।।। ଏକାନ୍ତ ।।। ସେତେବେଳେ ଖୋଜୁଥିଲି ଏକାନ୍ତ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ । ସବୁ କିଛି ଭୁଲି, ଧରାବନ୍ଧା ଜୀବନରୁ ମୁକୁଳି , କିଛି କ୍ଷଣ ଚୋରେଇ ନେବାକୁ , ଥକି ଯେ ପଡିଥିଲି । ହେଲେ, ଆଜି ଯେତେବେଳେ ଏକାନ୍ତ ମିଳିଛି ମିଳିଛି ନିଜ ସହ କିଛି କ୍ଷଣ, ତେବେ ମନ କାହିଁକି ବିଚଳିତ କାହିଁକି କରୁଛି ନୀରବ ବିଳାପ । ସତରେ କଣ ଏକା ରହିବା ଏତେ ଘାତକ ? ମଣିଷ ଆଜି ଡରୁଛି , ମୋହ ମାୟା ସଂପର୍କ ରୁ ବାହାରିବାକୁ, ବେଶୀ ଡର, କାଳେ ଅନ୍ତରାତ୍ମା ପଚାରି ଦେବ ତୁ ଠିକ୍ ଅଛୁ ତ? ଆଉ ସେତେବେଳେ ମଣିଷ ପାଲଟି ଯିବ ସ୍ଥାଣୁ , ନୀରବ, ନିର୍ବିକାର ଆଉ ନିଃଶବ୍ଦ । #କବିତାଞ୍ଜଳି ।।। ଏକାନ୍ତ ।।। ସେତେବେଳେ ଖୋଜୁଥିଲି ଏକାନ୍ତ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ । ସବୁ କିଛି ଭୁଲି, ଧରାବନ୍ଧା ଜୀବନରୁ ମୁକୁଳି ,