ତୁମ ଚୁମ୍ବନ ର ସେ ମିଠା ଅନୁଭୂତି, ବଢେଇ ଦିଏ ମୋ ସ୍ପନ୍ଦନ ର ଗତି । ହୃଦୟେ ଭରି ଯାଏ ମୋର କେତେ ଅଭିଳାଷା, ତୁମ ପ୍ରୀତି ସାଗରେ ହଜି ମୁଁ ଭୁଲିଯାଏ ନିଜ ଦିଶା । ପୀରତି କ୍ରୀଡା ର ଏ ମଧୁର ବାଣୀ, କଲା କି ସତେ ଆମ ଦୁହିଁଙ୍କୁ ଗୁଣି । ତୁମ ଚୁମ୍ବନ ର ସେ ମିଠା ଅନୁଭୂତି, ବଢେଇ ଦିଏ ମୋ ସ୍ପନ୍ଦନ ର ଗତି । ଦେଖି ଆନମନା ହେଲି ତୁମ ନୟନେ ମୋ ଛବି, ଆଜି ତୁମ ପ୍ରେମ ରଙ୍ଗରେ ଦେହ ମନ ମୋ ରଙ୍ଗେଇ ଦେବି । ଭୁଲି ବାଦ ଅପବାଦ ହଜିଯିବି ତୁମ ବାହୁ ବନ୍ଧନେ, ସାଉଁଟି ନିଅ ମୋତେ ଆଜି ତୁମେ ଜତନେ । ତୁମ ଚୁମ୍ବନ ର ସେ ମିଠା ଅନୁଭୂତି, ବଢେଇ ଦିଏ ମୋ ସ୍ପନ୍ଦନ ର ଗତି । ©Lili Dey #kissday