ଅନୁମତି ଅନୁମତି ଦିଅ ମୋତେ ଭିଜାଇ ଦେବି ତୁମକୁ ମୋ ପ୍ରେମ ବରଷା ରେ, ଲିଭାଇ ଦେବି ତୁମ ମନ ରେ କୁହୁଳୁଛି ଯେଉଁ ନିଆଁ । ଅନୁମତି ଦିଅ ମୋତେ ଭରି ଦେବି ତୁମ କଳା ଧଳା ଜୀବନ ରେ ଇନ୍ଦ୍ରଧନୁ ର ସାତ ରଂଗ , ବଦଳାଇ ଦେବି ତୁମର ରୁକ୍ଷ ବାସ୍ତବିକତା କୁ ଏକ ରଂଗୀନ ସ୍ୱପ୍ନ ନଗରୀ ରେ । ଅନୁମତି ଦିଅ ମୋତେ ତୋଳିବି ମୁଁ ତୁମ ସାଥେ ଏକ ବାଲିଘର ମୋ ସ୍ନେହ ପ୍ରେମ ର ପ୍ରଲେପ ଦେଇ, କଥା ଦେଉଛି ସାଗର ର ଅମାନିଆ ଢେଉ ତାକୁ ଭସାଇ ପାରିବ ନାହିଁ । ଅନୁମତି ଦିଅ ମୋତେ ହେବି ମୁଁ ତୁମ ମନ ସିଂହାସନ ର ଅଧିପତି, ମୋ ମନ ଆସନର ସାମ୍ରାଜ୍ଞୀ ଯେ ତୁମେ ଅନନ୍ତ କାଳ ରୁ । #BoostThyself #yqbaba #YQdidi #yourquote #permit #challenge completed. #YQBhaina #YQOdia #MunOdia #ବର୍ଷା #YoPoWriMo #Poem #Poetry Here is the Translated version of my poem in the picture. PERMISSION Allow me