Nojoto: Largest Storytelling Platform

କଥା ଥିଲା ତୁମେ ଓ ମୁଁ ପରସ୍ପରକୁ ଭଲ ପାଇବା, ଏବେ କିନ୍ତୁ

କଥା ଥିଲା ତୁମେ ଓ ମୁଁ ପରସ୍ପରକୁ ଭଲ ପାଇବା, ଏବେ କିନ୍ତୁ ତୁମେ ବଦଳିଗଲ, ହଠାତ୍‌ ନିଜକୁ ନିଜେ ଭଲ ପାଇଲ, ଦର୍ପଣ କୁ ପ୍ରିୟ ସାଥି କରି ବିତାଇଲ ଅନ୍ତରଙ୍ଗ ସମୟ । ଏବେ ମୁଁ ତୁମର ନୁହେଁ..ହେଇ ବି ପାରୁନି ଗୋଟାପଣେ ନିଜର, ତୁମ ମୋ ଭିତରେ ଖାଲି ସ୍ତୃତିର ସୁପ୍ତ ଆଗ୍ନେୟ ଗିରି ଲାଭା ଉଦ୍ଗୀରଣର ଅଜସ୍ର ନୀରବ ସମ୍ଭାବନା . . . ଆହୁରି ମଧ୍ୟ କଥା ଥିଲା ଯେ ଆମେ ଦୁହେଁ ହଜିଯିବା ଆକାଶର ଫର୍ଦ୍ ଫର୍ଦ୍ଦ ମେଘ ତଳେ ଶୀତଳ ଛୁଆଁ ରେ ଶିହରିତ ହେଉଥିବା ଦୁହେଁ, କିନ୍ତୁ ଏବେ ତୁମେ କି ନିଜକୁ ହଜାଇ ଦେଇ ସାରିଛନା . . ଅମାବାସ୍ୟାର ନିରନ୍ଧ୍ର ଅନ୍ଧକାରରେ. . . ମୁଁ ଏବେବି ଖୋଜୁଛି.. ତୁମକୁ. . .ତୁମ ସପନର ସ୍ମୃତି କାଚଘରେ. - ଅସୁମାରୀ ସମୟ ଢେଉ ରେ . ଧକ୍କା ଖାଇ  ବାର ବାର . . . . I

ସମୀର କୁମାର ମହାମଲ୍ଲୀକ
କୁଶୁର୍ଡା, ସୋହେଲା, ବରଗଡ଼ #Kacha_Kanthara_E_Pakhe_Mu_Sepakhe_Jibana