Nojoto: Largest Storytelling Platform

।।। ଝଡ ।।। ବାହାରେ ଝଡ, ଆକାଶର ବକ୍ଷ ଭେଦ କରି ବର୍ଷୁଛି

।।। ଝଡ ।।।

ବାହାରେ ଝଡ,
ଆକାଶର ବକ୍ଷ ଭେଦ କରି ବର୍ଷୁଛି ବାରି ,
ତୁହା କୁ ତୁହା ପବନ,
ଆଉ ବିଜୁଳିର ପ୍ରଖରତା,
ସତେ ଚିତ୍ରକାର ସାଜି କରୁଛି ଚିତ୍ରୋତ୍ତଳନ ।

ଘର ଭିତରେ ଦୃଶ୍ଯ କିଛି ଏକା ପ୍ରକାର ଥିଲା,
ଭିତରର ମାନବୀୟ ଝଡ,
ଅଧିକ୍ରାନ୍ତ କରୁଥିଲା,
ପ୍ରକୃତିର ବତାସ କୁ ।

ଏକଦା ସୁଖୀ ଦାମ୍ପତ୍ୟ ର ସ୍ୱପ୍ନ ଦେଖିଥିବା ଚାରି ଚକ୍ଷୁ,
ଆଜି ଚାହୁଁ ନଥିଲେ ପରସ୍ପରକୁ ଦେଖିବାକୁ ।
ବିଜୁଳି, ଘଡଘଡି ର ଗର୍ଜନ ସାଥେ,
ତାଳ ଦେଇ ପ୍ରଚଣ୍ଡ ହୋଇ ଚାଲିଥିଲା,
ଦୁହିଁଙ୍କର ସ୍ୱର ।
ଝଡର ତାଳେ ତାଳେ,
ବଢି ଚାଲିଥିଲା ତର୍କ ।

ପ୍ରେମ ସଂଚାରିତ ଯେଉଁ ପାଦ,
ଦିନେ ଲଙ୍ଘି ଆସିଥିଲେ,
ଏ ସମାଜର ସବୁ ଝଡ ଝଞ୍ଜା କୁ,
ଆଜି ହୋଇ ଯାଇଥିଲେ ଅବଶ, କ୍ଳାନ୍ତ ।
ଯେଉଁ ବାଟରେ ଯୁଗ୍ମ ପଥିକ ସାଜି 
କିଛି ଦୂର ଚାଲିଥିଲେ,
ସେଇ ବାଟ ହୋଇଯାଇଛି ଆଜି ଦୋଛକି ।

ସତରେ, କ'ଣ ଏତେ ସହଜ ଏ ସବୁ !
କିଛିଟା ମତଭେଦ ଆଗରେ,
ମୁଣ୍ଡ ନୁଆଁଇଥିଲା ,
ଏକ ପବିତ୍ର ସମ୍ପର୍କ ।
ଆଜିର ବସ୍ତୁବାଦି ଦୁନିଆରେ,
ନିଜର ଓଜନ ହରାଇଥିଲା ପ୍ରେମ ।

ବାହାରେ ଓ ଭିତରେ
ପ୍ରଳୟରେ କିଛି ପ୍ରତିକ୍ରିୟା ନ କରି,
ସେଦିନ ଘରର ଚାରି କାନ୍ଥ ହିଁ ସାଜିଥିଲେ,
ନୀରବ ପ୍ରତ୍ୟକ୍ଷଦର୍ଶି ,
ଦୁଇଟି ହୃଦୟର ଏହି ଉଷ୍ଣ ଝଡର । ।।। ଝଡ ।।।

ବାହାରେ ଝଡ,
ଆକାଶର ବକ୍ଷ ଭେଦ କରି ବର୍ଷୁଛି ବାରି ,
ତୁହା କୁ ତୁହା ପବନ,
ଆଉ ବିଜୁଳିର ପ୍ରଖରତା,
ସତେ ଚିତ୍ରକାର ସାଜି କରୁଛି ଚିତ୍ରୋତ୍ତଳନ ।
।।। ଝଡ ।।।

