Nojoto: Largest Storytelling Platform

ମିଳନ ଚାରିପଟ ବାସୁଛି ଚନ୍ଦନ, କର୍ପୁର, କସ୍ତୁରୀର, ଆଡ଼ମ

ମିଳନ

ଚାରିପଟ 
ବାସୁଛି ଚନ୍ଦନ, କର୍ପୁର, କସ୍ତୁରୀର,
ଆଡ଼ମ୍ବର ନାହିଁ, ବଢ଼ୁଛି ଆତିଥ୍ୟ
ଆଦ୍ୟ ଆଷାଢ଼ର ଓଡ଼ିଶୀରେ
ଧରା ଧିରେ ଧିରେ ମୁଖରିତ,
ବାରିଦର ପ୍ରୀତି ଚାଦର ତଳେ
ସୂରୁଜଙ୍କ ସୁଖ ନିଦ୍ରା,
ମନ ବି ପାଲଟିଛି ମାନ ସରୋବର,
ପଢୁଛି ମନବୋଧ ଚ‌ଉତିଶା,
 ମୃଦୁ ମଧୁର ଶବଦର ତାଳେ ତାଳେ
ହୃଦୟରୁ ଝରୁଛି ହସକୁରୀ ଝରଣା,
ଦିଅଁଙ୍କ ଦିବ୍ୟ ଅଗଣାରେ
ଆତ୍ମା ଅହରହ ଝୁଲୁଛି ଦୋଳିରେ,
ପିନ୍ଧି ନିଅ ଘୁଙ୍ଗୁର ସଖୀ,
ପଲ୍ଲବୀତ, ପୁଷ୍ପିତ,ପରିମଳ, ହେଉ ପ୍ରାଣ
ତୋଳିନିଅ ମୁଠା ମୁଠା ମିଠା ମିଠା ଶବଦ ମାନଙ୍କୁ
ଲେଖିବା କବିତା,ଗାଇବା ରଜଗୀତ,
ଇଏ କଣ କମ୍ ବଡ ଆଡ଼ମ୍ବର,
ଇଏ ତ ମହା ଉତ୍ସବ,
ଆସ ଏସନ
ଆବେଗର ନ‌ଈରେ ପହଁରି ପହଁରି
ସଜେଇବା ଆମ ମିଳନର ମହାକ୍ଷେତ ।
=======
ସୁଜିତ୍ କୁମାର ମିଶ୍ର
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨
ମିଳନ

ଚାରିପଟ 
ବାସୁଛି ଚନ୍ଦନ, କର୍ପୁର, କସ୍ତୁରୀର,
ଆଡ଼ମ୍ବର ନାହିଁ, ବଢ଼ୁଛି ଆତିଥ୍ୟ
ଆଦ୍ୟ ଆଷାଢ଼ର ଓଡ଼ିଶୀରେ
ଧରା ଧିରେ ଧିରେ ମୁଖରିତ,
ବାରିଦର ପ୍ରୀତି ଚାଦର ତଳେ
ସୂରୁଜଙ୍କ ସୁଖ ନିଦ୍ରା,
ମନ ବି ପାଲଟିଛି ମାନ ସରୋବର,
ପଢୁଛି ମନବୋଧ ଚ‌ଉତିଶା,
 ମୃଦୁ ମଧୁର ଶବଦର ତାଳେ ତାଳେ
ହୃଦୟରୁ ଝରୁଛି ହସକୁରୀ ଝରଣା,
ଦିଅଁଙ୍କ ଦିବ୍ୟ ଅଗଣାରେ
ଆତ୍ମା ଅହରହ ଝୁଲୁଛି ଦୋଳିରେ,
ପିନ୍ଧି ନିଅ ଘୁଙ୍ଗୁର ସଖୀ,
ପଲ୍ଲବୀତ, ପୁଷ୍ପିତ,ପରିମଳ, ହେଉ ପ୍ରାଣ
ତୋଳିନିଅ ମୁଠା ମୁଠା ମିଠା ମିଠା ଶବଦ ମାନଙ୍କୁ
ଲେଖିବା କବିତା,ଗାଇବା ରଜଗୀତ,
ଇଏ କଣ କମ୍ ବଡ ଆଡ଼ମ୍ବର,
ଇଏ ତ ମହା ଉତ୍ସବ,
ଆସ ଏସନ
ଆବେଗର ନ‌ଈରେ ପହଁରି ପହଁରି
ସଜେଇବା ଆମ ମିଳନର ମହାକ୍ଷେତ ।
=======
ସୁଜିତ୍ କୁମାର ମିଶ୍ର
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