ଅଜବ ଦୁନିଆ ।। ଏଠି ମିଛ କହି ହୁଏ ନିଜର ସତ କହି ହୁଏ ଅଲୋଡ଼ା , ନିଃସ୍ୱାର୍ଥପରତା କେହି ମୂଲ୍ୟ ବୁଝେ ନାହିଁ ସ୍ବାର୍ଥରେ ଚାଲେ ଏ ଦୁନିଆ ।। ଅଜବ ଦୁନିଆ ।। ଧର୍ମ କୁ ବା କିଏ ପଚାରେ ଅଧର୍ମ ରେ ହୁଏ ଏଠି ବଳିୟାନ ଅନ୍ୟାୟର ପ୍ରତିବାଦ କରେ ଯେ ଦୋଷୀ ସଜାଏ ତାଙ୍କୁ ଦୁନିଆ , ବାଃ ରେ ଅଜବ ଦୁନିଆ ।। ଅଜବ ଦୁନିଆ।। ଏଠି ଉପକାର ଶବ୍ଦ ଶୋଭା ପାଏ ବହିରେ ଉପକାରୀ ର କୃତାର୍ଥ ନ ହୋଇ କି ଉପକାର ବା କରିଛୁ କହି ଧକ୍କା ମାରେ ଏଇ ଦୁନିଆ, ସତରେ ବଡ଼ ଅଜବ ଦୁନିଆ ।। _Sandhya Rani Das #yqdidi #yqodia #ସ୍ବାର୍ଥପର_ଦୁନିଆ