ବାହାରେ ଝଡ,
ଆକାଶର ବକ୍ଷ ଭେଦ କରି ବର୍ଷୁଛି ବାରି ,
ତୁହା କୁ ତୁହା ପବନ,
ଆଉ ବିଜୁଳିର ପ୍ରଖରତା,
ସତେ ଚିତ୍ରକାର ସାଜି କରୁଛି ଚିତ୍ରୋତ୍ତଳନ ।

ଘର ଭିତରେ ଦୃଶ୍ଯ କିଛି ଏକା ପ୍ରକାର ଥିଲା,
ଭିତରର ମାନବୀୟ ଝଡ,
ଅଧିକ୍ରାନ୍ତ କରୁଥିଲା,
ପ୍ରକୃତିର ବତାସ କୁ ।

ଏକଦା ସୁଖୀ ଦାମ୍ପତ୍ୟ ର ସ୍ୱପ୍ନ ଦେଖିଥିବା ଚାରି ଚକ୍ଷୁ,
ଆଜି ଚାହୁଁ ନଥିଲେ ପରସ୍ପରକୁ ଦେଖିବାକୁ ।
ବିଜୁଳି, ଘଡଘଡି ର ଗର୍ଜନ ସାଥେ,
ତାଳ ଦେଇ ପ୍ରଚଣ୍ଡ ହୋଇ ଚାଲିଥିଲା,
ଦୁହିଁଙ୍କର ସ୍ୱର ।
ଝଡର ତାଳେ ତାଳେ,
ବଢି ଚାଲିଥିଲା ତର୍କ ।

ପ୍ରେମ ସଂଚାରିତ ଯେଉଁ ପାଦ,
ଦିନେ ଲଙ୍ଘି ଆସିଥିଲେ,
ଏ ସମାଜର ସବୁ ଝଡ ଝଞ୍ଜା କୁ,
ଆଜି ହୋଇ ଯାଇଥିଲେ ଅବଶ, କ୍ଳାନ୍ତ ।
ଯେଉଁ ବାଟରେ ଯୁଗ୍ମ ପଥିକ ସାଜି 
କିଛି ଦୂର ଚାଲିଥିଲେ,
ସେଇ ବାଟ ହୋଇଯାଇଛି ଆଜି ଦୋଛକି ।

ସତରେ, କ'ଣ ଏତେ ସହଜ ଏ ସବୁ !
କିଛିଟା ମତଭେଦ ଆଗରେ,
ମୁଣ୍ଡ ନୁଆଁଇଥିଲା ,
ଏକ ପବିତ୍ର ସମ୍ପର୍କ ।
ଆଜିର ବସ୍ତୁବାଦି ଦୁନିଆରେ,
ନିଜର ଓଜନ ହରାଇଥିଲା ପ୍ରେମ ।

ବାହାରେ ଓ ଭିତରେ
ପ୍ରଳୟରେ କିଛି ପ୍ରତିକ୍ରିୟା ନ କରି,
ସେଦିନ ଘରର ଚାରି କାନ୍ଥ ହିଁ ସାଜିଥିଲେ,
ନୀରବ ପ୍ରତ୍ୟକ୍ଷଦର୍ଶି ,
ଦୁଇଟି ହୃଦୟର ଏହି ଉଷ୍ଣ ଝଡର । ।।। ଝଡ ।।।

ବାହାରେ ଝଡ,
ଆକାଶର ବକ୍ଷ ଭେଦ କରି ବର୍ଷୁଛି ବାରି ,
ତୁହା କୁ ତୁହା ପବନ,
ଆଉ ବିଜୁଳିର ପ୍ରଖରତା,
ସତେ ଚିତ୍ରକାର ସାଜି କରୁଛି ଚିତ୍ରୋତ୍ତଳନ ।