Nojoto: Largest Storytelling Platform

ପରିସ୍ଥିତି🍃🍃 ହାରିଯିବାର ଭୟରେ ମୁଁ ଚୁପ ରହିନି କିନ୍ତୁ

ପରିସ୍ଥିତି🍃🍃

ହାରିଯିବାର ଭୟରେ ମୁଁ ଚୁପ ରହିନି
କିନ୍ତୁ ହରେଇଦେବାର ଭୟ ବହୁତ ଅଛି।
ଅଭିଳାଷ ଆଉ ଜିଦର ଲଢ଼େଇରେ ପରିଣାମ ପ୍ରତି ଭ୍ରୁକ୍ଷେପ ତିଳେ ମାତ୍ର ନାହିଁ
କିନ୍ତୁ ଆଶା ମରିଯିବାର ଭୟ ବହୁତ ଅଛି।
ପିଲାଦିନର ବାଲିଘର ମୋ ସ୍ୱପ୍ନର ନଅର ଅନେକ ଗଢ଼ିଛି ପୁଣି ଭାଙ୍ଗିଯାଇଛି, କେବେ ଦଲକାଏ ପବନରେ କେବେ ରାତିର ଉଜାଗରେ
ଏବେ କିନ୍ତୁ ଅଶାନ୍ତି ର ଝଡରେ ମୋ ମାଟିର କୁଡ଼ିଆ ଭାଙ୍ଗିଯିବାର ଭୟ ବହୁତ ଅଛି।
କର୍ତ୍ତବ୍ୟର ବନ୍ଧନରେ ବାନ୍ଧିହେଇ ନିଜକୁ ସମର୍ପି ଦେଇଛି ଅର୍ଘ୍ୟ ପରି କର୍ମର ହୋମକୁଣ୍ଡରେ
ତଥାପି ନିଜତ୍ବ ପୋଡ଼ି ପାଉଁଶ ହେଇଯିବାର ଭୟ ବହୁତ ଅଛି।
ହୃଦୟରେ ସାଇତା ଅଗଣିତ ଦୁଃଖ, ଆଖି ମୋର ଓଠ ଖୋଲି ହସେ
ହଁ ମୁଁ ପରିସ୍ଥିତିର ଦାସ, ହେଲେ ସମାଜରେ ତାଛଲ୍ୟ ହେବାର ଭୟ ବହୁତ ଅଛି। #ପରିସ୍ଥିତି #ଜୀବନ #yqodia #yqbhaina #yqbaba #munodia #pinta_quote