କାହାଣୀ ର ଆରମ୍ଭ କେଉଁଠୁ ହେବ ତାହା ଜଣା ନାହିଁ,ପ୍ରେମ କାହାଣୀ କି କୌଣସି ଅବାସ୍ତବ ମନଗଢା କାହାଣୀ ତାହା ବି ଜଣା ନାହିଁ।ଏମିତି ଦିନେ ଭାବୁ ଭାବୁ ଦେଖା ହେଲା ସେଇ କାହାଣୀ ରେ ଚିତ୍ରିତ ହୋଇନଥିବା ଏକ ଅନାମିକା ନାୟିକା ସହ।ପ୍ରଥମ ଦେଖା ରେ ହିଁ ସୃଷ୍ଟି ହେଲା ହୃଦୟ ର ମରୁଭୂମି ରେ ଏକ ଅପରିକଳ୍ପିତ ଆକସ୍ମିକ ଝଡ଼।ବିସ୍ତୃତ ଭାବେ କହିଲେ ଯୌବନ ର ପାହାଚ ଚଢ଼ି ଜୀବନ ର ବସ୍ ରେ ବସି ନିଜ ଠିକଣା ଖୋଜି ବାହାରିବା ବେଳେ ସେ ଭଅଁର ଟି ଦେଖିଲା ଏକ ସୁନ୍ଦର ପ୍ରଜାପତି କୁ। ଆଶ୍ଚର୍ଯ୍ୟ ତ ନିଶ୍ଚୟ ଲାଗିବ ହେଲେ ଏଥର ଭଅଁର ଟା କୌଣସି ଫୁଲ କୁ ନୁହେଁ,ବରଂ ପସନ୍ଦ କରି ବସିଥିଲା ଗୋଟେ ଚୁଲବୁଲି ପ୍ରଜାପତି କୁ।ତାହା ବି ପ୍ରଥମ ଦେଖା ରୁ,ଜାଣି ନାହିଁ ସେ ପ୍ରଜାପତି ଟା ୟାକୁ ଦେଖୁଥିଲା କି ନାହିଁ ଆଉ ନା ଜାଣିଛି ତାର ନା,ଠିକଣା,ତଥାପି ହଜେଇ ଦିଏ ନିଜକୁ ସେ ଅଫେରନ୍ତା ରାଇଜ ରେ।ଏମିତି ହୁଏ ପୁଣି ଆଉ ଥରେ,ସମାନ ଅବସ୍ଥା।ହେଲେ ତା ପରେ ଆଉ ଦେଖା ହେଲାନି।ବୋଧେ ହୁଏ ଏ ସମୟ ଟା ଈର୍ଷା କଲା ତେଣୁ ସେ ପ୍ରଜାପତି ଠୁ ତାକୁ ଦୁରେଇଦେଲା।ଆଜି ବି ସେଇ ସମାନ ଜାଗା ରେ ବସ୍ ଟା ରୁହେ ଆଉ ସେ ପାଗଳ ଭଅଁର ଅପେକ୍ଷା କରେ ତା ଅନାମିକା ନାୟିକା ର ଓହ୍ଲାଇବାକୁ।ହେଲେ ପାଏନି।ଭିଡ଼ ଭିତରେ ବହୁତ ଖୋଜେ ସେ ଅପରିଚିତ ମନ ର ମଣିଷ କୁ।ସବୁଦିନ କିଛି ସମୟ ପାଇଁ ବସ୍ ରୁହେ ଆଉ ପୁଣି ଚାଲି ଯାଏ ତା ବାଟ ରେ,ହେଲେ କେହି ଓହ୍ଲାନ୍ତିନି।କଣ ୟେ ଖାଲି କାହାଣୀ ନା ଅବାସ୍ତବ ପ୍ରେମ କାହାଣୀ! Is this love 😍?Is glass half full or empty?💘💘❤️😍💘❤️💘💘. #odiawritings #odiastory #prem #loveatfirstsight #firstlove #feelingsoflove #yqlove