Nojoto: Largest Storytelling Platform

ବିଶ୍ଵ ମାତୃଭାଷା ଦିବସ ମୋ ମାତୃଭାଷାର ନାହିଁ ନାହିଁ ପଟ୍ଟ

ବିଶ୍ଵ ମାତୃଭାଷା ଦିବସ

ମୋ ମାତୃଭାଷାର ନାହିଁ ନାହିଁ ପଟ୍ଟାନ୍ତର
ଆହା କି ସୁନ୍ଦର ସେ ତ ଚାନ୍ଦ ପୂର୍ଣ୍ଣମୀର
ଝରଣାର  ଚଞ୍ଚଳତା  ଯା'ର  ଶବ୍ଦ  ବହେ
ଶବ୍ଦରେ ଶବ୍ଦରେ ଯା'ର ମଧୁରତା  ଥାଏ
କର୍ଣ୍ଣ ସଦା ମୋର ଚାହେଁ ମୋ ଓଡ଼ିଆ ଭାଷା
ନଜାଣି ମୁଁ ଅନ୍ୟ ଭାଷା ହୁଏ ଲୋକହସା
ଏଥିରେ ତିଳେହେଁ ମୋର ଖେଦ ରହି ନାହିଁ
ମୋ ମାତୃଭାଷା ଯେହେତୁ ମାଆ ମୋ ପାଇଁ
ଯେତେ ରସ ଅଛି ମୋର ମାତୃଭାଷା ଥିରେ
ଜଗତେ ସେ ରସ ଅଛି ଅଛି କେଉଁଥିରେ?
ମାଆ-ମାତୃଭୂମି-ମାତୃଭାଷା ମୋର ପାଇଁ
ଜୀବନ ସମାନ ମୂଲ୍ୟବାନ ଅଛି ହୋଇ
ତେଣୁ ; ମୁଁ ନଲଭେ ପଛେ ପରିଚୟ ମୋର
ଗରବେ କହିବି କିନ୍ତୁ ଓଡ଼ିଶା ମୋ ଘର
ଓଡ଼ିଶା ମୋ ମାତୃଭୂମି ଓଡ଼ିଆ ମୋ ଭାଷା
ମୋ ମାତୃଭାଷା ଉନ୍ନତି ମୋର ଆଦିଆଶା

ଚିତ୍ତରଞ୍ଜନ #ବିଶ୍ଵ_ମାତୃଭାଷା_ଦିବସ #ନୋଜୋଟୋଓଡ଼ିଆ #ଓଡ଼ିଆଭାଷା #ମାତୃଭାଷା #nojotoodia
#international_mother_language_day
ବିଶ୍ଵ ମାତୃଭାଷା ଦିବସ

ମୋ ମାତୃଭାଷାର ନାହିଁ ନାହିଁ ପଟ୍ଟାନ୍ତର
ଆହା କି ସୁନ୍ଦର ସେ ତ ଚାନ୍ଦ ପୂର୍ଣ୍ଣମୀର
ଝରଣାର  ଚଞ୍ଚଳତା  ଯା'ର  ଶବ୍ଦ  ବହେ
ଶବ୍ଦରେ ଶବ୍ଦରେ ଯା'ର ମଧୁରତା  ଥାଏ
କର୍ଣ୍ଣ ସଦା ମୋର ଚାହେଁ ମୋ ଓଡ଼ିଆ ଭାଷା
ନଜାଣି ମୁଁ ଅନ୍ୟ ଭାଷା ହୁଏ ଲୋକହସା
ଏଥିରେ ତିଳେହେଁ ମୋର ଖେଦ ରହି ନାହିଁ
ମୋ ମାତୃଭାଷା ଯେହେତୁ ମାଆ ମୋ ପାଇଁ
ଯେତେ ରସ ଅଛି ମୋର ମାତୃଭାଷା ଥିରେ
ଜଗତେ ସେ ରସ ଅଛି ଅଛି କେଉଁଥିରେ?
ମାଆ-ମାତୃଭୂମି-ମାତୃଭାଷା ମୋର ପାଇଁ
ଜୀବନ ସମାନ ମୂଲ୍ୟବାନ ଅଛି ହୋଇ
ତେଣୁ ; ମୁଁ ନଲଭେ ପଛେ ପରିଚୟ ମୋର
ଗରବେ କହିବି କିନ୍ତୁ ଓଡ଼ିଶା ମୋ ଘର
ଓଡ଼ିଶା ମୋ ମାତୃଭୂମି ଓଡ଼ିଆ ମୋ ଭାଷା
ମୋ ମାତୃଭାଷା ଉନ୍ନତି ମୋର ଆଦିଆଶା

ଚିତ୍ତରଞ୍ଜନ #ବିଶ୍ଵ_ମାତୃଭାଷା_ଦିବସ #ନୋଜୋଟୋଓଡ଼ିଆ #ଓଡ଼ିଆଭାଷା #ମାତୃଭାଷା #nojotoodia
#international_mother_language_day