Nojoto: Largest Storytelling Platform

ପଥର ଛାତିରେ ଏତେ ଦରଦ ଆଖିରେ ଆଖିଏ କୋହ ଭର୍ତ୍ତି ଲୁହ କିନ୍

ପଥର ଛାତିରେ ଏତେ ଦରଦ
ଆଖିରେ ଆଖିଏ କୋହ ଭର୍ତ୍ତି ଲୁହ
କିନ୍ତୁ... ହସିବାକୁ ବାଧ୍ୟ !!

ଜଞ୍ଜାଳର ନିହାଣ ମାଡ଼ରେ ଶରୀର ରକ୍ତ ଜୁଡୁବୁଡୁ
କର୍ତ୍ତବ୍ୟର ଇଟା ଆଉ ଚିନ୍ତାର ସିମେଣ୍ଟ ମିଶି ପାଦକୁ ଜାବୁଡ଼ି ଧରିଛନ୍ତି
ସେଥିପାଇଁ... ଗୋଟାଏ ସ୍ଥାନରେ ସ୍ଥିର ରହିବାକୁ ବାଧ୍ୟ !!

ରାତି ନାହିଁ ଦିନ ନାହିଁ ସମୟ ଘୋଡ଼ିଘାଡ଼ି ହେଇ ଶୋଇଛି
ହୃଦୟର ଅନ୍ଧାର ଭିତରେ ନବଜାତ ଇଚ୍ଛା ସବୁକୁ ତଣ୍ଟି ଚିପି ହତ୍ୟା କଲା ପରେ ମଧ୍ୟ
ମୁଁ ପୁରୁଷ... ପଥର ହେଇ ବଞ୍ଚିବାକୁ ବାଧ୍ୟ !!
 Pic credit :- Bhagyashree Pattnaik 

#ପଥରଛାତି #yqodia #yqbhaina #munodia #odiakavita #pinta_quote