ଅର୍ଦ୍ଧାଙ୍ଗିନୀ ମଥାରେ ସିନ୍ଦୁର ଆଖି ରେ କଜଳ ତା ମୁହଁ କୁ ଭାରି ସାଜେ । ଯେବେ ହସିଦିଏ ଲାଜଭରା ଓଠେ ସତେ କି ମହୁରୀ ବାଜେ ।। ହାତର ଚୂଡି ତା' ରୁଣୁଝୁଣୁ ହୋଇ କେତେ କଥା କହିଯାଏ। ପାଦ ପାଉଁଜି ତା' ଗୁଣୁଗୁଣୁ ହୋଇ ସତେ ମିଠା ଗୀତ ଗାଏ ।। ସଞ୍ଜ ବେଳେ ଯେବେ ଚଉରା ମୂଳରେ ଜାଳେ ସିଏ ସଞ୍ଜବତୀ। ଦୀପ ଆଲୁଅରେ ତା ମୁହଁ ଝଲସେ ମୋ ପାଇଁ ସେହି ଏକା ରୂପବତୀ।। ରାତି ରେ ନିତି ସେ ମୋହରି ପାଇଁ କି ସାଜେ ପ୍ରଣୟିନୀ ବେଶ । ଅର୍ଦ୍ଧାଙ୍ଗିନୀ ସେ ମୋ ତାକୁ ମୁଁ ପାଇଛି ନାହିଁ କିଛି ଅବଶୋଷ ।। ମୋ ପାଇଁ କି ସିଏ ନିଜ ଘର ଛାଡି କଲା ସ୍ୱାର୍ଥ ସବୁ ତ୍ୟାଗ । ମୋ ଘର କୁ ଆସି ତା ହାତ ପରଶେ ଗଢି ତୋଳିଲା ସେ ସ୍ୱର୍ଗ ।। ବାହା ବେଦୀ ରେ ମୁଁ କଥା ଦେଇଥିଲି କରିବି ରକ୍ଷା ତା' ମାନ । ଦୁଃଖ ହେଉ ଅବା ହେଉ ସୁଖ ତା' ସାଥେ ରହିବି ସାରା ଜୀବନ ।। ।।। ଅର୍ଦ୍ଧାଙ୍ଗିନୀ ।।। ମଥାରେ ସିନ୍ଦୁର ଆଖି ରେ କଜଳ ତା ମୁହଁ କୁ ଭାରି ସାଜେ । ଯେବେ ହସିଦିଏ ଲାଜଭରା ଓଠେ ସତେ କି ମହୁରୀ ବାଜେ ।। ହାତର ଚୂଡି ତା' ରୁଣୁଝୁଣୁ ହୋଇ