କୁ ଦେଖି ଭାବୁଛି,
ସତେ ଯେମିତି କେହି ଦେଖୁ ନାହିଁ ସେ ଫୁଲେଇ ଜହ୍ନ କୁ,
ମନ କଣ ଉତ୍ଫୁଲ୍ଲିତ ହୁଏ ନାହିଁ କଳା ମେଘ ଦେଖି,
ଆଉ କଣ ଫୁଟୁ ନାହିଁ ବଗିଚାରେ ଗୋଲାପ ଫୁଲ,
ଆଉ କଣ ଜଳୁ ନାହିଁ ଛାତିରେ ପ୍ରେମ ର ନିଆଁ ଝୁଲ,
ଆଉ କଣ କେହି ଭୁଲୁ ନାହିଁ ବାଟ,
ଫେରିବାର ଆଶା ନେଇ,
ପଥହରା ପଥିକ ସାଜି ଚିଠି ଆଜି କାନ୍ଦୁଛି ।  In this technological world a small tribute to the "LETTER"

।। ଚିଠି ଆଜି କାନ୍ଦୁଛି ।।

ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି,
ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି,
ହୃଦୟର ବ୍ୟଥା ଅବା କହିବ କାହାକୁ,
ଖୋଜୁଛି ମାଧ୍ୟମଟିଏ
।। ଚିଠି ଆଜି କାନ୍ଦୁଛି ।।

ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି,
ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି,
ହୃଦୟର ବ୍ୟଥା ଅବା କହିବ କାହାକୁ,
ଖୋଜୁଛି ମାଧ୍ୟମଟିଏ 
ପୁଣି ଥରେ ସାତ ସାଗର ପାରେ ଯିବାକୁ,
ଉଆଁସର ଚାନ୍ଦ ସାଜି ଚିଠି ଆଜି କାନ୍ଦୁଛି ।

ସତେ ଆସିଗଲା ବାର୍ଦ୍ଧକ୍ୟ ତାର,
ଆଉ ନାହିଁ କଣ ସେ ଉନ୍ମାଦନା ଚିଠି ଲେଖାରେ,
ତାର ବାସ୍ନାରୁ କଣ ହଜିଯାଇଛି 
ପ୍ରେମର ସୁମଧୁର ସୁରଭି,
ଭଗ୍ନ ଏକ ସ୍ତୁପ ସାଜି ଚିଠି ଆଜି କାନ୍ଦୁଛି ।

ଶୋଇଛି ଯେମିତି ଗମ୍ଭୀରି ଘରେ
ମନରେ ଅନେକ ପ୍ରଶ୍ନ,
ସତେ କଣ ଦୁନିଆରେ ପ୍ରେମ ଆଉ କରୁନି କେହି,
ପ୍ରେମର ପହିଲି ଚିଠି ରେ ଆଉ କଣ ମଜା ନାହିଁ,
ମନେପଡେ ତାର,
ପାଉଡର ବୋଳା ସେହି ପାଠ ବହିର ପୃଷ୍ଠା,
ଚିଠି ପଢି କାନ୍ଦିଲା ବେଳର ସେଇ ଓଦା ତକିଆ ,
ସେଇ ପ୍ରେମିକର ସାହସ ଆଉ ପ୍ରେମିକାର ଲାଜ,
ସେହି ସ୍ମୃତି ସବୁକୁ ସାଉଣ୍ଟି,
ପୁଣି ଥରେ ଜିଇଁବାର ଆଶା ନେଇ,
ଅସୁସ୍ଥ ଏକ ରୋଗୀ ସାଜି ଚିଠି ଆଜି କାନ୍ଦୁଛି ।

ରାତିର ଅନ୍ଧାର ରେ ଚାରିଦିଗେ ବିଚ୍ଛୁରିତ,
ଜହ୍ନର ଜ୍ୟୋସ୍ନା କୁ ଦେଖି ଭାବୁଛି,
ସତେ ଯେମିତି କେହି ଦେଖୁ ନାହିଁ ସେ ଫୁଲେଇ ଜହ୍ନ କୁ,
ମନ କଣ ଉତ୍ଫୁଲ୍ଲିତ ହୁଏ ନାହିଁ କଳା ମେଘ ଦେଖି,
ଆଉ କଣ ଫୁଟୁ ନାହିଁ ବଗିଚାରେ ଗୋଲାପ ଫୁଲ,
ଆଉ କଣ ଜଳୁ ନାହିଁ ଛାତିରେ ପ୍ରେମ ର ନିଆଁ ଝୁଲ,
ଆଉ କଣ କେହି ଭୁଲୁ ନାହିଁ ବାଟ,
ଫେରିବାର ଆଶା ନେଇ,
ପଥହରା ପଥିକ ସାଜି ଚିଠି ଆଜି କାନ୍ଦୁଛି ।  In this technological world a small tribute to the "LETTER"

।। ଚିଠି ଆଜି କାନ୍ଦୁଛି ।।

ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି,
ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି,
ହୃଦୟର ବ୍ୟଥା ଅବା କହିବ କାହାକୁ,
ଖୋଜୁଛି ମାଧ୍ୟମଟିଏ

In this technological world a small tribute to the "LETTER" ।। ଚିଠି ଆଜି କାନ୍ଦୁଛି ।। ବିରହି ପ୍ରେମିକ ସାଜି ଚିଠି ଆଜି କାନ୍ଦୁଛି, ଶ୍ରାବଣର ମେଘ ସାଜି ଚିଠି ଆଜି କାନ୍ଦୁଛି, ହୃଦୟର ବ୍ୟଥା ଅବା କହିବ କାହାକୁ, ଖୋଜୁଛି ମାଧ୍ୟମଟିଏ #poem #yourquote #yqbaba #letter #yqdidi #boostthyself #yopowrimo #ସ୍ମୃତି #ଜହ୍ନ #ରାତି #yqodia #Yqbhaina #ଗୋଲାପ #munodia