(:: ଅବାସ୍ତବ ଭାବନା ::) ହସଭରା ମୁଖ ପଛେ ଶତ ଚିନ୍ତାର ସ୍ରୋତ, ଅବାସ୍ତବ ଭାବନାରେ ମୋ ହୃଦ ମର୍ମାହତ। ବିଜନ ସ୍ଥଳେ ନିର୍ବିକାର ରୂପେ ଚିନ୍ତନେ ବ୍ୟଥିତ ଏ ମନ, ଅସ୍ଥିର ବ୍ୟାକୁଳ ହୋଇଉଠେ ସେ ଦେଖେ ନିତି ଦିବା ସ୍ଵପ୍ନ। ସ୍ୱପ୍ନର ଗଭୀର ସାଗର ତରଙ୍ଗେ ମୁଁ ଯେ କାତହୀନ ନାଉରୀ, କୂଳ ନପାଇ ନାଆଟି ମୋର ଢେଉମେଳେ ଯାଏ ଅପସରି। କୁଟୁମ୍ବ ଚଳାଇ ଆଗକୁ ବଢ଼ଇ ବଡ଼ ପୁଅର ଏତ ପଣ, ନିଦ୍ରାହୀନ ହୋଇ ଦେଖେ କେତେ ସ୍ବପ୍ନ ଏଇ ମୋ ଅସ୍ଥିର ମନ। ସ୍ୱପ୍ନର ବାଟରେ ମୁଁ ଜଣେ ବାଟୋଇ ମନେ ସଞ୍ଚି କେତେ ସ୍ବପ୍ନ, ଅବାସ୍ତବ ଭାବନାକୁ ବାସ୍ତବେ ଦେଖିବି ବ୍ୟାକୁଳ ହୁଅଇ ମନ। ଆହେ ଜଗନ୍ନାଥ ଜଗତର ନାଥ ପୂରଣ କରହେ ମୋର ଶୂନ୍ୟ ହାତ, ସ୍ବପ୍ନ ସବୁ ମୋର ସାକାର କରହେ ଏତିକି ମୋ ତବ ପାଦେ ଦଣ୍ଡବତ। :-ଦୀପ୍ତି ରଞ୍ଜନ ନାଏକ A poem about my Life...