ମୋ ଝର୍କାରୁ ପୃଥିବୀ କହିଲେ ତୁମେ କ'ଣ ବୁଝ ଗୁଡାଏ ଗୁଡେଇ-ତୁଡେଇ ହୋଇଥିବା ଛାତରୁ ଲମ୍ବି ଆସିଥିବା ମଧୁମାଳତୀ ଲତା ଅବା ଦୂର ବରଗଛରେ ବସିଥିବା ଧୋବ ଫରଫର ବଗ ପକ୍ଷୀ ର କାକଳି ରାବ ଅଥବା ଝିଙ୍କାରୀ ର ଝିଁ ଝିଁ ଶବଦ ପୂରୁବ ଆକାଶେ ଲୋହିତ ଗୋଲାକାର ପିଣ୍ଡୁଳାଟିଏ ସାଜି ସୂର୍ଯ୍ୟ ଯେବେ ଉଏଁ ଅବା ଶ୍ରାବଣ ର ବାରି ଧାରା ଯେବେ ଧରଣୀ ର ପାଦ ଧୁଏ ଠିକ୍ ଭାବିଛ ହେଲେ, ଏ ସବୁ ତ ସମ୍ପୂରକ ତୁମେ ଏ ଯାଏଁ ବୁଝି ନାହଁ ମୋତେ ମୋ ପାଇଁ ମୋ ଝର୍କା ମାନେ ମୋ ଦୁଇ ଆଖି ଆଉ ମୋର ପୃଥିବୀ ମାନେ ତ ତୁମେ ତୁମକୁ ଦେଖିନେଲେ ଜାଗ୍ରତ ହୁଏ ମୋ ମନରେ ତୁମକୁ ପାଇବାର ଦୁର୍ବାର ଇଚ୍ଛା ତୁମ ବାକ୍-ଚାତୁର୍ଯ୍ୟରେ ଶରବିଦ୍ଧ ହୋଇ ଇଚ୍ଛା ହୁଏ ଶରଶଯ୍ୟାରେ ଶୋଇ ଯିବାକୁ ତୁମ ପ୍ରତିଟି ସ୍ୱେଦ କଣିକାକୁ ଶ୍ରାବଣର ମୂଷଳଧାରା ମନେକରି ତନୁମନ ଭିଜାଇ ଦେବାକୁ ତୁମ ବଳିଷ୍ଠ ବାହୁ ବନ୍ଧନକୁ ଚାଦର ପରି ଢାଙ୍କି ହୋଇ ଶୋଇ ଯିବାକୁ ଚିର ନିଦ୍ରାରେ ଏଇ ହେଲା ମୋ ଝର୍କାରୁ ପୃଥିବୀ ମୋ ଝର୍କାରୁ ପୃଥିବୀ କହିଲେ ତୁମେ କ'ଣ ବୁଝ ଗୁଡାଏ ଗୁଡେଇ-ତୁଡେଇ ହୋଇଥିବା ଛାତରୁ ଲମ୍ବି ଆସିଥିବା ମଧୁମାଳତୀ ଲତା ଅବା ଦୂର ବରଗଛରେ ବସିଥିବା ଧୋବ ଫରଫର ବଗ ପକ୍ଷୀ ର କାକଳି ରାବ