ମନେ ଅଛି ତୁମର? ସେ ସମୁଦ୍ର, ସମୁଦ୍ରରେ ସେ ଦିନର ଅଶାନ୍ତ ଲହରୀ, ବେଳାଭୂମିରେ ଅଧା ଗଢା ସେ ବାଲି ଘର, କାହିଁ କେତେ ବର୍ଷରୁ ଏକେଲା ଠିଆ ହୋଇ ଥିବା ସେ ନିଛାଟିଆ ବତୀଘର, ଆଉ ବତୀଘର ର ସେ ଦିଗବାରେଣୀ ଯନ୍ତ୍ର । ତୁମର ମନେ ଅଛି? କେମିତି ମୋ ହାତ ଟାଣି ନେଇ ଯାଇଥିଲ ମୋତେ, ସମସ୍ତଙ୍କ ଆଖି ଆଗରୁ ଚୋରେଇ, ଠିକ୍ ଯାଦୁ କଲା ଭଳି ସେଇ ବତୀଘର ପାଖକୁ ଟିକେ ଏକାନ୍ତ ର ସନ୍ଧାନ ରେ। କେତେ ମୂହୁର୍ତ୍ତ ଯେ ସେଠି ବିତିଛି ମୋର ତୁମ କାନ୍ଧରେ ମଥା ରଖି, ତୁମର ଉଷ୍ଣ ପାପୁଲିରେ ମୋ ହାତକୁ ଚୁପ୍ କିନା ରଖି ଦେଇ, ଦୁହିଁଙ୍କ ଭାଗ୍ୟ ରେଖା ମିଶାଇ ଦେଇ ଏକାକାର ହୋଇ ଯିବା ଆଶା ରେ । ତୁମର ମନେ ଅଛି? #yqbaba #yqbhaina #yqodia #munodia #lighthouse #ମନେ_ଅଛି_ତୁମର