ଯଦି ଚାଲୁ ଚାଲୁ କେବେ ଝୁଣ୍ଟି ତୁ ପଡିବୁ ତେବେ ସଂଚୟ କରିବୁ ସାହସ ଉଠିପଡି ଆଗେଇ ଯିବାକୁ । ଯଦି ଚେଷ୍ଟା କରି କରି କେବେ ଥକି ତୁ ପଡିବୁ ତେବେ ସଂଚୟ କରିବୁ ଧୈର୍ୟ୍ଯ ଦମ୍ ନେଇ ପୁଣି ଚେଷ୍ଟା କରିବାକୁ । ଯଦି ଖୁସି ର କ୍ଷଣ କେବେ ବଳି ପଡୁଛି ବୋଲି ଭାବିବୁ ତେବେ ଆତ୍ମହରା ନ ହୋଇ ସଂଚୟ କରିନେବୁ ସେଥିରୁ କିଛି କ୍ଷଣ ପାଥେୟ କରି ଦୁଃଖ ସମୟ ତକ କାଟି ନେବାକୁ । #ସଂଚୟ #challenge #YQBhaina #odiapoetry #odiakabita #MunOdia #yqbaba #yqodia