ଧୂଳି ରୁ ଧୂମକେତୁ ଯାଏଁ ଧରିତ୍ରୀ ର ଶାନ୍ତ ସୁରଭି ମହକୁ ଥାଏ।। ଜ କହିବାକୁ କଥା ଅନେକ, ହେଲେ,କହିବା ଆରମ୍ଭ କଲେ ସବୁ ବନ୍ଦ ହେଇଯାଏ।। ନ୍ମ ଭାବିବାକୁ ଭଣ୍ଡାର ଘରକୁ ଯାଏ ସତ ହେଲେ ଶବ୍ଦ ମାନଙ୍କର ଆନୁଗତ୍ୟ ଦେଖି ଆଖି ବୁଜିଯାଏ।। ଦି ଅସି ଠାରୁ ମସି ଯେ ଶକ୍ତିଶାଳୀ ସେ କଥାକୁ ତା'ର ପ୍ରତିଟି ଧାଡ଼ି ବଖାଣିଯାଏ।। ନ କଳାର ପଟ୍ଟୁଳୀ ଆଖିରେ ବାନ୍ଧି ଧର୍ମ ନିକିତି ଧରିଥିବା ମୂକ ସାହାଣୀ ଆଗରେ ତମେ କେତେ ସତ୍ୟକୁ ତୁମର ଶାଣିତ ଯୁକ୍ତିରେ ଉନ୍ମୋଚନ କରିଅଛ......।। ନିଶା ଆଉ ପେଶା କୁ ସମନ୍ୱୟ କରି ପଶ୍ଚାତାପ ର ଶିଶିର ମାଳାରେ ସ୍ମୃତି ର ଫର୍ଦ୍ଦ କୁ ଭିଜେଇ ଦେଇଛ.....।। ଦିଗହରା ବାଟୋଇ ଟିଏ ପାଇଁ ତୁମେ ବିସ୍ମୃତି ର ବହ୍ନି। ନିଦ୍ରା ନିଶିର ଅର୍ଦ୍ଧ ପ୍ରହରରେ ଯେବେ ଅନୁଭବେ ମୁହିଁ ନିଶିର ନିରବତା ସେବେ ସୁଖର ମୌସୁମୀ ଭଳି ତୁମର ସାହିତ୍ୟ ସାଧନା କୁ ନେଇ କଳାଚାତୁରୀ ଆଗରେ ମୁଁ ଅନୁଭବ କରେ ମଧୁବ୍ରତର ବାଚାଳାମି.....।।