।।। କଳା, ମୋ ପାଇଁ ପ୍ରେମର ରଙ୍ଗ ।।। କଳା, ସେଇ ରାତିର ରଙ୍ଗ, ଯିଏ ମୋତେ କରଗତ କରେ, ଆଉ ବିଭୋର କରେ ତୋ ସ୍ୱପ୍ନରେ । କଳା, ତୋର ଘନ କେଶରାଶି ର ରଙ୍ଗ, ଯିଏ ମୋତେ ନିକଟସ୍ଥ କରାଏ ତୋର, ଆଉ ତାକୁ ଛୁଇଁ ଚଗଲାମି କରିବାକୁ ଅନୁଜ୍ଞପ୍ତି ଦିଏ । କଳା, ସେଇ ମେଘର ରଙ୍ଗ, ଯାହାର ପ୍ରତିଟି ବୁନ୍ଦା ମୋତେ ଅବିରତ, ଯନ୍ତ୍ରଣାରେ ଜର୍ଜରିତ କରାଏ, ତୋତେ ପାଖରେ ପାଇବା ପାଇଁ । କଳା, ତୋର ଗାଲରେ ଥିବା କଳାଜାଈ ର ରଙ୍ଗ, ଯାହା ଆକୃଷ୍ଟ କରେ ମୋ ଅଧର କୁ, ତୋ ଗାଲକୁ ଚୁମି ଯିବା ପାଇଁ । କଳା, ତୋ କଜ୍ଜଳ ର ରଙ୍ଗ, ଯାହା ତୋ ଆଖିରେ ଲାଗି ହୋଇଯାଏ ଆହୁରି ସୁନ୍ଦର, ତାକୁ ଦେଖି ମୋ ମନରେ ଭରିଯାଏ ନିଶା, ତୋର ସେହି ଦୁଇ ଆଖିରେ ସବୁଦିନ ପାଇଁ ସମାଧିସ୍ଥ ହୋଇଯିବାକୁ । #blackisbeautiful nominated by Malaya Mohanty. I know I have not justified the meaning of your theme. But I have tried something different. Hope you like it. #କଳା #ପ୍ରେମ #ରଙ୍ଗ #ମେଘ #ଆଖି #ମନ #ରାତି #yqbaba #YQdidi #yourquote #YQBhaina #YQOdia #MunOdia #YoPoWriMo #Poem #poetry #BoostThyself