Nojoto: Largest Storytelling Platform

ମୋ ଦେଶ ଭାରତ ଷଠୀ ବୁଢ଼ୀ ତେଜ ଯାହାର ମାଧୁର

ମୋ ଦେଶ ଭାରତ 

ଷଠୀ ବୁଢ଼ୀ ତେଜ            ଯାହାର ମାଧୁର୍ଯ୍ୟ 
            ଅଛି କେ ତା ପରି ଭବେ, 
ସେ ସ୍ଥାନ ମୋହରି           ମୁହିଁ ଯେ ତାହାରି 
            ଜନ୍ମ ମୃତ୍ୟୁ ତହିଁ ଲଭେ |
ଶପଥ ସୁରକ୍ଷା              ବଳିଦାନ ଶିକ୍ଷା 
            ଦେଇ କରେ ଦେଶ ଭକ୍ତ, 
ପରାଣ କୁ ଟାଣି            ମରଣ କୁ ଜିଣି 
            ବୀର ଗତି ହୁଏ ପ୍ରାପ୍ତ |
ବୋଲିଣ ଭାରତ           ହୋଇ ଭାବଯୁକ୍ତ 
            ଦେଶରକ୍ଷୀ ଯହୁଁ ଧାଏଁ, 
ସକଳ ଯୋଜନା           ବିଜୟ ଭାବନା 
            ତେଜିଣ ଶତ୍ରୁ ପଳାଏ |
ଅନିନ୍ଦ୍ୟ ସୁନ୍ଦର            ଦେଶ ମାତୃକାର 
            ଭବ୍ୟ ଗାନ "ଜନ ଗଣ", 
ଜ୍ଞାନୀ ଗୁଣୀ ଜନ         ବିଶ୍ୱେ କରି ଗାନ 
            ଲଭନ୍ତି ସ୍ଥିତି ପ୍ରମାଣ |
ବିଶ୍ୱେ ଦେଇ ମତ         ଯେ ବିଶ୍ୱଭ୍ରାତୃତ୍ବ 
            ବିଶ୍ୱରେ ଜଗାଏ ପ୍ରେମ, 
ଦେଶ ସେତ ନୁହେଁ        ପ୍ରେମ ନଈ ଟିଏ 
            ପ୍ରେମ ପ୍ରବାହ ତା ଧର୍ମ |
ହୋଇ ସମଦର୍ଶୀ           ଚିତ୍ତକୁ ବିକାଶି
            ଆତ୍ମଧର୍ମେ ଯେହୁ ଖ୍ୟାତ, 
ଯୁଗଜନ୍ମାଙ୍କର              ଜ୍ଞାନର ଭଣ୍ଡାର 
            ସେ ଦେଶ ଅଟେ ଭାରତ |


ପ୍ରଶାନ୍ତ କୁମାର ସ୍ୱାଇଁ 
ବଡମ୍ବା, କଟକ My beloved Country India
ମୋ ଦେଶ ଭାରତ 

ଷଠୀ ବୁଢ଼ୀ ତେଜ            ଯାହାର ମାଧୁର୍ଯ୍ୟ 
            ଅଛି କେ ତା ପରି ଭବେ, 
ସେ ସ୍ଥାନ ମୋହରି           ମୁହିଁ ଯେ ତାହାରି 
            ଜନ୍ମ ମୃତ୍ୟୁ ତହିଁ ଲଭେ |
ଶପଥ ସୁରକ୍ଷା              ବଳିଦାନ ଶିକ୍ଷା 
            ଦେଇ କରେ ଦେଶ ଭକ୍ତ, 
ପରାଣ କୁ ଟାଣି            ମରଣ କୁ ଜିଣି 
            ବୀର ଗତି ହୁଏ ପ୍ରାପ୍ତ |
ବୋଲିଣ ଭାରତ           ହୋଇ ଭାବଯୁକ୍ତ 
            ଦେଶରକ୍ଷୀ ଯହୁଁ ଧାଏଁ, 
ସକଳ ଯୋଜନା           ବିଜୟ ଭାବନା 
            ତେଜିଣ ଶତ୍ରୁ ପଳାଏ |
ଅନିନ୍ଦ୍ୟ ସୁନ୍ଦର            ଦେଶ ମାତୃକାର 
            ଭବ୍ୟ ଗାନ "ଜନ ଗଣ", 
ଜ୍ଞାନୀ ଗୁଣୀ ଜନ         ବିଶ୍ୱେ କରି ଗାନ 
            ଲଭନ୍ତି ସ୍ଥିତି ପ୍ରମାଣ |
ବିଶ୍ୱେ ଦେଇ ମତ         ଯେ ବିଶ୍ୱଭ୍ରାତୃତ୍ବ 
            ବିଶ୍ୱରେ ଜଗାଏ ପ୍ରେମ, 
ଦେଶ ସେତ ନୁହେଁ        ପ୍ରେମ ନଈ ଟିଏ 
            ପ୍ରେମ ପ୍ରବାହ ତା ଧର୍ମ |
ହୋଇ ସମଦର୍ଶୀ           ଚିତ୍ତକୁ ବିକାଶି
            ଆତ୍ମଧର୍ମେ ଯେହୁ ଖ୍ୟାତ, 
ଯୁଗଜନ୍ମାଙ୍କର              ଜ୍ଞାନର ଭଣ୍ଡାର 
            ସେ ଦେଶ ଅଟେ ଭାରତ |


ପ୍ରଶାନ୍ତ କୁମାର ସ୍ୱାଇଁ 
ବଡମ୍ବା, କଟକ My beloved Country India
mc6580360755445

Prashant@016

New Creator