Nojoto: Largest Storytelling Platform

କୁହୁକ ନା କାହାଣୀ ମୁଁ? ଚାନ୍ଦିନୀ ରାତିର ଚାନ୍ଦ ମୁଁ, ନା

କୁହୁକ ନା କାହାଣୀ ମୁଁ?
ଚାନ୍ଦିନୀ ରାତିର ଚାନ୍ଦ ମୁଁ,
ନା ଆଜିବି ତାର କେବଳ ଏକ ଦର୍ଶକ ....
ହୃଦୟର ସ୍ପନ୍ଦନ ମୁଁ,
ନା ଆଜିବି ସେହି ହୃଦୟର ଏକ କୋଣରେ,
ବଞ୍ଚିରହିଥିବା କଷ୍ଟର ପ୍ରତୀକ.....
ନୀରବ ରାସ୍ତାରେ ତା ହାତ ଧରି ଚାଲିଥିବା ସାଥୀ ମୁଁ,
ନା ଆଜିବି କେବଳ ଜଣେ ଅନାମିକା .....
ଗ୍ରୀଷ୍ମରେ ଶୀତଳ, ଜାଡରେ ଉଷୁମ ପବନ ମୁଁ,
ନା କେବଳ କାଳ ବୈଶାଖୀର ତାଣ୍ଡବ,
କୁହୁକ ନା କାହାଣୀ ମୁଁ?
ଯଦି କୁହୁକ ତେବେ କଣ ନାହିଁ ମୋର ଅସ୍ତିତ୍ୱ,
ଯଦି କାହାଣୀ ତେବେ ତା ପୁସ୍ତକରେ ମୋ ନାଁ ଅନାମିକା କାହିଁକି?

©Sneha Mishra what am I ?
କୁହୁକ ନା କାହାଣୀ ମୁଁ?
ଚାନ୍ଦିନୀ ରାତିର ଚାନ୍ଦ ମୁଁ,
ନା ଆଜିବି ତାର କେବଳ ଏକ ଦର୍ଶକ ....
ହୃଦୟର ସ୍ପନ୍ଦନ ମୁଁ,
ନା ଆଜିବି ସେହି ହୃଦୟର ଏକ କୋଣରେ,
ବଞ୍ଚିରହିଥିବା କଷ୍ଟର ପ୍ରତୀକ.....
ନୀରବ ରାସ୍ତାରେ ତା ହାତ ଧରି ଚାଲିଥିବା ସାଥୀ ମୁଁ,
ନା ଆଜିବି କେବଳ ଜଣେ ଅନାମିକା .....
ଗ୍ରୀଷ୍ମରେ ଶୀତଳ, ଜାଡରେ ଉଷୁମ ପବନ ମୁଁ,
ନା କେବଳ କାଳ ବୈଶାଖୀର ତାଣ୍ଡବ,
କୁହୁକ ନା କାହାଣୀ ମୁଁ?
ଯଦି କୁହୁକ ତେବେ କଣ ନାହିଁ ମୋର ଅସ୍ତିତ୍ୱ,
ଯଦି କାହାଣୀ ତେବେ ତା ପୁସ୍ତକରେ ମୋ ନାଁ ଅନାମିକା କାହିଁକି?

©Sneha Mishra what am I ?
snehamishra8432

Sneha Mishra

New Creator