ଫଗୁଣର ସେଇ ପହିଲି ଦିନରେ ଯୌବନର ଏଇ ପ୍ରଥମ ପ୍ରଣୟ ଛୁଆଁ, ପହିଲି ଦେଖାରେ ଆଖି ମିଶିଗଲା କିଣିନେଲ ମନ ହୃଦୟେ ଲାଗିଲା ନିଆଁ । କଳିକା ଯେତେକ ଫୁଲ ଫୁଟିଗଲେ ମଧୁ ମହକରେ ଭରିଗଲା ଉପବନ, ମନର ବୀଣାରେ ଝଙ୍କାର ତୋଳି ଭ୍ରମର ଗାଇଲା, ମୋହିନେଲା ଫୁଲ ମନ । କିଏ ବୋଳି ଦେଲା ଫୁଲେ ଏତେ ରଙ୍ଗ ଲାଜର ଅବିର ସୁକୁମାରୀ ତୁମ ତନୁରେ, କିଏ ଗାଇଗଲା କୋକିଳ କଣ୍ଠରେ ପ୍ରେମର ମନ୍ତ୍ର କହିଦେଲା ତୁମ କାନରେ । ମଳୟ ବୋହିଲା ମୃଦୁ ମନ୍ଦ ଗତି ଚୋରାଇ ଫୁଲର କେତେ ମିଠାବାସ ମହକ ଛୁଇଁ ଗଲା ତୁମ କୁଆରୀ ତନୁକୁ ଭରିଦେଲା ଯାହା କେତେ ରୋମାଞ୍ଚିତ ପଲକ । ଭ୍ରମର ଗାଇଲା ଫୁଲର କାନରେ ଗୁଣୁ ଗୁଣୁ ସୁରେ ପ୍ରେମର ରାଗିଣୀ ସୁର କୋଇଲିର କୁହୁ ତୁମରି ସୁରରେ କହି ଦେଇଗଲା ପ୍ରେମିକ କାନରେ ମୋର । ପ୍ରଜାପତି କେତେ ରଙ୍ଗରେ ରଙ୍ଗେଇ ରଙ୍ଗବୋଳା ଡେଣା ଦେଖାଏ ସେ ମଧୁଚୋର, ସେଇ ରଙ୍ଗ ବୋଳି କୁମାରୀ ମନରେ ତୁମେ ନେଇଗଲ ସପନ ଆଖିର ମୋର ।। ଫଗୁଣର ସେଇ ପହିଲି ଦିନରେ ଯୌବନର ଏଇ ପ୍ରଥମ ପ୍ରଣୟ ଛୁଆଁ, ପହିଲି ଦେଖାରେ ଆଖି ମିଶିଗଲା କିଣିନେଲ ମନ ହୃଦୟେ ଲାଗିଲା ନିଆଁ । କଳିକା ଯେତେକ ଫୁଲ ଫୁଟିଗଲେ ମଧୁ ମହକରେ ଭରିଗଲା ଉପବନ, ମନର ବୀଣାରେ ଝଙ୍କାର ତୋଳି