।।। ସ୍ମୃତି ।।। ସ୍ମୃତି, କେବେ ସାଉଁଟା ଅତୀତ, କେବେ ପୁନେଇଁ ଜହ୍ନ ରାତି । କେବେ ପୁଣି ଅଣଲେଉଟା ଫର୍ଦ ଟିଏ, ତ କେବେ ମଧୁର ପ୍ରେମ ଗୀତି ।। ସ୍ମୃତି, ଅଧୁରା କାହାଣୀର ରୂପ ନେଇ କେବେ, ଜାଳି ଦିଏ ଛାତିରେ ବିରହର ଅଗ୍ନିଶିଖା । କେବେ ପୁଣି ପଥପ୍ରଦର୍ଶକ ହୋଇ, ଦେଇ ଯାଏ ମହାଶିକ୍ଷା ।। ସ୍ମୃତି, କେବେ ସଜଫୁଟା ଫୁଲ ପରି, ମହକାଇ ଦିଏ ମନ ପ୍ରାଣ । କେବେ ପୁଣି ଅବ୍ୟକ୍ତ ବ୍ୟଥା ସାଜି, ଜୀବନକୁ ତିଳେ ତିଳେ କରେ ଦହନ ।। #100thquote #100th Thank you yourquote for helping me in finding the other side of me. Learnt so many things and yet to learn a lot. Thank you all the wonderful writers out there. Special thanks to Tina Acharya di for bringing me here... ❤❤❤❤ #ପ୍ରେମ #ସ୍ମୃତି #ଜହ୍ନ #ବିରହ #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself