କେବେ ସେ ସୁକ୍ଷ୍ମ ତରୁ ପୁଣି କେବେ ବୃହତ ବୃକ୍ଷ କେବେ ସେ ଜ

କେବେ ସେ ସୁକ୍ଷ୍ମ ତରୁ
ପୁଣି କେବେ ବୃହତ ବୃକ୍ଷ
କେବେ ସେ ଜଳ ହୀନ ମରୂ
ପୁଣି କେବେ ସ୍ନେହ ଭରା ବକ୍ଷ।।
ଆଜି ସେ ଅଟେ ଦିବସ
ପୁଣି କାଲି ରଜନୀ
ଆଜି ପରା ପ୍ରେମ ଭରା ନାରୀ
ପୁଣି କାଲି ପ୍ରସ୍ତର ପ୍ରାୟ ସଜନୀ।।
କେବେ ସେ ଶୀତଳ ସମୀର,
ପୁଣି କେବେ ଗ୍ରୀଷ୍ମପ୍ରବାହ।
କେବେ ସେ ଲବଣ ଯୁକ୍ତ ଜଳ,
ପୁଣି କେବେ ତଟିନୀ ସ୍ୱାଦିଷ୍ଟ ନୀର।।
କେବେ ସେ ସ୍ନେହମୟୀ ଜନନୀ,
ପୁଣି କେବେ ରୌଦ୍ର ରଜନୀ।
ପୁଣି କେବେ ସର୍ବଂସହା ଧରିତ୍ରୀ,
ତ' କେବେ ଚତୁର୍ଭୁଜା ଗାୟତ୍ରୀ।।
କେବେ ସେ ସୌନ୍ଦର୍ଯ୍ୟ ଭରା ରମଣୀ,
ପୁଣି କେବେ ଶିଥିଳ ତଟିନୀ।
କେବେ ସେ ବୃଦ୍ଧା,
ପୁଣି କେବେ ସ୍ତ୍ରୀ ସେ ସ୍ବଧର୍ମିଣୀ।।

©BINOदिनी #HumTum
କେବେ ସେ ସୁକ୍ଷ୍ମ ତରୁ
ପୁଣି କେବେ ବୃହତ ବୃକ୍ଷ
କେବେ ସେ ଜଳ ହୀନ ମରୂ
ପୁଣି କେବେ ସ୍ନେହ ଭରା ବକ୍ଷ।।
ଆଜି ସେ ଅଟେ ଦିବସ
ପୁଣି କାଲି ରଜନୀ
ଆଜି ପରା ପ୍ରେମ ଭରା ନାରୀ
ପୁଣି କାଲି ପ୍ରସ୍ତର ପ୍ରାୟ ସଜନୀ।।
କେବେ ସେ ଶୀତଳ ସମୀର,
ପୁଣି କେବେ ଗ୍ରୀଷ୍ମପ୍ରବାହ।
କେବେ ସେ ଲବଣ ଯୁକ୍ତ ଜଳ,
ପୁଣି କେବେ ତଟିନୀ ସ୍ୱାଦିଷ୍ଟ ନୀର।।
କେବେ ସେ ସ୍ନେହମୟୀ ଜନନୀ,
ପୁଣି କେବେ ରୌଦ୍ର ରଜନୀ।
ପୁଣି କେବେ ସର୍ବଂସହା ଧରିତ୍ରୀ,
ତ' କେବେ ଚତୁର୍ଭୁଜା ଗାୟତ୍ରୀ।।
କେବେ ସେ ସୌନ୍ଦର୍ଯ୍ୟ ଭରା ରମଣୀ,
ପୁଣି କେବେ ଶିଥିଳ ତଟିନୀ।
କେବେ ସେ ବୃଦ୍ଧା,
ପୁଣି କେବେ ସ୍ତ୍ରୀ ସେ ସ୍ବଧର୍ମିଣୀ।।

©BINOदिनी #HumTum