*!* ସାଧୁବାଦ୍ *!* ନିଃସ୍ବାର୍ଥ ଜୀବନ ଭ୍ରମେଁ ବଞ୍ଚିପାରେନା, ନିଃସ୍ତବ୍ଦ ଭାବନା ଚିହ୍ନିପାରେ ଛଳନା। ପ୍ରକୃତି ପ୍ରବନ୍ଧ ର କରି ମିଛ ରଚନା, ମଣିଷ ମାତ୍ରକେ ନିନ୍ଦା ଶୋକ ଯାତନା। ଅଧର୍ମ ପାପ ତପ ରେ ଧାର୍ଯ୍ୟ ଜୀବ ବାହାନା, ସତ୍ୟ ଧର୍ମ ପୁଣ୍ୟ ମାତ୍ର ଭବ୍ୟ ଦେବ ତୁଳନା। କାମ କ୍ରୋଧ ମୋହ ଲୋଭ ବୈରାଗେ ଶୋହେନା, ଶାନ୍ତି ତୃପ୍ତି ପ୍ରଭୁ ଭକ୍ତି ସାଧୁଙ୍କ କାମନା। ଅସାଧ୍ୟ ଅବୋଧ କର୍ମେ କରେ ମୋହ ସାଧନା, ନିର୍ମଳ ମନରେ ପ୍ରାଣୀ ଲଭେ ପ୍ରିୟ ଗଣନା। ସୁକର୍ମ କୁକର୍ମ ର ଭେଦ ସ୍ୱଚ୍ଛ କରି ଯୋଜନା, ମାନବତା ରକ୍ଷାବୃତ୍ତି ସାଧ୍ୟ କର ଅଧୁନା! ସାଧୁବାଦ୍ #humanity #humanism #compliments #yqodia #odiawritings #yqquotes #yqdiary #thoughts