Nojoto: Largest Storytelling Platform

ପ୍ରିୟ ମାଟି ମା, ପ୍ରଣାମ ନେବୁ ।

ପ୍ରିୟ ମାଟି ମା,
             ପ୍ରଣାମ ନେବୁ ।
             ମୁଁ ବେଳେବେଳେ ଭାବେ ତୁ ଯଦି ଅନ୍ୟ ଗ୍ରହ ମାନଙ୍କ ଭଳି ହୋଇ ଥାନ୍ତୁ, ତେବେ ଆମର ଜନ୍ମ ସମ୍ଭବ ହୋଇ ନଥାନ୍ତା । କିନ୍ତୁ ତୁ ବାଛି ନେଲୁ ତ୍ୟାଗ ର ବାଟ । ନିଜର ସୁଖ,  କାମନା ସବୁକୁ ବଳି ଦେଇ, ତୁ ଆମ ମାନଙ୍କୁ ତୋ ବକ୍ଷରେ ଜାଗା ଦେଲୁ।
            ମା, ଏ ଗଛ ଲତା, ପାହାଡ,  ଜଙ୍ଗଲ,  ନଦୀ,  ଝରଣା,  ଜୀବଜନ୍ତୁ, ପଶୁପକ୍ଷୀ,  ସର୍ବୋପରି ଆମେ ମଣିଷ ମାନେ, ତୋରି କୋଳରେ ଜନ୍ମ ଲଭିଛୁ ଆଉ ଶେଷ ନିଶ୍ୱାସ ତ୍ୟାଗ କରି ତୋରି କୋଳରେ ବିଲୀନ ହୋଇ ଯିବୁ। ତୁ ମା, ତୁ ମହାନ। ତୁ ଏତେ ଦୁଃଖ କଷ୍ଟ ସହି ମଧ୍ୟ ନିଃସ୍ଵାର୍ଥ ହୋଇ ଖାଲି ଦେଇ ଚାଲିଛୁ । ଆମେ ସଭିଏଁ,  ତୋରି ସନ୍ତାନ, ତୋ ଠାରୁ ଆମର ସତ୍ତା ଆରମ୍ଭ ଓ ତୋରି ଠାରେ ଶେଷ ହୋଇ ଯିବ।
             ତୋତେ ଆଜି ଧନ୍ୟବାଦ କେମିତି ଦେବି,  ମୋ ପାଖରେ ଶବ୍ଦ ନାହିଁ । ଯେତେ କହିଲେ ବି ତୋର ତ୍ୟାଗ ଆଗରେ ସବୁ ନଗଣ୍ୟ । ତୋର ସ୍ନେହ ବୋଳା ଆଶୀର୍ବାଦ ମୋତେ ସବୁବେଳେ ତୋରି ସାଥିରେ ଯୋଡି ରଖିଥାଉ, ଏହା ହିଁ ମୋର କାମନା ଓ ତୋ ପାଖରେ ଅଳି। ମା ପରା ତୁ । ତୋ ପାଖରେ ଅଳି କରିବିନି ତ କାହା ପାଖେ କରିବି ।
ଇତି 
ତୋର ସନ୍ତାନ ଟିଏ
 #ମାଟିମା 
#ରଜମଉଜ୨ 
#yqbhaina 
#yqodia 
#କବିତାଞ୍ଜଳି 
#challenge